Home >>Odisha Entertainment

Saif Ali Khan Attacked: ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରୀ ଆକ୍ରମଣ ହୋଇଛି। ଆକ୍ରମଣ ସମୟରେ ସୈଫଙ୍କ ପତ୍ନୀ କରୀନା ଏବଂ ସେମାନଙ୍କ ପିଲାମାନେ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ। ଜଣେ ଅଜଣା ବ୍ୟକ୍ତି ଚୋରି ଉଦ୍ଦେଶ୍ୟରେ ସୈଫଙ୍କ ଘରେ ପ୍ରବେଶ କରିଥିବା ନେଇ ଖବର ମିଳିଥିଲା। କିନ୍ତୁ ଏବେ ଆସିଥିବା ସଦ୍ୟତମ ଖବର ଅନୁସାରେ, ସୈଫ ଅଲ୍ଲୀ ଖା

Advertisement
Saif Ali Khan Attacked: ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା, ୩ ଜଣଙ୍କୁ ବାନ୍ଧିଲା ପୋଲିସ
Prabhudatta Moharana|Updated: Jan 16, 2025, 10:30 AM IST
Share

Saif Ali Khan Attacked: ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରୀ ଆକ୍ରମଣ ହୋଇଛି। ଆକ୍ରମଣ ସମୟରେ ସୈଫଙ୍କ ପତ୍ନୀ କରୀନା ଏବଂ ସେମାନଙ୍କ ପିଲାମାନେ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ। ଜଣେ ଅଜଣା ବ୍ୟକ୍ତି ଚୋରି ଉଦ୍ଦେଶ୍ୟରେ ସୈଫଙ୍କ ଘରେ ପ୍ରବେଶ କରିଥିବା ନେଇ ଖବର ମିଳିଥିଲା। କିନ୍ତୁ ଏବେ ଆସିଥିବା ସଦ୍ୟତମ ଖବର ଅନୁସାରେ, ସୈଫ ଅଲ୍ଲୀ ଖାନ ଜଣେ ଅଜଣା ବ୍ୟକ୍ତିଙ୍କ ସହ ଝଗଡ଼ା କରିଥିବା ଅଭିଯୋଗ ହୋଇଥିଲା। ତେବେ ସୈଫଙ୍କୁ ଆକ୍ରମଣ ଘଟଣାରେ ମୁମ୍ବାଇ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମିଳିଥିବା ସୂଚନା ମୁତାବକ ପୋଲିସ ତିନି ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି, ଯେଉଁମାନଙ୍କୁ ବର୍ତ୍ତମାନ ପଚରାଉଚରା କରାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ କରୀନା କପୁରଙ୍କ ଟିମ୍ ମଧ୍ୟ ସ୍ପଷ୍ଟ କରିଛି ଯେ ଘରୁ ଚୋରି କରିବାକୁ ଚେଷ୍ଟା କରାଯାଇଥିଲା, ଯାହା ଯୋଗୁଁ ଏହି ବଡ଼ ଦୁର୍ଘଟଣା ଘଟିଛି।

 

ସୈଫଙ୍କ ଘରେ ପଶିଥିଲେ ଅଜଣା ବ୍ୟକ୍ତି
ଏହି ଘଟଣା ଗୁରୁବାର ପ୍ରାୟ ଭୋର ପ୍ରାୟ ୩ଟା ସମୟରେ ହୋଇଥିବା ନେଇ ସୂଚନା ରହିଛି। ଆକ୍ରମଣ ହେବା ସମୟରେ ସୈଫ ଅଲ୍ଲୀ ଖାନ ତାଙ୍କ ପରିବାର ସହିତ ଘରେ ଶୋଇଥିଲେ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାତି ଅଧରେ ଜଣେ ଚୋର ସୈଫଙ୍କ ଘରେ ପ୍ରବେଶ କରିଥିଲା। ସେହି ସମୟରେ, ଘରର କିଛି କର୍ମଚାରୀ ଏହି ଗତିବିଧି ଦେଖି ଉଠି ପଡିଥିଲେ। ଚୋରକୁ ଦେଖି ଘରେ ଉକ୍ତ କର୍ମଚାରୀମାନେ ଚିତ୍କାର କଲେ। ଚିତ୍କାର ଶୁଣି ସୈଫ ନିଦରୁ ଉଠି ପଡିଥିଲେ।  ସେ ତୁରନ୍ତ ବାହାରକୁ ଆସିଗଲେ। ଯେତେବେଳେ ସୈଫ୍ ଏହି ଦୁର୍ବୃତ୍ତମାନଙ୍କୁ ଦେଖି ତାକୁ ଧରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେତେବେଳେ ଉଭୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା।  ଘରେ ଚୋରି କରିବାକୁ ପଶିଥିବା ଦୁର୍ବୃତ୍ତ ଏକ ଛୁରୀରେ ସୈଫଙ୍କୁ ଆକ୍ରମଣ କରିଥିଲା, ଯେଉଁଥିରେ ସୈଫ ଆହତ ହୋଇଥିଲେ। ପରିବାର ସଦସ୍ୟ ଏବଂ ଘରର କର୍ମଚାରୀମାନେ ତୁରନ୍ତ ସୈଫଙ୍କୁ ଲୀଳାବତୀ ହସ୍ପିଟାଲକୁ ନେଇଯାଇଥିଲେ। ଯେଉଁଠାରେ ତାଙ୍କର ବର୍ତ୍ତମାନ ଅସ୍ତ୍ରୋପଚାର ଚାଲିଛି। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି।

ସେପଟେ ପୋଲିସ ଏହି ଘଟଣାର ତଦନ୍ତ କରି ସୈଫ ଅଲ୍ଲୀ ଖାନଙ୍କ ଘରେ କାମ କରୁଥିବା ଏବଂ ସୁରକ୍ଷା ଯୋଗାଇଥିବା ତିନି ଜଣଙ୍କୁ ଅଟକ ରଖିଛି। ତାଙ୍କର ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି। କିଛି ଲୋକଙ୍କୁ ପଚରାଉଚରା ପାଇଁ ପୋଲିସ ଷ୍ଟେସନକୁ ନିଆଯାଇଛି।

ଡାକ୍ତରଖାନାରେ ଭର୍ତ୍ତି ହେଲେ ସୈଫ ଅଲିଖାନ
ସୈଫ ଅଲ୍ଲୀ ଖାନ ବର୍ତ୍ତମାନ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଚିକିତ୍ସାଧିନ ରହିଛନ୍ତି। ସୈଫ୍ ଅଲ୍ଲୀ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏପର୍ଯ୍ୟନ୍ତ ସଦ୍ୟତମ ସୂଚନା ପ୍ରକାଶ କରାଯାଇ ନାହିଁ। ସୈଫଙ୍କ ଉପରେ ଆକ୍ରମଣ ସମ୍ପର୍କରେ ପୋଲିସ ପକ୍ଷରୁ ସଦ୍ୟତମ ସୂଚନା ମିଳିଛି। ଏବେ ଏହି ମାମଲାରେ ପୋଲିସର ବୟାନ ସାମ୍ନାକୁ ଆସିଛି। ANIର ପୋଷ୍ଟ ଅନୁଯାୟୀ, ଜଣେ ଅଜଣା ବ୍ୟକ୍ତି ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ବାସଭବନରେ ପ୍ରବେଶ କରିଥିଲେ। ଅଭିନେତା ଏବଂ ଅନୁପ୍ରବେଶକାରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଅଭିନେତା ଆହତ ହୋଇଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି। ତଦନ୍ତ ଚାଲିଛି। ଏହି ବିବୃତ୍ତି ମୁମ୍ବାଇ ପୋଲିସ ପକ୍ଷରୁ ଦିଆଯାଇଛି।

Read More
{}{}