Ollywood News: ଜୟ ଜଗନ୍ନାଥ ନତଜ୍ୟୋତ୍ସ୍ନା ପ୍ରଡ଼କସନ୍ ହାଉସ ଦ୍ୱାରା ପ୍ରସ୍ତୁତ ନୂଆ ଓଡ଼ିଆ ଚଳଚ୍ଚିତ୍ର "ନାୟିକା"ର ନାମ ଘୋଷଣା ସହିତ ପୋଷ୍ଟର ଉନ୍ମୋଚନ କରାଯାଇଛି । ଏହି ଉତ୍ସବରେ ପ୍ରଯୋଜକ ରୁପେଶ କୁମାର ନାୟକ, ସହ ପ୍ରଯୋଜିକା ସଂଗୀତା ବିଷୋୟୀ, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ତଥା ବରିଷ୍ଠ ଅଭିନେତ୍ରୀ ମହାଶ୍ଵେତା ରାୟ ପ୍ରମୁଖ ଯୋଗଦେଇଥିଲେ ।
"ନାୟିକା" ଭୂମିକାରେ ଓଲିଉଡ଼ର ବହୁ ଚର୍ଚ୍ଚିତା ସେଦିନର ଗୌରୀ ନାନୀ ଅର୍ଥାତ ମହାଶ୍ଵେତା ରାୟଙ୍କ ନାୟିକା ଭୂମିକାକୁ ବଡ଼ ପରଦାରେ ଦେଖିବେ ଦର୍ଶକ । ତେବେ, ଏବେ ପ୍ରେକ୍ଷାଳୟ ପ୍ରତି ସମସ୍ତ ସିନେପ୍ରେମୀଙ୍କର ଆଗ୍ରହ ବଢ଼ିବାରେ ଲାଗିଛି । ବିଭିନ୍ନ ମୌଳିକ କାହାଣୀକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ହେଉଥିବାରୁ ନିକଟ ଅତୀତରେ ଅନେକ ସିନେମା ହିଟ୍ ମଧ୍ୟ ହୋଇଛି । ସେମିତି ଏକ ମୌଳିକ କାହାଣୀକୁ ନେଇ ନାୟିକା ନିର୍ମାଣ ହେବାକୁ ଯାଉଛି । ନାୟିକା ନାଁ ଏବଂ ପୋଷ୍ଟରରୁ ଅନୁମାନ କରାଯାଇପାରେ ଏହା ଏକ ମଞ୍ଚ ନାଟକର କାହାଣୀ ଉପରେ ପର୍ଯ୍ୟବେଶିତ ହେଇଥିବ ନିଶ୍ଚୟ । କାହାଣୀରେ ପ୍ରେମ ମଧ୍ୟ ଭରପୁର ରହିଛି ।
ଏହି ଚଳଚ୍ଚିତ୍ରକୁ ପ୍ରଯୋଜନା କରିଛନ୍ତି ରୁପେଶ କୁମାର ନାୟକ ଏବଂ ନିର୍ଦ୍ଦେଶନା ଦେଉଛନ୍ତି ଇଣ୍ଡଷ୍ଟ୍ରିର ଷ୍ଟାଇଲିଷ୍ଟ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ । କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଶଙ୍କର ତ୍ରିପାଠୀ । ଏହାର ସହ ପ୍ରଯୋଜନା କରିଛନ୍ତି ସଂଗୀତା ବିଷୋୟୀ । ପ୍ରଡ଼କସନ ଡିଜାଇନର ଚିତ୍ତ ରଞ୍ଜନ ଆଚାର୍ଯ୍ୟ ଏବଂ ପ୍ରଚାର ଓ ପ୍ରସାର ମୁଖ୍ୟ ରହିଛନ୍ତି ମିଡ଼ିଆ ପ୍ଲାନର ଭରତ ପ୍ରଧାନ ।
Also Read- Lucky Zodiac Sign: ୪ ମଇରେ ରବି ପୁଷ୍ୟ ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ
Also Read- ପାକିସ୍ତାନୀ ଝିଅକୁ ବାହା ହେବା ପଡିଲା ମହଙ୍ଗା, ଚାକିରି ହରାଇଲେ CRPF ଯବାନ