Home >>Odisha Entertainment

Tripti Dimri: ରଣବୀରଙ୍କ ସହ ଇଣ୍ଟିମେଟ୍ ସିନ୍ ପରେ ମୁହଁ ଖୋଲିଲେ ତ୍ରିପ୍ତି, କେମିତି ହୋଇଥିଲା ସୁଟିଂ?

Tripti Dimri: ଏକ ସାକ୍ଷାତକାରରେ ତ୍ରିପ୍ତି କହିଛନ୍ତି ଯେ, ଯେତେବେଳେ ଡାଇରେକ୍ଟର ସନ୍ଦୀପ ୱାଙ୍ଗା ତାଙ୍କୁ ଏ ଅଫର ଦେଇଥିଲେ ସେତେବେଳେ ସେ ଅନ୍ତରଙ୍ଗ ସିନ୍ କଥା କହିଥିଲେ। ହେଲେ ମୋତେ ଏଥିପାଇଁ ଅନେଷ୍ଟ ଉତ୍ତର ଦରକାର ବୋଲି ୱାଙ୍ଗା କହିଥିଲେ । 

Advertisement
Tripti Dimri: ରଣବୀରଙ୍କ ସହ ଇଣ୍ଟିମେଟ୍ ସିନ୍ ପରେ ମୁହଁ ଖୋଲିଲେ ତ୍ରିପ୍ତି, କେମିତି ହୋଇଥିଲା ସୁଟିଂ?
Rasmita Sahoo|Updated: Dec 13, 2023, 03:27 PM IST
Share

Tripti Dimri:  କିଛି ଦିନ ପୂର୍ବରୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ରଣବୀର କପୁରଙ୍କ ଫିଲ୍ମ 'ଆନିମଲ' (Animal) ମଧ୍ୟ ପ୍ରତିଦିନ ନୂଆ ରୋଜଗାର ରେକର୍ଡ ସୃଷ୍ଟି କରୁଛି। ରିପୋର୍ଟର କହିବାନୁସାରେ, ଏହି ଚଳଚ୍ଚିତ୍ରଟି ମାତ୍ର ୧୧ ଦିନ ମଧ୍ୟରେ ମୋଟ ସଂଗ୍ରହରେ ୫୩୦.୩୫ କୋଟି ଟଙ୍କା ରୋଜଗାର କରିଛି । ଏହା ସହିତ ଚଳଚ୍ଚିତ୍ରଟି ସାରା ବିଶ୍ୱରେ ୭୩୭.୫ କୋଟି ଟଙ୍କା ବ୍ୟବସାୟ କରିଥିଲା। ହେଲେ  ବେଶି ଚର୍ଚ୍ଚାରେ ରହିଛି ଏଥିରେ ଅଭିନୟ କରିଥିବା ଅଭିନେତ୍ରୀ ତ୍ରିପ୍ତି ଦିମ୍ରିଙ୍କ ଆକ୍ଟିଂ । ଏହାସହ ଇଣ୍ଟରଭାଲ ପରେ ରଣବୀରଙ୍କ ସହ ଅନସ୍କ୍ରିନ ରୋମାନ୍ସ ସ୍କ୍ରିନ୍ ତ୍ରିପ୍ତିଙ୍କୁ ରାତାରାତି ତଥାକଥିତ ନ୍ୟାସନାଲ କ୍ରସ ବନାଇଦେଇଛି। 

ସୋସିଆଲ ମିଡିଆଠୁ ଆରମ୍ଭ କରି ସୋସିଆଲ ପେଜ୍ ସବୁଥିରେ ଏବେ ତ୍ରିପ୍ତିଙ୍କ ଚର୍ଚ୍ଚା । ତାଙ୍କର ଅଭିନୟ ଓ ରଣବୀରଙ୍କ ସହ କେମେଷ୍ଟ୍ରିକୁ ଖୁବ ପସନ୍ଦ କରିଛନ୍ତି ଫ୍ୟାନ୍ସ । ହେଲେ ଏଥିରେ ଥିବା ଅନସ୍କ୍ରିନ ରୋମାନ୍ସ ଓ ଇଣ୍ଟିମେଣ୍ଟ ସିନ୍ କୁ ନେଇ ଏବେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ତ୍ରିପ୍ତି । ଏକ ସାକ୍ଷାତକାରରେ ତ୍ରିପ୍ତି କହିଛନ୍ତି ଯେ, ଯେତେବେଳେ ଡାଇରେକ୍ଟର ସନ୍ଦୀପ ୱାଙ୍ଗା ତାଙ୍କୁ ଏ ଅଫର ଦେଇଥିଲେ ସେତେବେଳେ ସେ ଅନ୍ତରଙ୍ଗ ସିନ୍ କଥା କହିଥିଲେ। ଏହାସହ ଡେମୋ ଆକାରରେ ଦେଖାଇଥିଲେ ବି। ତ୍ରିପ୍ତିଙ୍କ କହିବା କଥା, ଡାଇରେକ୍ଟର କହିଥିଲେ ଯେ, ଏହି ସିନ୍ ଟି aesthetically ବା ରିୟଲ ସୁଟ୍ ହେବ ଯଦି ଅଭିନେତ୍ରୀ ଜଣକ ରାଜି ବା କମ୍ଫ୍ଫଟେବଲ ହୁଅନ୍ତି।

ତ୍ରିପ୍ତି ଏକଥା ବି କହିଛନ୍ତି ଯେ, 'ଯେଉଁ ଦିନ ଡିରେକ୍ଟର ୱାଙ୍ଗା (Sandeep Reddy Vanga) ସେ ମୋତେ ଫିଲ୍ମ ଓ ସିନ୍ ଅଫର କରିଥିଲେ, ସନ୍ଦୀପ ସାର୍ ମୋତେ ନିର୍ଦ୍ଦିଷ୍ଟ ଭାବରେ କହିଥିଲେ,‘ ଏହି ଦୃଶ୍ୟ ମୁଁ ସୁଟିଂ କରିବାକୁ ଚାହୁଁଛି; ମୁଁ ଏମିତି ସୁଟିଂ କରିବାକୁ ଚାହୁଁଛି। ମୁଁ ତୁମକୁ ପ୍ରତିଶୃତି ଦେଉଛି ଯେ ଏହା ଅଶ୍ଳୀଳ ହେବ ନାହିଁ, ଏବଂ ଏହା ସୌନ୍ଦର୍ଯ୍ୟପୂର୍ଣ୍ଣ ଭାବରେ ସୁଟ୍ ହେବ । ହେଲେ ମୁଁ ତମକୁ କମ୍ଫଟେବଲ ଭାବେ ଦେଖିବାକୁ ଚାହୁଁଛି। ତେଣୁ ଯଦି ତୁମେ କମ୍ଫଟେବଲ ହେବନି ତେବେ, ଆମେ ଏହି ସିନ୍ ସୁଟିଂ କରିବା ପାଇଁ ଏକ ଭିନ୍ନ ଉପାୟ ଚିନ୍ତା କରିବୁ। ହେଲେ ମୋତେ ଏଥିପାଇଁ ଅନେଷ୍ଟ ଉତ୍ତର ଦରକାର ବୋଲି ୱାଙ୍ଗା କହିଥିଲେ । 

ଅଭିନେତ୍ରୀ ତ୍ରିପ୍ତି (Tripti Dimri)  ଆହୁରି ପ୍ରକାଶ କରିଛନ୍ତି ଯେ ଏହି ସିନ୍ ସୁଟିଂ ହେବା ପୂର୍ବରୁ ପୁରା ସେଟ୍ ବନ୍ଦ ହୋଇଯାଇଥିଲା। ତାଙ୍କୁ କମ୍ଫଟେବଲ ଫିଲ୍ କରାଇବା ପାଇଁ  ମାତ୍ର ଚାରି ଜଣଙ୍କୁ ସୁଟିଂ ସେଟକୁ ଅନୁମତି ଦିଆଯାଇଥିଲା ଏବଂ ମନିଟର ମଧ୍ୟ ବନ୍ଦ କରାଯାଇଥିଲା । ପୂରା କମ୍ଫଟେବଲ ଫିଲ କରିବା ପରେ ଫାଇନାଲ ସଟ୍ ଦେଇଥିଲେ ତ୍ରିପ୍ତି। ସେହିପରି ରଣବୀର କପୁର ବି ତାଙ୍କୁ ଖୁବ ସାହାଯ୍ୟ କରିଥିଲେ। ସିନ୍ ସୁଟିଂ ସମୟରେ ବାରମ୍ବାର ଅଭିନେତ୍ରୀ ତ୍ରିପ୍ତିଙ୍କୁ ପଚାରିବା ସହ ତାଙ୍କୁ କମ୍ଫଟେବଲ ଫିଲ୍ ହେଉଛି ନା ନାହିଁ ପଚାରୁଥିଲେ ରଣବୀର। ଯାହାକୁ ନେଇ ଅଭିନେତ୍ରୀ ତ୍ରିପ୍ତି ଦିମ୍ରି ଖୁସିବ୍ୟକ୍ତ କରିଥିଲେ। 

Also Read: Tripti Dimri Fees: ରଣବୀରଙ୍କ ସହ ରୋମାନ୍ସ କରି ଚର୍ଚ୍ଚାରେ ଥିବା ତ୍ରିପ୍ତି ଦିମ୍ରି ନେଇଛନ୍ତି କେତେ ଟଙ୍କା ?

Also Read: Year End: ୨୦୨୩କୁ ଝୁରିବେ ଫ୍ୟାନ୍ସ, ଏହିସବୁ ବ୍ଲକବଷ୍ଟର ଫିଲ୍ମ କରିଛନ୍ତି ରେକର୍ଡ ତୋଡ ଇନକମ୍

Read More
{}{}