Salaar Day 2 Box Office Collection: ରିଲିଜ ହୋଇଯାଇଛି ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ‘ସଲାର’ । ବଡ଼ ପରଦାରେ ରିଲିଜ ପରଠାରୁ ବକ୍ସ ଅଫିସରେ ରେର୍କଡ଼ ପରେ ରେର୍କଡ଼ କରି ଚାଲିଛି ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଏହି ଫିଲ୍ମ । ସିନେମାଟି ତେଲୁଗୁ, ମଲୟାଲମ୍, ତାମିଲ୍, କନ୍ନଡ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିଛି । ଆଡ଼ଭାନ୍ସ ବୁକିଂ ସହ ପ୍ରଥମ ଦିନରେ ବେଶ ଭଲ ଆୟ କରିଥିବା ଏହି ଚଳଚ୍ଚିତ୍ର ଦ୍ବିତୀୟ ଦିନରେ କେତେ ରୋଜଗାର କରିଛି ଆସନ୍ତୁ ଜାଣିବା ।
ସାକ୍ନିନିକ୍ (Saknilk) ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, 'ସଲାର' ରିଲିଜ୍ ହେବାର ପ୍ରଥମ ଦିନ ସାରା ଦେଶରେ ପ୍ରାୟ ୯୫ କୋଟି ଟଙ୍କା ଆୟ କରିଥିଲା । ଏହାର ପ୍ରଥମ ଦିନ ବକ୍ସ ଅଫିସ କଲେକସନ୍ ଚଳିତ ବର୍ଷ ରିଲିଜ ହୋଇଥିବା ସମସ୍ତ ବିଗ୍ ବଜେଟ୍ ଫିଲ୍ମକୁ ମାତ୍ ଦେଇଛି । ରିଲିଜ ଦିନ ଫିଲ୍ମଟି ବିଶ୍ବବ୍ୟାପୀ ପ୍ରାୟ ୧୭୫ କୋଟି ଟଙ୍କା ରୋଜଗାର କରିଛି । ସେହିପରି ଏହାର ଦ୍ୱିତୀୟ ଦିନ ବକ୍ସ ଅଫିସ କଲେକସ୍ସନ୍ ବିଷୟରେ କହିବାକୁ ଗଲେ, ଫିଲ୍ମଟି ସମସ୍ତ ଭାଷାରେ ପ୍ରାୟ ୫୭.୬୧ କୋଟି ଟଙ୍କା ଆୟ କରିଛି । କିନ୍ତୁ ଏନେଇ ବିଧିବଦ୍ଧ ଭାବେ କୌଣସି ସୂଚନା ମିଳିନାହିଁ । ତେବେ ଫିଲ୍ମଟି ବର୍ତ୍ତମାନ ସୁଦ୍ଧା ମୋଟ ୧୪୮.୩୧ କୋଟି ଟଙ୍କା ରୋଜଗାର କରିଥିବା କୁହାଯାଉଛି ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫିଲ୍ମ ‘ସଲାର’ରେ ମୁଖ୍ୟ ଭୂମିକା ଅଭିନୟ ପାଇଁ ପ୍ରଭାସ ୧୦୦ କୋଟି ଟଙ୍କା ଚାର୍ଜ କରିଛନ୍ତି । ଖାଲି ଏତିକି ନୁହେଁ, ୪୦୦ କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମରେ ପ୍ରଭାସ ୧୦୦ କୋଟି ଟଙ୍କା ସହ ପ୍ରଫିଟ୍ ସେୟାର ମଧ୍ୟ ଡିମାଣ୍ଡ କରିଛନ୍ତି। ଏହି ପ୍ରଫିଟ୍ ବାବଦକୁ ସେ ୧୦ ପ୍ରତିଶତ ଟାର୍ଜ କରିଛନ୍ତି। ସେହିପରି ସିନେମାରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିବା ପୃଥ୍ୱୀରାଜ ସୁକୁମାରନ୍ ୪ କୋଟି ଟଙ୍କା ନେଇଛନ୍ତି । ଅନ୍ୟପଟେ, ଶ୍ରୁତି ହସାନ ୮ କୋଟି ଓ ଭେଟେରାନ୍ ଅଭିନେତା ଜଗପତି ବାବୁ ୪ କୋଟି ଟଙ୍କା ନେଇଥିବା ସୂଚନା ରହିଛି।