Hindi News >>Home >>Odisha Entertainment

Saif Ali Khan Attack: ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ମାଡିବସିଲା ମୁମ୍ବାଇ ପୋଲିସ

ସୈଫଙ୍କୁ ଆକ୍ରମଣ ଘଟଣାରେ ମୁମ୍ବାଇ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମିଳିଥିବା ସୂଚନା ମୁତାବକ ପୋଲିସ ସନ୍ଦିଗ୍ଧଙ୍କୁ ଅଟକ ରଖିଛି, ଯେଉଁମାନଙ୍କୁ ବର୍ତ୍ତମାନ ପଚରାଉଚରା କରାଯାଉଛି। 

Advertisement
Saif Ali Khan Attack: ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ମାଡିବସିଲା ମୁମ୍ବାଇ ପୋଲିସ
Prabhudatta Moharana|Updated: Jan 17, 2025, 11:24 AM IST
Share

Saif Ali Khan Attack: ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତକୁ ମାଡି ବସିଛି ମୁମ୍ବାଇ ପୋଲିସ। ବାନ୍ଦ୍ରା ରେଲୱେ ଷ୍ଟେସନରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। 

ଏଠାରେ କହି ରଖୁ କି ଗତକାଲି ରାତିରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରୀ ଆକ୍ରମଣ ହୋଇଥିଲା। ଗୁରୁତର ହୋଇପଡିବାରୁ ତାଙ୍କୁ ସ୍ଥାନୀୟ ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଆକ୍ରମଣ ସମୟରେ ସୈଫଙ୍କ ପତ୍ନୀ କରୀନା ଏବଂ ସେମାନଙ୍କ ପିଲାମାନେ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ। ଜଣେ ଅଜଣା ବ୍ୟକ୍ତି ଚୋରି ଉଦ୍ଦେଶ୍ୟରେ ସୈଫଙ୍କ ଘରେ ପ୍ରବେଶ କରିଥିବା ନେଇ ଖବର ମିଳିଥିଲା। କିନ୍ତୁ ଏବେ ଆସିଥିବା ସଦ୍ୟତମ ଖବର ଅନୁସାରେ, ସୈଫ ଅଲ୍ଲୀ ଖାନ ଜଣେ ଅଜଣା ବ୍ୟକ୍ତିଙ୍କ ସହ ଝଗଡ଼ା କରିଥିବା ଅଭିଯୋଗ ହୋଇଥିଲା। ତେବେ ସୈଫଙ୍କୁ ଆକ୍ରମଣ ଘଟଣାରେ ମୁମ୍ବାଇ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମିଳିଥିବା ସୂଚନା ମୁତାବକ ପୋଲିସ ସନ୍ଦିଗ୍ଧଙ୍କୁ ଅଟକ ରଖିଛି, ଯେଉଁମାନଙ୍କୁ ବର୍ତ୍ତମାନ ପଚରାଉଚରା କରାଯାଉଛି। 

Read More
{}{}