Home >>Odisha Entertainment

ଏଇ ରବିବାର ସନ୍ଧ୍ୟାରେ ଦେଖନ୍ତୁ ନୂଆ ଚଳଚ୍ଚିତ୍ର 'ଜ୍ଵାଇଁ ପୁଅର ଜୀବନ ବୀମା'

ଏକ ଭିନ୍ନ କାହାଣୀକୁ ନେଇ ଆସୁଛି ଚଳଚ୍ଚିତ୍ର 'ଜ୍ଵାଇଁ ପୁଅର ଜୀବନ ବୀମା' କେବଳ ଜୀ ସାର୍ଥକରେ ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରେ । 

Advertisement
ଏଇ ରବିବାର ସନ୍ଧ୍ୟାରେ ଦେଖନ୍ତୁ ନୂଆ ଚଳଚ୍ଚିତ୍ର 'ଜ୍ଵାଇଁ ପୁଅର ଜୀବନ ବୀମା'
Soubhagya Ranjan Mishra|Updated: Jun 03, 2025, 08:29 PM IST
Share

Ollywood News: ଓଡ଼ିଶାର ଏକ ନମ୍ବର ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ଦର୍ଶକଙ୍କୁ ସବୁବେଳେ ତାଙ୍କର ନିଜ ମନ ପସନ୍ଦର ଫିଲ୍ମ ଦେଖାଇ ଆସିଛି । ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ଓ ରିୟ୍ଯାଲିଟି ସୋ ଓ ରୁଚିପୂର୍ଣ୍ଣ ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛି ଏହି ଚ୍ଯାନେଲ । ସେହିପରି ଏକ ଭିନ୍ନ କାହାଣୀକୁ ନେଇ ଆସୁଛି ଚଳଚ୍ଚିତ୍ର 'ଜ୍ଵାଇଁ ପୁଅର ଜୀବନ ବୀମା' କେବଳ ଜୀ ସାର୍ଥକରେ ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରେ । 

ସମୟ ବେଳେ ବେଳେ କେମିତି କାହା ସାଙ୍ଗରେ ଖେଳେ ତାହାର ଉଦାହରଣ ହୋଇଛି ଏହି ଫିଲ୍ମ । ରାଜ୍, ଜଣେ ଧନୀ କିନ୍ତୁ ଭାବପ୍ରବଣ ଭାବରେ ସମସ୍ତଙ୍କ ଠାରୁ ପରିତ୍ୟକ୍ତ ବ୍ୟକ୍ତି ଏବଂ ଦାସ ହେଉଛନ୍ତି ଜଣେ ଋଣଗ୍ରସ୍ତ ବୀମା ଏଜେଣ୍ଟ, ସଂଯୋଗବଶତଃ ଏକ ହିଲ୍ ଷ୍ଟେସନ୍ ଉପରେ ଭେଟନ୍ତି, ଜୀବନ ସଂଘର୍ଷରେ ନିଜକୁ ପଛରେ ପାଇ ଉଭୟେ ସେଇ ପାହାଡ଼ ଉପରୁ ଡେଇଁ  ନିଜ ଜୀବନକୁ ଶେଷ କରିବାକୁ ଯୋଜନା କରିଛନ୍ତି । ତେବେ ଏଇଠି ଆରମ୍ଭ ହୁଏ ପ୍ରକୃତ କାହାଣୀ । ଦୁହିଙ୍କ ମଧ୍ୟରେ କିଛି ସମୟ କଥାବାର୍ତ୍ତା ପରେ ଦୁଇ ଜଣ ନିଜ ନିଜ ଯୋଜନାରେ ପରିବର୍ତ୍ତନ କରନ୍ତି ତେବେ କାହିଁକି ଦୁଇଜଣ ଏପରି ଚରମ ନିଷ୍ପତ୍ତି ନେଉଥିଲେ? କେମିତି ଦୁଇଜଣଙ୍କର ମନ ପରିବର୍ତ୍ତନ ହେଲା ? ଆଗକୁ କଣ ହେବେ ଦୁଇ ଜଣଙ୍କର ? ଏମିତି ସବୁ ପ୍ରଶ୍ନର ଉତ୍ତର ମିଳିବ ଚଳଚ୍ଚିତ୍ରର ଶେଷରେ । 

ବିଜୟ କାଣ୍ଡୋଇଙ୍କ ପ୍ରଯୋଜନା ଓ ରାଶେସ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ 'ଜ୍ଵାଇଁ ପୁଅର ଜୀବନ ବୀମା' ଆସନ୍ତା ଜୁନ ମାସ ୮ ତାରିଖ ରବିବାର ସଂଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ନାୟକ ଭାବରେ ସନ୍ଦୀପ ଓ ନାୟିକା ଭାବରେ ମିତାଲି ବ୍ୟତୀତ କେକେ ଓ ରବି ମିଶ୍ର ନଜର ଆସିବେ। ଚଳଚ୍ଚିତ୍ରରେ ସଂଗୀତ ଦେଇଛନ୍ତି ଗୁଡଲି ରଥ ଓ ତାରିକ ଅଜିଜ୍, ଲିପ୍ସା ମହାପାତ୍ର,ଅସୀମା ପଣ୍ଡା,ହ୍ୟୁମାନ୍ ସାଗରଙ୍କ ପରି ଲୋକପ୍ରିୟ କଣ୍ଠଶିଳ୍ପୀ କଣ୍ଠଦାନ କରିଛନ୍ତି। ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଓ ସୂର୍ଯ୍ୟ ମହାପାତ୍ର ।

ହସ, କାନ୍ଦ ଓ ସସପେନ୍ସ ଭରା ଏହି ଚଳଚ୍ଚିତ୍ରକୁ ଦେଖିବା ସହିତ ଭଲପାଇବା ଦେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର୍ ପ୍ରତୀକ ସିଲ୍। ଏହି କାହାଣୀ ମୂଳରୁ ଶେଷ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଦର୍ଶକଙ୍କ ମଧ୍ୟରେ ନିଶ୍ଚୟ ଆଦୃତ ହେବ ।

Also Read- Ganga Dussehra 2025: ଗଙ୍ଗା ଦଶହରାରେ ଦୁର୍ଲଭ ଯୋଗ, ୩ ରାଶି ପାଇଁ ଅତ୍ୟନ୍ତ ଶୁଭ

Also Read- Gold Rate: ସୁନା କିଣୁଥିଲେ ରହିଯାଆନ୍ତୁ, ପ୍ରଥମେ ଜାଣନ୍ତୁ ଆଜିର ଦର

Read More
{}{}