Home >>Odisha Entertainment

Payal Kapadia: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଗ୍ରାଣ୍ଡ ପ୍ରିକ୍ସ ଆୱାର୍ଡ ଜିତିଥିବା ପାୟଲ୍ କପାଡ଼ିଆ କିଏ?

Payal Kapadia: ପାୟଲ କାପାଡିଆ ହେଉଛନ୍ତି ପ୍ରଥମ ଭାରତୀୟ ନିର୍ଦ୍ଦେଶକ ଯିଏକି କାନ୍ସ ୨୦୨୪ ରେ ଆନ୍ତର୍ଜାତୀୟ ସ୍ତରରେ ଭାରତକୁ ଗର୍ବିତ କରିଛନ୍ତି। ଆସନ୍ତୁ ଜାଣିବା ପାୟଲ କାପାଡି଼ଆ କିଏ?  

Advertisement
Who is Payal Kapadia
Who is Payal Kapadia
Zee Odisha Desk|Updated: May 26, 2024, 03:06 PM IST
Share

ମୁମ୍ବାଇ: ପାୟଲ କପାଡ଼ିଆଙ୍କ ଫିଲ୍ମ ‘ଅଲ୍ ୱି ଇମାଜିନ୍ ଏଜ୍ ଲାଇଟ୍’ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଗ୍ରାଣ୍ଜ ପ୍ରିକ୍ସ ପୁରସ୍କାର ଜିତିଛନ୍ତି। ଏହା ହେଉଛି କାନ୍ସ ଫିଲ୍ମ ଫେଷ୍ଟିଭାଲର ଦ୍ୱିତୀୟ ପ୍ରତିଷ୍ଠିତ ପୁରସ୍କାର । ୩୦ ବର୍ଷରେ ଏହା କୌଣସି ଭାରତୀୟ ମହିଳା ନିର୍ଦ୍ଦେଶିକାଙ୍କ ଦ୍ୱାରା ମୁଖ୍ୟ ପ୍ରତିଯୋଗିତାରେ ପ୍ରଦର୍ଶିତ ହୋଇଥିବା ପ୍ରଥମ ଭାରତୀୟ ଚଳଚ୍ଚିତ୍ର। ମଲୟାଲମ୍ ଓ ହିନ୍ଦୀ ଭାଷାରେ ନିର୍ମିତ ଏହି ଫିଲ୍ମର କାହାଣୀ ଲେଖିଛନ୍ତି ଖୋଦ୍ ପାୟଲ୍ କପାଡ଼ିଆ । ‘ଅଲ୍ ୱି ଇମାଜିନ୍ ଏଜ୍ ଲାଇଟ୍’ ହେଉଛି ସେବିକା ପ୍ରଭାଙ୍କ କାହାଣୀ । କାହାଣୀରେ ଯିଏକି ଦୀର୍ଘ ସମୟ ଧରି ତାଙ୍କ ସ୍ୱାମୀଙ୍କ ଠାରୁ ଅଲଗା ରହି ଆସୁଛନ୍ତି । ତାଙ୍କୁ ହଠାତ୍ ଆଶ୍ଚର୍ଯ୍ୟ କଲା ଭଳି ପୁରସ୍କାର ଏହି ପୁରଷ୍କାର ମିଳୁଛି। ଯାହାଦ୍ୱାରା ତାଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଛି । ଯେଉଁଥିରେ ତାଙ୍କ ସାଥୀ ନର୍ସ ଅନୁଙ୍କ କାହାଣୀ ମଧ୍ୟ ରହିଛି ।

ପ୍ରତିଷ୍ଠିତ ପାଲ୍ମେ ଡି‘ ଓର୍ ପୁରସ୍କାର ପାଇଁ ପ୍ରତିଦ୍ୱନ୍ଦୀତା କରିଥିବା ଶେଷ ଭାରତୀୟ ଫିଲ୍ମ ଥିଲା ଖାରିଜ । ପ୍ରସିଦ୍ଧି ଫିଲ୍ମ ନିର୍ମାତା ମୃଣାଳ ସେନଙ୍କ ଖାରିଜ ୧୯୮୩ରେ ପୁରସ୍କାର ପାଇଁ ଦାବିଦାର ଥିଲା । ଏହା ପୂର୍ବରୁ ଏମ୍ଏସ୍ ସଥ୍ୟୁଙ୍କ ଗର୍ମ ହୱା (୧୯୭୪), ସତ୍ୟଜିତ୍ ରେଙ୍କ ପରଶ ପନ୍ଥର (୧୯୫୮), ରାଜ କପୁରଙ୍କ ଆୱାରା (୧୯୫୩), ବି ଶାନ୍ତାରାମଙ୍କ ଅମର ଭୂପାଲି (୧୯୫୨) ଓ ଚେତନ ଆନନ୍ଦଙ୍କ ନୀଚା ନଗର (୧୯୪୬) ପ୍ରମୁଖ ଫିଲ୍ମ କାନ୍ସ ପ୍ରତିଯୋଗିତାରେ ସ୍ଥାନ ପାଇଥିଲା ।
ପାୟଲ୍ କପାଡ଼ିଆ କିଏ?

୩୮ ବର୍ଷର ପାୟଲ୍ କପାଡ଼ିଆ। ତାଙ୍କ ମାଆ ନଳିନୀ ମାଳିନୀ ଜଣେ ଅଭିନେତ୍ରୀ। ମୁମ୍ବାଇର ସେଣ୍ଟ ଜାଭିୟର୍ସ କଲେଜରୁ ଅର୍ଥନୀତିରେ ସ୍ନାତକ ହାସଲ କରିଛନ୍ତି ପାୟଲ୍ । ଏଥିସହ ସେ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ଉତ୍ତୀର୍ଣ୍ଣ। ଏହାଛାଡ଼ା ଫିଲ୍ମ ଫେଷ୍ଟିଭାଲ୍ ୨୦୨୧ ଏ ନାଇଟ୍ ଅଫ୍ ନୋଇଙ୍ଗ୍ ନଥିଙ୍ଗକୁ ବେଷ୍ଟ ଡକ୍ୟୁମେଣ୍ଟ୍ରି ଗୋଲ୍ଡନ ଆଇ ଆୱାର୍ଡ ମିଳିଥିଲା । ୨୦୧୭ରେ ପାୟଲଙ୍କ ଫିଲ୍ମ ଆଫ୍ଟରନୁନ୍ କ୍ଲାଉଡ୍ସ ଭାରତର ଏକମାତ୍ର ଚଳଚ୍ଚିତ୍ର ଭାବେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସ୍ଥାନ ପାଇଥିଲା । ଲଗାତାର ଭାବେ କାନ୍ସ ଫେଷ୍ଟାଭାଲରେ ସ୍ଥାନ ପାଉଥିବା ପାୟଲ୍ କପାଡ଼ିଆ ଏବେ ନୂଆ ଇତିହାସ ରଚି ଭାରତକୁ ଗୌରବାନ୍ୱିତ କରିଛନ୍ତି ।

Read More
{}{}