Home >>Odisha Entertainment

Year End: ୨୦୨୩କୁ ଝୁରିବେ ଫ୍ୟାନ୍ସ, ଏହିସବୁ ବ୍ଲକବଷ୍ଟର ଫିଲ୍ମ କରିଛନ୍ତି ରେକର୍ଡ ତୋଡ ଇନକମ୍

Year Ender 2023:  ଏହା ବ୍ୟତୀତ ଏହା ବର୍ଷର ପ୍ରଥମ ଚଳଚ୍ଚିତ୍ର ଥିଲା, ଯାହା ୬୦୦କୋଟି ଟଙ୍କା ରୋଜଗାର କରିଥିଲା। ଏଠାରେ କହିରଖୁଛୁ ଯେ, ଏକ ରିପୋର୍ଟ ଅନୁଯାୟୀ ଏହି ଚଳଚ୍ଚିତ୍ର ତାମିଲ, ତେଲୁଗୁ ଏବଂ ମାଲାୟାଲମ ଭାଷାରେ ରିଲିଜ ହୋଇ ୬୫୦.୯୦ କୋଟି ଟଙ୍କା ସଂଗ୍ରହ କରିଛି।  

Advertisement
Year End: ୨୦୨୩କୁ ଝୁରିବେ ଫ୍ୟାନ୍ସ, ଏହିସବୁ ବ୍ଲକବଷ୍ଟର ଫିଲ୍ମ କରିଛନ୍ତି ରେକର୍ଡ ତୋଡ ଇନକମ୍
Rasmita Sahoo|Updated: Dec 13, 2023, 02:55 PM IST
Share

Year Ender 2023: ଶେଷ ହେବାକୁ ଯାଉଛି ବର୍ଷ ୨୦୨୩ । ଆଉ କିଛିଟା ଦିନ ପରେ ବର୍ଷ ୨୦୨୩ କୁ ବିଦାୟ ଦେଇ ୨୦୨୪ ମସିହାକୁ ସ୍ୱାଗତ କରିବ ସାରା ଦେଶ । ଚଳିତ ବର୍ଷ ଅନେକ ସ୍ମୃତି ଦେଇଛି । ସେଥିମଧ୍ୟରୁ ଦେଖିବାକୁ ଗଲେ ମନୋରଞ୍ଜନ ଦୁନିଆ ସର୍ବପ୍ରଥମେ ରହିବ । କାରଣ କୋରୋନା ପରେ ପରେ ଅନେକ ଫିଲ୍ମ ହିଟ୍ ହୋଇଛି ସତ ସେହିପରି ଫ୍ଲପ୍ ଦୁନିଆରେ ବି ସାମିଲ ବି ହୋଇଛି ଫିଲ୍ମ । ହେଲେ ୨୦୨୩ ଶେଷ ବେଳକୁ ଏମିତି କିଛି ଫିଲ୍ମ ରିଲିଜ ହୋଇଥିଲା ଯାହା ପ୍ରଥମ ଦିନରୁ ଖୁବ ଟଙ୍କା ରୋଜଗାର କରିବା ସହ ବଲିଉଡ ବ୍ଲକ ବଷ୍ଟରର ହିଟ୍ ଫିଲ୍ମରେ ନିଜର ସ୍ଥାନ ପକ୍କା କରିଥିଲେ। 

ବଲିଉଡ ଫିଲ୍ମ (Bollywood Film)  ତାଲିକାରେ ସର୍ବ ପ୍ରଥମେ ରହିବ ରିଲିଜ ହୋଇଥିବା କିଙ୍ଗଖାନଙ୍କ ଫିଲ୍ମ ପଠାନ୍ ।  ଏହି ଚଳଚ୍ଚିତ୍ର ସହିତ ଅଭିନେତା ଶାହାରୁଖ ଖାନ୍ ଚାରି ବର୍ଷ ପରେ ବଡ ପରଦାକୁ ଫେରିଥିଲେ । ତେଣୁ ଏହି ଫିଲ୍ମ ବକ୍ସ ଅଫିସରେ ରୋଜଗାରର ଅନେକ ରେକର୍ଡ ଭାଙ୍ଗିଥିଲା । ଏହା ବ୍ୟତୀତ ଏହା ବର୍ଷର ପ୍ରଥମ ଚଳଚ୍ଚିତ୍ର ଥିଲା, ଯାହା ୬୦୦କୋଟି ଟଙ୍କା ରୋଜଗାର କରିଥିଲା। ଏଠାରେ କହିରଖୁଛୁ ଯେ, ଏକ ରିପୋର୍ଟ ଅନୁଯାୟୀ ଏହି ଚଳଚ୍ଚିତ୍ର ତାମିଲ, ତେଲୁଗୁ ଏବଂ ମାଲାୟାଲମ ଭାଷାରେ ରିଲିଜ ହୋଇ ୬୫୦.୯୦ କୋଟି ଟଙ୍କା ସଂଗ୍ରହ କରିଛି।

ସେହିପରି ଢାଇ କିଲୋ କା ହାତ୍ ର ଅଭିନେତା ସନି ଦେଓଲଙ୍କ ଫିଲ୍ମ 'ଗଦ୍ଦର ୨' ମଧ୍ୟ ବକ୍ସ ଅଫିସରେ ଅନେକ ରେକର୍ଡ ସୃଷ୍ଟି କରିଥିଲା। ଏହି ଚଳଚ୍ଚିତ୍ରରେ ତାର ସିଂ ଏବଂ ସକିନା ପୁଣି ଥରେ ନିଜ ଅନସ୍କ୍ରିନ କେମେଷ୍ଟ୍ରିରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଯଦି କଲେକସନ ବିଷୟରେ କହିବା ତେବେ, ରିପୋର୍ଟ ଅନୁଯାୟୀ ଏହି ଚଳଚ୍ଚିତ୍ରର ମୋଟ ଇନକମ୍ ୬୨୦.୫ କୋଟି ଥିଲା। ଅନ୍ୟପଟେ ଏହି ତାଲିକାରେ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ (South Superstar Rajinikant) ଙ୍କ ଫିଲ୍ମ 'ଜେଲର' ରେକର୍ଡ ସମସ୍ତଙ୍କୁ ଚକିତ କରିଥିଲା।  ଫିଲ୍ମଟି ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରିଥିଲା। ରିପୋର୍ଟ ଅନୁଯାୟୀ ମୋଟ କଲେକସନ ବିଷୟରେ କହିବାକୁ ଗଲେ 'ଜେଲର' ହୁଏତ ୪୦୮.୫ କୋଟି ଟଙ୍କା ରୋଜଗାର କରିଥାଇପାରେ। କିନ୍ତୁ ଏହା ବିଶ୍ୱସ୍ତରରେ ୬୦୦ କୋଟି ଟଙ୍କା ଅତିକ୍ରମ କରିଛି।

ଅଭିନେତା ଶାହାରୁଖ ଖାନଙ୍କ 'ଜୱାନ' ମଧ୍ୟ ଚଳିତ ବର୍ଷ ମୁକ୍ତିଲାଭ କରିଥିଲା। ଯାହା ବକ୍ସ ଅଫିସରେ ବିପୁଳ ଟଙ୍କା ରୋଜଗାର କରି ଭାରତରେ ୬୪୦.୨୫ କୋଟ ଟଙ୍କା ସଂଗ୍ରହ କରିଥିଲା ​​। ଏହି ଚଳଚ୍ଚିତ୍ରଟି ମୋଟ ସଂଗ୍ରହରେ ୭୬୦ କୋଟି ଟଙ୍କା ଆୟ କରିଥିଲା ​​। ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ହଜାରେ କୋଟି ଟଙ୍କା ରୋଜଗାର କରିଛି। କିଛି ଦିନ ପୂର୍ବରୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ରଣବୀର କପୁରଙ୍କ ଫିଲ୍ମ 'ଆନିମଲ' (Animal) ମଧ୍ୟ ପ୍ରତିଦିନ ନୂଆ ରୋଜଗାର ରେକର୍ଡ ସୃଷ୍ଟି କରୁଛି। ରିପୋର୍ଟର କହିବାନୁସାରେ, ଏହି ଚଳଚ୍ଚିତ୍ରଟି ମାତ୍ର ୧୧ ଦିନ ମଧ୍ୟରେ ମୋଟ ସଂଗ୍ରହରେ ୫୩୦.୩୫ କୋଟି ଟଙ୍କା ରୋଜଗାର କରିଛି । ଏହା ସହିତ ଚଳଚ୍ଚିତ୍ରଟି ସାରା ବିଶ୍ୱରେ ୭୩୭.୫ କୋଟି ଟଙ୍କା ବ୍ୟବସାୟ କରିଥିଲା। 

Also Read: Loksabha: ସଂସଦରେ ପଶିଗଲେ ଦୁଇ ଅଜଣା ବ୍ୟକ୍ତି, ଉଡାଇଲେ ହଳଦିଆ ରଙ୍ଗର ଗ୍ୟାସ

Read More
{}{}