Hindi News >>Home >>Odisha Entertainment

Aswini Brahma: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ସମ୍ମୁଖନ ହେଲେ ଯାତ୍ରା କଳାକାର

ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚାଳକଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। 

Advertisement
Aswini Brahma: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ସମ୍ମୁଖନ ହେଲେ ଯାତ୍ରା କଳାକାର
Prabhudatta Moharana|Updated: Apr 15, 2025, 12:53 PM IST
Share

Aswini Brahma: ଭୁବନେଶ୍ୱର:  ସଡ଼କ ଦୁର୍ଘଟଣାରେ ତୁଳସୀ ଗଣନାଟ୍ୟର ଯାତ୍ରା କଳାକାର ଅଶ୍ୱିନୀ ବ୍ରହ୍ମା ଆହତ। ଏହା ସହିତ ତାଙ୍କ ଗାଡି ଚାଳକ ସୋମନାଥ ଦାସ ମଧ୍ୟ ଗୁରୁତର ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ବାଲେଶ୍ୱର ଅନ୍ତର୍ଗତ ଜାମୁଝାଡ଼ି ନିକଟରେ ତାଙ୍କର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ରହିଛି। ନୀଳଗିରି ଅଞ୍ଚଳରୁ ଯାତ୍ରା ତୁଳସୀ ଗଣନାଟ୍ୟ ପଡ଼ିଥିବା ବେଳେ ଯାତ୍ରା ସାରି ନିଜ କାରରେ ଅଶ୍ବିନୀ ଭୁବନେଶ୍ୱର ଫେରୁଥିବା ବେଳେ ୧୬ନଂ ଜାତୀୟ ରାଜପଥ ଜାମୁଝାଡ଼ି ଛକ ନିକଟରେ କାର ସହିତ ଟ୍ରକର ମୁଁହାମୁଁହିଁ ଧକ୍କା ହୋଇଛି।

ଗତକାଲି ନୀଳଗିରି ଅଞ୍ଚଳରୁ ଯାତ୍ରା ସାରି ତୁଳସୀ ଗଣନାଟ୍ୟର କଳାକାର ଅଶ୍ୱିନୀ ନିଜ ଗାଡ଼ି ଯୋଗେ ତାଙ୍କ ଘରକୁ ଫେରୁଥିଲେ। ତେବେ ଜାମୁଝାଡ଼ି ନିକଟରେ ଏକ ଟ୍ରକ ସହିତ ମୁହାଁମୁହିଁ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଅଶ୍ୱିନୀଙ୍କ ଗାଡି ଚାଳକ ଗୁରୁତର ହୋଇଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚାଳକଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। 

Read More
{}{}