Home >>Odisha Entertainment

Free IAS Coaching: ଅଭିନେତାଙ୍କ ମହାନତା, ଫ୍ରି’ରେ ଆଶାୟୀଙ୍କୁ ଦେବେ IAS କୋଚିଂ ସୁବିଧା

Actor Offers Free IAS Coaching: ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତା ବର୍ତ୍ତମାନ ଦେଶ ପାଇଁ ଏପରି କିଛି କାର୍ଯ୍ୟ କରିଛନ୍ତି ଯାହାକୁ ଲୋକେ କେବଳ ଆଜି ନୁହେଁ ଆଗାମୀ ଭବିଷ୍ୟତରେ ମଧ୍ୟ ମନେ ରଖିବେ। ଯଦିଓ ଏହି ଅଭିନେତା ପରଦାରେ ଜଣେ ଭିଲେନ୍ ଭୂମିକାରେ ଅଭିନୟ କରିଥାଆନ୍ତି, କିନ୍ତୁ ଦର୍ଶକଙ୍କ ହୃଦୟର ସେ ପ୍ରକୃତ ହିରୋ । 

Advertisement
Free IAS Coaching: ଅଭିନେତାଙ୍କ ମହାନତା, ଫ୍ରି’ରେ ଆଶାୟୀଙ୍କୁ ଦେବେ IAS କୋଚିଂ ସୁବିଧା
Payal Priyadarshini|Updated: Apr 11, 2024, 03:44 PM IST
Share

Actor Offers Free IAS Coaching: ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତା ବର୍ତ୍ତମାନ ଦେଶ ପାଇଁ ଏପରି କିଛି କାର୍ଯ୍ୟ କରିଛନ୍ତି ଯାହାକୁ ଲୋକେ କେବଳ ଆଜି ନୁହେଁ ଆଗାମୀ ଭବିଷ୍ୟତରେ ମଧ୍ୟ ମନେ ରଖିବେ। ଯଦିଓ ଏହି ଅଭିନେତା ପରଦାରେ ଜଣେ ଭିଲେନ୍ ଭୂମିକାରେ ଅଭିନୟ କରିଥାଆନ୍ତି, କିନ୍ତୁ ଦର୍ଶକଙ୍କ ହୃଦୟର ସେ ପ୍ରକୃତ ହିରୋ । ମହାମାରୀ ସମୟରେ ବହୁ ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟ କରି ଲାଇମଲାଇଟକୁ ଆସିଥିବା ଅଭିନେତା ସୋନୁ ସୁଦ ବର୍ତ୍ତମାନ ଆଉ ଏକ ବଡ଼ ଦାୟିତ୍ବ ଗ୍ରହଣ କରିଛନ୍ତି । ଅଭିନେତା IAS ହେବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ସାହାଯ୍ୟର ହାତ ବଢାଇଛନ୍ତି ।

ବାସ୍ତବରେ, କିଛି ଦିନ ପୂର୍ବରୁ, ସୋନୁ ଏକ ଭିଡିଓ ସେୟାର କରି କହିଥିଲେ ଯେ, ଯେଉଁମାନେ ଆଇଏସ (IAS) ହେବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି। ଗତ ୩ ବର୍ଷ ଧରି ‘ସୁଦ ଚ୍ୟାରିଟି ଫାଉଣ୍ଡେସନ୍’ ‘ସମ୍ଭାବନା’ ମାଗଣାରେ ଆଇଏଏସ୍ କୋଚିଂ ପ୍ରଦାନ କରୁଛି। ଏଥିରେ, ବର୍ତ୍ତମାନ ସୁଦ୍ଧା ୭୦୦୦ରୁ ଅଧିକ ଆଶାୟୀଙ୍କୁ ମାଗଣା କୋଚିଂଙ୍ଗ ଦିଆଯାଇଛି । ଏଥିରେ ବହୁ ଜାତୀୟ ସ୍ତରର ଶିକ୍ଷକ କୋଚିଂ ପ୍ରଦାନ କରିଥାଆନ୍ତି ।

 

କେବଳ ଏତିକି ନୁହେଁ, ‘ସମ୍ଭାବନା’ ସହିତ ଜଡିତ ୫୦ରୁ ଅଧିକ ଆଶାୟୀ ସଫଳତା ମଧ୍ଯ ହାସଲ କରିଛନ୍ତି। ଏନେଇ ସୋନୁ ଆହୁରି ମଧ୍ଯ କହିଛନ୍ତି, ‘ତାଙ୍କ ଲକ୍ଷ୍ୟ କେବଳ ଆଇଏଏସ୍ ତିଆରି କରିବା ନୁହେଁ ବରଂ ଦେଶ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବା । ଏଥିପାଇଁ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ବିକାଶ କର୍ମଶାଳା ଆୟୋଜନ କରିଯାଉଛି । ଆଇଏଏସ୍, ଆଇପିଏସ୍ ହେବାକୁ ଚାହୁଁଥିବା ସମସ୍ତ ଆଶାୟୀଙ୍କ ସହ ମୁଁ ଅଛି । ଏଣିକି ଟଙ୍କା ଅଭାବ ହେତୁ କାହାର ସ୍ୱପ୍ନ ଅଧା ରହିବ ନାହିଁ । ଏଠାରେ ଆପଣଙ୍କୁ ମାଗଣା କୋଚିଂ ପ୍ରଦାନ କରାଯିବ’ । ତେବେ ଏନେଇ କିପରି ପଞ୍ଜୀକୃତ କରି ହେବ ସେନେଇ ମଧ୍ଯ ସୋନୁ ସୂଚନା ଦେଇଛନ୍ତି । ଏହି ଘୋଷଣା ପରେ ଅଭିନେତାଙ୍କ ଘର ବାହାରେ ଲୋକଙ୍କ ଭିଡ଼ ଜମିଛି।

 

Read More
{}{}