Home >>Odisha Entertainment

Sidhu Moose Wala: ୫୮ ବର୍ଷରେ ପୁତ୍ର ସନ୍ତାନକୁ ଜନ୍ମ ଦେଲେ ସିଦ୍ଧୁ ମୁସେୱାଲାଙ୍କ ମାଆ, ଦେଖନ୍ତୁ ଫଟୋ

Sidhu Moose Wala: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ଘରକୁ ଆସିଲେ କୁନି ଅତିଥି । ଏନେଇ ମୁସେୱାଲାଙ୍କ ବାପା ବଲକୌର ସିଂ ସୋସିଆଲ ମିଡ଼ିଆରେ ସୂଚନା ଦେବା ସହ ଶିଶୁ ପୁତ୍ରର ଫଟୋ ସେୟାର କରିଛନ୍ତି । 

Advertisement
Sidhu Moose Wala: ୫୮ ବର୍ଷରେ ପୁତ୍ର ସନ୍ତାନକୁ ଜନ୍ମ ଦେଲେ ସିଦ୍ଧୁ ମୁସେୱାଲାଙ୍କ ମାଆ, ଦେଖନ୍ତୁ ଫଟୋ
Zee Odisha Desk|Updated: Mar 17, 2024, 11:52 AM IST
Share

Sidhu Moose Wala: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ଘରକୁ ଆସିଲେ କୁନି ଅତିଥି । ଏନେଇ ମୁସେୱାଲାଙ୍କ ବାପା ବଲକୌର ସିଂ ସୋସିଆଲ ମିଡ଼ିଆରେ ସୂଚନା ଦେବା ସହ ଶିଶୁ ପୁତ୍ରର ଫଟୋ ସେୟାର କରିଛନ୍ତି । ୫୮ ବର୍ଷରେ ମୁସେୱାଲାଙ୍କ ମା’ ଚରଣ କୌର (Charan Kaur) ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ ସିଦ୍ଧୁ ମୁସେୱାଲାଙ୍କ ବାପା ବଲକୌର ସିଂ ନବଜାତ ପୁଅର ଫଟୋ ସେୟାର କରି ଲେଖିଛନ୍ତ, ‘ଶୁଭଦୀପଙ୍କୁ ଭଲ ପାଉଥିବା ଲକ୍ଷ ଲକ୍ଷ ଆତ୍ମାର ଆଶୀର୍ବାଦରେ ଅନନ୍ତ ଭଗବାନ ଶୁଭଙ୍କ ସାନ ଭାଇକୁ ଆମ କୋଳରେ ଦେଇଛନ୍ତି । ଭଗବାନଙ୍କ ଆଶୀର୍ବାଦରେ ପରିବାର ସୁସ୍ଥ ଅଛି ସମସ୍ତ ଶୁଭେଚ୍ଛୁଙ୍କ ଅସୀମ ଭଲପାଇବା ପାଇଁ ମୁଁ କୃତଜ୍ଞ’।

 

ଏହା ବି ପଢନ୍ତୁ- Nayanthara: ପଛରେ ପଡି଼ଲେ କିଆରା-ଆଲିଆ, ୫୦ ସେକେଣ୍ତର ବିଜ୍ଞାପନ ପାଇଁ ନୟନତାରା ନେଲେ ଏତେ କୋଟି

ଲୋକପ୍ରିୟ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ ୨୦୨୨ରେ ଗୁଳି କରି ହତ୍ୟା କରାଯାଇଥିଲା। ସେ ତାଙ୍କ ପିତାମାତାଙ୍କ ଏକମାତ୍ର ସନ୍ତାନ ଥିଲେ। ସିଦ୍ଧୁଙ୍କ ବିୟୋଗ ପରେ ତାଙ୍କ ପିତାମାତାଙ୍କର ଆଉ କେହି ଉତ୍ତରାଧିକାରୀ ନଥିଲେ । ଏଭଳି ପରିସ୍ଥିତିରେ ପରିବାରର ଉତ୍ତରାଧିକାରୀଙ୍କ ପାଇଁ ଆଇଭିଏଫ୍ ଟେକ୍ନୋଲୋଜି ମାଧ୍ୟମରେ ଗର୍ଭଧାରଣ କରିବାକୁ ତାଙ୍କ ପିତା ମାତା ନିଷ୍ପତ୍ତି ନେଇଥିଲେ। ସିଦ୍ଧୁଙ୍କ କୁନି ଭାଇଙ୍କ ଜନ୍ମ ଖବର ସାମ୍ନାକୁ ଆସିବା ମାତ୍ରେ ମୁସେୱାଲାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

 

 

 

Read More
{}{}