Hindi News >>Home >>Odisha Entertainment

Kangana Ranaut: କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା CISF ଲେଡିଙ୍କୁ ଚାକିରୀ ଦେବେ ବଲିଉଡର ଏହି ସେଲିବ୍ରିଟି

Kangana Ranaut: ବିମାନବନ୍ଦରରେ କଙ୍ଗନାଙ୍କୁ ଦେଖି କ୍ରୋଧକୁ ନିୟନ୍ତ୍ରଣ କରିପାରିନଥିଲେ। ବର୍ତ୍ତମାନ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି ଏବଂ ତାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ବିମାନବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସ୍ଏଫ୍ ମଧ୍ୟ ଏହି ଘଟଣାରେ 'କୋର୍ଟ ଅଫ୍ ଇନକ୍ୱାରୀ' ନିର୍ଦ୍ଦେଶ ଦିଆଯାଇଛି।  

Advertisement
Kangana Ranaut: କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା CISF ଲେଡିଙ୍କୁ ଚାକିରୀ ଦେବେ ବଲିଉଡର ଏହି ସେଲିବ୍ରିଟି
Rasmita Sahoo|Updated: Jun 07, 2024, 08:14 PM IST
Share

Kangana Ranaut: ଅଭିନେତ୍ରୀରୁ ସାଂସଦ ହୋଇଥିବା କଙ୍ଗନା ରଣାୱତଙ୍କୁ ସେତେବେଳେ ଏକ ଜୋରଦାର ଝଟକା ଲାଗିଥିଲା ଯେତେବେଳେ  ଗୁରୁବାର ଦିନ ଅଭିନେତ୍ରୀ ତଥା ସାଂସଦ କଙ୍ଗନାଙ୍କୁ ଚଣ୍ଡିଗଡ ଏୟାର ପୋର୍ଟରେ ପଡ଼ିଥିଲା ଏକ ଶକ୍ତ ଚାପୁଡା । ଚଣ୍ଡିଗଡ଼ ବିମାନବନ୍ଦରରେ ସିଆଇଏସଏଫ ଯବାନ କୁଲବିନ୍ଦର କୌର ଏକ ଶକ୍ତ ଚାପୁଡା କଙ୍ଗନାଙ୍କୁ ମାରିଥିଲେ। ଏହି ଘଟଣା ପରେ କୁଲବିନ୍ଦର କୌରଙ୍କୁ ନିଲମ୍ବିତ କରାଯାଇଛି। ଏହା ସହିତ ତାଙ୍କ ବିରୋଧରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା। ଆଉ ଏବେ ସୂତ୍ର ଅନୁସାରେ, ସିଆଇଏସଏଫ କୁଲବିନ୍ଦରଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ତେବେ କଙ୍ଗନାଙ୍କୁ ଏପରି ଅପମାନ ପରେ କେହି ସପୋର୍ଟ ନକରିବାରୁ କଙ୍ଗନା ବି ଖୁବ ବଲିଉଡ ଉପରେ ବର୍ଷିଛନ୍ତି।

ହେଲେ ଏହି ପ୍ରସଙ୍ଗରେ ଏକ ଭିନ୍ନ ମୋଡ ସାମ୍ନାକୁ ଆସିଛି। ଯେତେବେଳେ କି ବଲିଉଡର ଗାୟକ ତଥା ସଂଗୀତଜ୍ଞ ଭିଶାଲ ଦଦଲାନୀ ସର୍ବସାଧାରଣରେ ଘୋଷଣା କରିଛନ୍ତି ଯେ ଯଦି ସିଆଇଏସଏଫ୍ କର୍ମଚାରୀ ଯଥା କୁଲବିନ୍ଦର କୌରଙ୍କୁ(Kulvinder Kaur) ଚାକିରିରୁ ବରଖାସ୍ତ କରାଯାଏ, ତେବେ ସେ ତାଙ୍କୁ ଚାକିରି ଦେବେ। ସିଆଇଏସ୍ଏଫ୍ ମହିଳା ଅଧିକାରୀ କହିଛନ୍ତି ଯେ ଚାଷୀଙ୍କ ପ୍ରତିବାଦରେ କଙ୍ଗନା ରଣାୱତଙ୍କ ବୟାନରେ ମହିଳା କନଷ୍ଟେବଳ କୁଲବିନ୍ଦର କୌର କ୍ରୋଧିତ ହୋଇଥିଲେ। ସେଥିପାଇଁ ସେ ବିମାନବନ୍ଦରରେ କଙ୍ଗନାଙ୍କୁ ଦେଖି କ୍ରୋଧକୁ ନିୟନ୍ତ୍ରଣ କରିପାରିନଥିଲେ। ବର୍ତ୍ତମାନ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି ଏବଂ ତାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ବିମାନବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସ୍ଏଫ୍ ମଧ୍ୟ ଏହି ଘଟଣାରେ 'କୋର୍ଟ ଅଫ୍ ଇନକ୍ୱାରୀ' ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ଏହି ସବୁ ଘଟଣା ପରେ ବଲିଉଡର ଗାୟକ ତଥା ସଙ୍ଗୀତଜ୍ଞ ଭିଶାଲ ଦଦଲାନୀ (Vishal Dadlani) ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ କଙ୍ଗନା (Kangana Ranaut)ଏବଂ କୌରଙ୍କ ମଧ୍ୟରେ ହୋଇଥିବା ବିବାଦର ଏକ ଭିଡିଓ ସେୟାର କରି କହିଛନ୍ତି ଯେ ସେ ହିଂସାକୁ ସମର୍ଥନ କରନ୍ତି ନାହିଁ, କିନ୍ତୁ ସେ ମହିଳାଙ୍କ ଦୁର୍ଦଶାକୁ ବୁଝନ୍ତି। ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ମୁଁ କଦାପି ହିଂସାକୁ ସମର୍ଥନ କରେ ନାହିଁ, କିନ୍ତୁ ଏହି ଆଟ୍ ଅଫିସିଆଲ ସିଆଇସିଏଫ କର୍ମଚାରୀଙ୍କ କ୍ରୋଧର ଆବଶ୍ୟକତାକୁ ମୁଁ ସମ୍ପୂର୍ଣ୍ଣ ଭାବେ ବୁଝିପାରୁଛି। ଯଦି ତାଙ୍କ ବିରୋଧରେ CISF ଦ୍ୱାରା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଏ, ମୁଁ ତାଙ୍କୁ ଚାକିରି ଦେବି ।ଜୟ ହିନ୍ଦ୍ ଜୟ ଜୱାନ୍ ଜୟ କିସାନ୍।

ଭିଶାଲ୍ ଏତିକିରେ ଅଟକିନାହାଁନ୍ତି। ସେ କଙ୍ଗନାକୁ ସମର୍ଥନ କରୁଥିବା ଏବଂ କୃଷକଙ୍କ ବିରୋଧର ସଦସ୍ୟଙ୍କ ବିରୋଧରେ ଦେଇଥିବା ବିବୃତ୍ତିକୁ ମଧ୍ୟ ସମାଲୋଚନା କରି ଲେଖିଛନ୍ତି ଯେ ଡୁଙ୍ଗାନାର ସମର୍ଥକ ଯଦି ସେ କହିଥଲେ, ଆପଣଙ୍କ ମା ଶହେ ଟଙ୍କା ପାଇଁ ଉପଲବ୍ଧ' ତେବେ ଏହି ଘଟଣା ପରେ କଙ୍ଗନା ଆପଣ କ’ଣ କରିଥାନ୍ତେ? ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ବାର୍ତ୍ତା ସେୟାର କରିଛନ୍ତି ଯେଉଁଥିରେ ସେ ସୂଚନା ଦେଇଛନ୍ତି ଯେ ପଞ୍ଜାବରେ ବଢୁଥିବା ଆତଙ୍କବାଦ ଏବଂ ଏହାର ମୁକାବିଲା ପାଇଁ ମୋର ଚିନ୍ତା। କେବଳ ଏତିକି ନୁହେଁ, ପରେ ସେ ତାଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ସେଲିବ୍ରିଟି ଏବଂ ଫିଲ୍ମ ଭାଇଚାରା ର ଅନ୍ୟ ସଦସ୍ୟଙ୍କ ନିରବତା ଉପରେ ମଧ୍ୟ ପ୍ରଶ୍ନ କରିଥିଲେ। 

Also Read:  Rahul Gandhi Portfolio: ସେୟାର ମାର୍କେଟରେ ୩୦ ଲକ୍ଷ କୋଟି ସ୍ୱାହା!ଜାଣନ୍ତୁ ରାହୁଲ ଗାନ୍ଧୀଙ୍କୁ ମିଳିଛି କେତେ?

Also Read: Budh Gochar: ଏହିଦିନରୁ ବୁଧଙ୍କ ଚଳନ,୫ ରାଶିର ବ୍ୟକ୍ତି ହେବେ ଭାଗ୍ୟବାନ !

Read More
{}{}