Home >>Odisha Entertainment

Rashmika Mandanna: ମୃତ୍ୟୁ ମୁଖରୁ ବଞ୍ଚିଗଲୁ.. ଏମିତି କାହିଁକି କହିଲେ ରଶ୍ମିକା ?

Rashmika Mandanna: ରଶ୍ମିକା ସୋସିଆଲ ମିଡିଆରେ ନିଜର ଲାଟେଷ୍ଟ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ସର୍ବଦା ଅପଡେଟ୍ କରିଥା’ନ୍ତି । ନିକଟରେ ଅଭିନେତ୍ରୀ ମୃତ୍ୟୁ ମୁଖରୁ ବଞ୍ଚିଥିବା ନେଇ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ। 

Advertisement
Rashmika Mandanna: ମୃତ୍ୟୁ ମୁଖରୁ ବଞ୍ଚିଗଲୁ.. ଏମିତି କାହିଁକି କହିଲେ ରଶ୍ମିକା ?
Zee Odisha Desk|Updated: Feb 18, 2024, 12:15 PM IST
Share

Rashmika Mandanna: ସବୁବେଳେ ସୋସିଆଲ ମିଡ଼ିଆରେ ବେଶ ଆକ୍ଟିଭ ରହିଥାଆନ୍ତି ସାଉଥ ସୁନ୍ଦରୀ ତଥା ଅଭିନେତ୍ରୀ ରଶ୍ମିକା ମନ୍ଦାନା । ରଶ୍ମିକା ସୋସିଆଲ ମିଡିଆରେ ନିଜର ଲାଟେଷ୍ଟ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ସର୍ବଦା ଅପଡେଟ୍ କରିଥା’ନ୍ତି । ନିକଟରେ ଅଭିନେତ୍ରୀ ମୃତ୍ୟୁ ମୁଖରୁ ବଞ୍ଚିଥିବା ନେଇ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ। ଅଭିନେତ୍ରୀଙ୍କ ଏହି ପୋଷ୍ଟ ପରେ ଭୟଭୀତ ହୋଇଥିଲେ ଫ୍ୟାନ୍ସ ।

ନିକଟରେ ରଶ୍ମିକା ଇନଷ୍ଟାଗ୍ରାମ ଷ୍ଟୋରୀରେ ଅଭିନେତ୍ରୀ ଶ୍ରଦ୍ଧା ଦାସଙ୍କ ସହ ଏକ ପୋଷ୍ଟ ସେୟାର କରି କ୍ୟାପସନରେ ଲେଖିଥିଲେ, ‘ଏହା କେବଳ ଏକ ସୂଚନା ଯେ ଆମେ ମୃତ୍ୟୁରୁ ବର୍ତ୍ତି ଯାଉଛି। ରଶ୍ମିକାଙ୍କ ଏହି ପୋଷ୍ଟ ପ୍ରଶଂସକମାନଙ୍କ ଟେନସନ୍ ବଢାଇବା ସହ ସୋସିଆଲ ମିଡ଼ିଆ ବେଶ ଭାଇରାଲ ହୋଇଥିଲା।  ପରେ ଅଭନେତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଥିଲା ।

ରିପୋର୍ଟ ଅନୁଯାୟୀ, ରଶ୍ମିକା ଯାତ୍ରା କରୁଥିବା ବିମାନଟି ମୁମ୍ବାଇରୁ ହାଇଦ୍ରାବାଦ ଅଭିମୁଖେ ବାହାରିଥିଲା । ଯାନ୍ତ୍ରିକ ତ୍ରୁଟି ହେତୁ ଉଡ଼ାଣର ମାତ୍ର ୩୦ ମିନିଟ୍ ରେ ଏହି ବିମାନ ଜରୁରୀକାଳୀନ ଅବତରଣ କରିବା ସହ ମୁମ୍ବାଇ ଫେରିଯାଇଥିଲେ । ତେବେ ବିମାନରେ ଥିବା ସମସ୍ତେ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।

ନିକଟରେ ଅଭିନେତ୍ରୀ ରଣବୀର କପୁରଙ୍କ ସହ 'ଆନିମଲ'ରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ କଲେକ୍ସନ୍ ମଧ୍ୟ କରିଥିଲା । ବର୍ତ୍ତମାନ ସେ 'ପୁଷ୍ପା ୨' ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ରଶ୍ମିକା ପୁଣି ଥରେ 'ଶ୍ରୀବଲ୍ଲି'ର ଭୂମିକାରେ ନଜର ଆସିବେ।

 

Read More
{}{}