Hindi News >>Home >>Odisha Entertainment

Salaar: ଫ୍ୟାନ୍ସଙ୍କ ହାର୍ଟବିଟ୍ ବଢାଉଛି ପ୍ରଭାସଙ୍କ ଫିଲ୍ମ 'ସଲାର', ୪ର୍ଥ ଦିନରେ ଆୟ କଲେ ଏତେ କୋଟି

Salaar Box Office Collection Day 4: ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ (Prabhas) ଅଭିନୀତ ଫିଲ୍ମ 'ସଲାର: ପାର୍ଟ ୱାନ୍- ସିଜଫାୟାର୍' (Salaar) ନିକଟରେ ରିଲିଜ୍ ହୋଇଛି। ପ୍ରଥମ ଦିନରୁ ହିଁ ଫିଲ୍ମଟି ଦର୍ଶକଙ୍କ ମନ କିଣିଛି। ଫିଲ୍ମ ରିଲିଜ୍ ସହ ଚଳିତ ବର୍ଷ ବହୁ ସୁପରହିଟ୍ ସିନେମାକୁ ପଛରେ ପକାଇ ଦେଇଛି 'ସଲାର'। ରିଲିଜର ପ୍ରଥମ ଦିନରେ ସର୍ବାଧିକ ଆୟ କରି ରେକର୍ଡ ବହୁ ହିଟ୍ ଫିଲ୍ମରେ ରେକର୍ଡ ଭାଙ୍ଗିଛି  'ସଲାର'। 

Advertisement
Salaar: ଫ୍ୟାନ୍ସଙ୍କ ହାର୍ଟବିଟ୍ ବଢାଉଛି ପ୍ରଭାସଙ୍କ ଫିଲ୍ମ 'ସଲାର', ୪ର୍ଥ ଦିନରେ ଆୟ କଲେ ଏତେ କୋଟି
Zee Odisha Desk|Updated: Dec 26, 2023, 12:08 PM IST
Share

Salaar Box Office Collection Day 4: ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ (Prabhas) ଅଭିନୀତ ଫିଲ୍ମ 'ସଲାର: ପାର୍ଟ ୱାନ୍- ସିଜଫାୟାର୍' (Salaar) ନିକଟରେ ରିଲିଜ୍ ହୋଇଛି। ପ୍ରଥମ ଦିନରୁ ହିଁ ଫିଲ୍ମଟି ଦର୍ଶକଙ୍କ ମନ କିଣିଛି। ଫିଲ୍ମ ରିଲିଜ୍ ସହ ଚଳିତ ବର୍ଷ ବହୁ ସୁପରହିଟ୍ ସିନେମାକୁ ପଛରେ ପକାଇ ଦେଇଛି 'ସଲାର'। ରିଲିଜର ପ୍ରଥମ ଦିନରେ ସର୍ବାଧିକ ଆୟ କରି ରେକର୍ଡ ବହୁ ହିଟ୍ ଫିଲ୍ମରେ ରେକର୍ଡ ଭାଙ୍ଗିଛି  'ସଲାର'। ଚଳିତ ବର୍ଷର ବ୍ଲକ୍ ବଷ୍ଟର ମୁଭି  'ଯବାନ', 'ପଠାନ' ଏବଂ 'ଆନିମଲ' ଓ 'ଡଙ୍କି'କୁ ବି ପଛରେ ପକାଇଛି ପ୍ରଭାସଙ୍କ ଏହି ଆକ୍ସନ୍ ମୁଭି। ତେବେ, ରିଲିଜ୍ ହେବାର ଦ୍ବିତୀୟ ଓ ତୃତୀୟ ଦିନରେ ବି ଧମାକାଦାର କଲେକସନ୍ କରିଛି ଏହି ଫିଲ୍ମ। ତେବେ, ଆସନ୍ତୁ ଜାଣିବା ଫିଲ୍ମଟି ରିଲିଜ୍ ହେବାର ଚତୁର୍ଥ ଦିନରେ କେତେ କଲେକସନ୍ କରିଛି...

 

ରିଲିଜ୍ ହେବାର ଚତୁର୍ଥ ଦିନରେ ଫିଲ୍ମଟି କେତେ କୋଟି ସଂଗ୍ରହ କରିଛି: 
ଡିସେମ୍ବର ୨୨ରେ ଫିଲ୍ମ  'ସଲାର: ପାର୍ଟ ୱାନ୍- ସିଜଫାୟାର୍' (Salaar: Part 1 – Ceasefire) ପରଦାକୁ ଆସିଥିଲା। ଫିଲ୍ମଟି  ତେଲୁଗୁ, ତାମିଲ, ମାଲାୟାଲମ୍, କନ୍ନଡ ଏବଂ ହିନ୍ଦୀ ଭାଷାରେ ରିଲିଜ୍ ହୋଇଥିଲା। ପ୍ରଥମ ଦିନରେ ଫିଲ୍ମଟି ଭାରତରେ ୯୦.୭ କୋଟି ରୋଜଗାର କରିଥିବା ବେଳେ ବିଶ୍ବବ୍ୟାପି ୧୭୫ କୋଟି କଲେକସନ୍ କରିଥିଲା। ଏବଂ ଦ୍ବୀତିୟ ଦିନରେ ୫୬.୩୫  କୋଟି ଟଙ୍କା ଏବଂ ତୃତୀୟ ଦିନରେ  ୬୨.୦୫ କୋଟି ଇନକମ୍ କରିଥିଲା ଫିଲ୍ମଟି। (Sacnilk) ସାକ୍ନିନିକ୍ ରିପୋର୍ଟ ଅନୁସାରେ ଫିଲ୍ମଟି ରିଲିଜ୍ ହେବାର ଚତୁର୍ଥ ଦିନରେ ଅର୍ଥାତ୍ ସୋମବାର ଦିନ ୪୨.୫୦ କୋଟି ଟଙ୍କା ରୋଜଗାର କରିଛି । ଏହା ସହିତ 'ସଲାର' ରିଲିଜ୍ ହେବାର ଚାରି ଦିନ ମଧ୍ୟରେ  ୨୫୧. ୬୦ କୋଟି ଟଙ୍କା ରୋଜଗାର କରିବାର ସକ୍ଷମ ହୋଇଛି। ଏବଂ ବିଶ୍ବବ୍ୟାପି ଫିଲ୍ମଟି ୪୦୦ କୋଟିରୁ ଅଧିକ ଟଙ୍କା କଲେକସନ୍ କରିପାରିଛି। 

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଏହି ଫିଲ୍ମର କାହାଣୀଟି ମାଫିଆରାଜ୍ କୁ ନେଇ ନିର୍ମାଣ ହୋଇଛି। ପିଲାଦିନର ଦୁଇ ସାଙ୍ଗ କିଭଳି ପରବର୍ତ୍ତୀ ମୂହୁର୍ତ୍ତରେ ପରପ୍ପରର ଶତ୍ରୃ ହୋଇଯାଉଛନ୍ତି । ତାହା ଏହି ଫିଲ୍ମରେ ଦେଖିବାକୁ ମିଳିବ। ପ୍ରଭାସଙ୍କ ଦମଦାର ଆକ୍ସନ୍ ସାଙ୍ଗକୁ ଫାଇଟିଂ ସିନ୍ ଫ୍ୟାନ୍ସଙ୍କ ମନ ମୋହୁଛି। ତେବେ, ଏହି ଫିଲ୍ମଟିକୁ  ପ୍ରଶାନ୍ତ ନୀଲ ନିର୍ଦ୍ଦେଶନା ଦେଇଛନ୍ତି।  ଏହି ଫିଲ୍ମର ଲିଡ୍ ରୋଲରେ ପ୍ରଭାସଙ୍କ ସମେତ ଶ୍ରୁତି ହାସନ, ପୃଥ୍ୱୀରାଜ ଜଗପତି ବାବୁ, ଶ୍ରୀୟା ରେଡ୍ଡି ଓ  ଇଶ୍ୱରୀ ରାଓ  ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି ।  ୪୦୦ କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମରେ ପ୍ରଭାସ ୧୦୦ କୋଟି ଟଙ୍କା ସହ ପ୍ରଫିଟ୍ ସେୟାର ମଧ୍ୟ ଡିମାଣ୍ଡ କରିଛନ୍ତି। ଏହି ପ୍ରଫିଟ୍ ବାବଦକୁ ସେ ୧୦ ପ୍ରତିଶତ ଟାର୍ଜ କରିଛନ୍ତି। 

Read More
{}{}