Hindi News >>Home >>Odisha Entertainment

Salaar: ରେକର୍ଡ ଭାଙ୍ଗିଲା 'ସଲାର', ପ୍ରଥମ ଦିନରେ ଆୟ କଲା ଏତେ କୋଟି

Salaar Box Office Collection Day 1: ପ୍ରତିକ୍ଷାର ଅନ୍ତ ଘଟିଛି । ଡିସେମ୍ବର ୨୨ (ଶୁକ୍ରବାର) ପରଦାକୁ ଆସିଛି ପ୍ରଭାସଙ୍କ (Prabhas) ଅଭିନୀତ ଫିଲ୍ମ 'ସଲରା' (Salaar)। କେବଳ ଦେଶରେ ନୁହେଁ ବିଦେଶରେ ବି ଏହି ଫିଲ୍ମର କ୍ରେଜ୍ ଦେଖିବାକୁ ମିଳିଛି। ପ୍ରଥମ ଦିନରେ ଏହି ଫିଲ୍ମଟି ଦର୍ଶକଙ୍କ ମନ କିଣିଛି। 

Advertisement
Salaar: ରେକର୍ଡ ଭାଙ୍ଗିଲା 'ସଲାର', ପ୍ରଥମ ଦିନରେ ଆୟ କଲା ଏତେ କୋଟି
Zee Odisha Desk|Updated: Dec 23, 2023, 02:37 PM IST
Share

Salaar Box Office Collection Day 1: ପ୍ରତିକ୍ଷାର ଅନ୍ତ ଘଟିଛି । ଡିସେମ୍ବର ୨୨ (ଶୁକ୍ରବାର) ପରଦାକୁ ଆସିଛି ପ୍ରଭାସଙ୍କ (Prabhas) ଅଭିନୀତ ଫିଲ୍ମ 'ସଲରା' (Salaar)। କେବଳ ଦେଶରେ ନୁହେଁ ବିଦେଶରେ ବି ଏହି ଫିଲ୍ମର କ୍ରେଜ୍ ଦେଖିବାକୁ ମିଳିଛି।  ପ୍ରଥମ ଦିନରେ ଏହି ଫିଲ୍ମଟି ଦର୍ଶକଙ୍କ ମନ କିଣିଛି।  ସାଉଥ ଷ୍ଟାରଙ୍କ ଏହି ଫିଲ୍ମ ଦେଖିବା ପାଇଁ ହଲ୍ ଗୁଡିକରେ ଖଚାଖଚ୍ ଭିଡ ଦେଖିବାକୁ ମିଳିଥିଲା। ତେବେ, ଆସନ୍ତୁ ଜାଣିବା ପ୍ରଭାସଙ୍କ ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ କେତେ କୋଟି ଆୟ କରିବାରେ ସଫଳ ହୋଇଛି।...

ALSO READ: Surya Budh Yuti 2023: ଧନୁରେ ସୂର୍ଯ୍ୟ-ବୁଧଙ୍କ ଗୋଚର, ଆଜିଠୁ ବଦଳିବ ଏସବୁ ରାଶିଙ୍କ ଭାଗ୍ୟ

'ସଲାର' କେତେ କୋଟି ରୋଜଗାର କରିଛି:

ସାକ୍ନିନିକ୍ (Saknilk) ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, 'ସଲାର' ରିଲିଜ୍ ହେବାର ପ୍ରଥମ ଦିନରେ ଦେଶରେ ୯୫ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଛି। 'ସଲାର୍' ଉଦଘାଟନୀ ଦିନ ଏତେ ପରିମାଣର କଲେକସନ୍  'ପଠାନ୍', 'ଜୱାନ୍', 'ଡୁଙ୍କି' ଭଳି ଫିଲ୍ମକୁ ପଛରେ ପକାଇ ଦେଇଛି। ଏବଂ ବିଶ୍ବବ୍ୟାପି ଏହି ଫିଲ୍ମଟି (Rs 175 crore) ୧୭୫ କୋଟି ରୋଜଗାର କରିବାରେ ସଫଳ ହୋଇଛି। ଏହା ସହ ପ୍ରଭାସଙ୍କ ଫିଲ୍ମ ବର୍ଷର ସବୁଠୁ ବଡ ଓପନର୍ ହୋଇପାରିଛି।  ତେବେ, ଆଜି ଛୁଟି ଦିନ ଥିବାରୁ ଆଜିବି ଫିଲ୍ମଟି ଭଲ କଲେକସନ୍ କରିବ ବୋଲି ଜଣାପଡି଼ଛି। 

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ,  'ସଲାର'ରେ ମୁଖ୍ୟ ଭୂମିକାରେ ସାଉଥ୍ ଷ୍ଟାର ପ୍ରଭାସଙ୍କ ସହ ଶ୍ରୃତି ହସନ ବି ନଜର ଆସିଛନ୍ତି। ଏହି ଫିଲ୍ମରେ ଅଭିନୟ କରିବା ପାଇଁ ପ୍ରଭାସ ୧୦୦ କୋଟି ଟଙ୍କା ଚାର୍ଜ କରିଛନ୍ତି । ଖାଲି ଏତିକି ନୁହେଁ ୪୦୦ କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମରେ ପ୍ରଭାସ ୧୦୦ କୋଟି ଟଙ୍କା ସହ ପ୍ରଫିଟ୍ ସେୟାର ମଧ୍ୟ ଡିମାଣ୍ଡ କରିଛନ୍ତି। ଏହି ପ୍ରଫିଟ୍ ବାବଦକୁ ସେ ୧୦ ପ୍ରତିଶତ ଟାର୍ଜ କରିଛନ୍ତି। ପ୍ରଭାସଙ୍କ ପରେ ଅଭିନେତା ପୃଥ୍ୱୀରାଜ ସୁକୁମାରନ୍ ମଧ୍ୟ ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଜୀ ନ୍ୟୁଜର ଏକ ରିପୋର୍ଟ ଅନୁଯାୟୀ, ସଲାର ଫିଲ୍ମ ପାଇଁ ସୁକୁମାରନ୍ ୪ କୋଟି ଟଙ୍କା ନେଇଛନ୍ତି । ସେହିପରି ଫିଲ୍ମ ପାଇଁ ଶ୍ରୁତି ହସାନଙ୍କୁ ୮ କୋଟି ଟଙ୍କା ଅଫର କରାଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ଭେଟେରାନ ଅଭିନେତା ଜଗପତି ବାବୁ ୪ କୋଟି ଟଙ୍କା ଡିମାଣ୍ଡ କରିଥିବା ସୂଚନା ରହିଛି। 

Read More
{}{}