Home >>Odisha Entertainment

Shatrughan Sinha: ଶତୃଘ୍ନ ସିହ୍ନାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ମୁମ୍ବାଇର କୋକିଲାବେନ୍ ଅମ୍ବାନୀ ହସ୍ପିଟାଲରେ ଶତୃଘ୍ନ ସିହ୍ନାଙ୍କୁ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଶତୃଘ୍ନ ସିହ୍ନା ଜୁହୁରେ ଥିବା ତାଙ୍କ ବଙ୍ଗଳାର ଏକ କୋଠରୀରେ ସୋଫାରୁ ଉଠିବା ସମୟରେ ତଳେ ପଡ଼ିଯାଇଥିଲେ। ଏହା ପରେ ସେ ସାମାନ୍ୟ ଆହତ ହେବା ସହିତ ଯନ୍ତ୍ରଣା ଅନୁଭବ କରିଥିଲେ। ସୂତ୍ରରୁ ପ୍ରକା

Advertisement
Shatrughan Sinha: ଶତୃଘ୍ନ ସିହ୍ନାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ
Prabhudatta Moharana|Updated: Jul 01, 2024, 05:33 PM IST
Share

Shatrughan Sinha: ନୂଆଦିଲ୍ଲୀ: ଗତ କିଛି ଦିନ ହେବ ମୁମ୍ବାଇର କୋକିଲାବେନ୍ ଅମ୍ବାନୀ ହସ୍ପିଟାଲରେ ଶତୃଘ୍ନ ସିହ୍ନାଙ୍କୁ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଶତୃଘ୍ନ ସିହ୍ନା ଜୁହୁରେ ଥିବା ତାଙ୍କ ବଙ୍ଗଳାର ଏକ କୋଠରୀରେ ସୋଫାରୁ ଉଠିବା ସମୟରେ ତଳେ ପଡ଼ିଯାଇଥିଲେ। ଏହା ପରେ ସେ ସାମାନ୍ୟ ଆହତ ହେବା ସହିତ ଯନ୍ତ୍ରଣା ଅନୁଭବ କରିଥିଲେ। ସୂତ୍ରରୁ ପ୍ରକାଶ ଯେ ଦୁଇ ଦିନ ପରେ ଯେତେବେଳେ ସେ ଗୁରୁତର ଭାବେ ଯନ୍ତ୍ରଣା ଅନୁଭବ କଲେ, ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା।

ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା
ଏହାରି ମଧ୍ୟରେ ଚର୍ଚ୍ଚା ହେଉଛି ଯେ ଶତୃଘ୍ନ ସିହ୍ନାଙ୍କର ଅସ୍ତ୍ରୋପଚାର କରାଯାଇଛି। ଏଠାରେ କହି ରଖୁଛି ଯେ ଶତୃଘ୍ନ ସିହ୍ନାଙ୍କ ଅସ୍ତ୍ରୋପଚାର ଖବରକୁ ଉତ୍ସ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରିଛି। ଏହାରି ମଧ୍ୟରେ ଶତୃଘ୍ନ ସିହ୍ନାଙ୍କ ପୁଅ ଲଭ ସିହ୍ନା ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟ ଏବଂ ଅସ୍ତ୍ରୋପଚାର ବିଷୟରେ ସମସ୍ତ କଳ୍ପନାଜଳ୍ପନାକୁ ଖଣ୍ଡନ କରିବା ସହିତ କହିଥିଲେ ଯେ ତାଙ୍କ ଶତୃଘ୍ନଙ୍କୁ ଭାଇରାଲ୍ ଜ୍ୱର ହୋଇଛି ଏବଂ ଏଭଳି ପରିସ୍ଥିତିରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିବ। ଏହା ବ୍ୟତୀତ ସମସ୍ତ ପ୍ରକାରର ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି କି ଶତୃଘ୍ନଙ୍କର ସମ୍ପୂର୍ଣ୍ଣ ଶରୀର ଚେକଅପ କରାଯାଇଛି। ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ବାପା ସମ୍ପୂର୍ଣ୍ଣ ଠିକ ରହିଛନ୍ତି। କାଲି ସୁଦ୍ଧା ଆମେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଯିବୁ। 

ଶତୃଘ୍ନ ସିହ୍ନା ଗତ ୨୩ ତାରିଖରେ ନିଜ ଝିଅ ସୋନାକ୍ଷୀ ସିହ୍ନାଙ୍କର ବାହାଘରରେ ନଜର ଆସିଥିଲେ। ଘରେ ପଡ଼ିଯିବା କାରଣରୁ ସେ ଆହତ ହୋଇଥିବା ନେଇ ସୂଚନା ଦେଇଥିଲେ।ଏହାର ଦୁଇ ଦିନ ପରେ ଅର୍ଥାନ ୨୭ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। 

Read More
{}{}