Home >>Explainers

Tricolor Flag India: ଜ୍ୟୋତିଷ ଶାସ୍ତ୍ର ସହିତ ରହିଛି ତ୍ରିରଙ୍ଗା ରଙ୍ଗର ବିଶେଷ ସଂଯୋଗ, ଜାଣନ୍ତୁ ଜୀବନ ଉପରେ କିପରି ପକାଇଥାଏ ପ୍ରଭାବ?

Colour of Tricolor Flag:

Advertisement
  Tricolor Flag India: ଜ୍ୟୋତିଷ ଶାସ୍ତ୍ର ସହିତ ରହିଛି ତ୍ରିରଙ୍ଗା ରଙ୍ଗର ବିଶେଷ ସଂଯୋଗ, ଜାଣନ୍ତୁ ଜୀବନ ଉପରେ କିପରି ପକାଇଥାଏ ପ୍ରଭାବ?
Zee Odisha Desk|Updated: Jan 26, 2024, 09:16 PM IST
Share

National Flag of India: ଚଳିତ ବର୍ଷ ଦେଶରେ ଧୂମଧାମର ସହ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ୧୯୫୦ ମସିହା ଆଜିର ଦିନରେ ବିଶ୍ୱର ସର୍ବବୃହତ୍ତ ଲିଖିତ ସମ୍ବିଧାନ କୁହାଯାଉଥିବା ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ଭାରତ ବର୍ଷରେ ସାଧାରଣତନ୍ତ୍ର ଦିବସ ଏକ ଜାତୀୟ ପର୍ବ ଭାବେ ଜଣାଶୁଶା। ଯାହାକୁ ସମସ୍ତ ଭାରତବାସୀ ଏକତ୍ରୀତ ହୋଇ ପାଳନ କରିଥାନ୍ତି। ଏହି ଅବସରରେ ଦେଶରେ ସର୍ବତ୍ର ଗର୍ବର ସହ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥାଏ। ଦେଶର ଜାତୀୟ ପତାକାରେ ୩ ରଙ୍ଗ ରହିଛି। ତାହା ହେଉଛି ନାରଙ୍ଗୀ, ଧଳା ଏବଂ ସବୁଜ। ଏହା ସହିତ ମଝିରେ ନୀଳ ରଙ୍ଗର ଏକ ଅଶୋକ ଚକ୍ର ମଧ୍ୟ ରହିଛି।

ତ୍ରିରଙ୍ଗା ପତାକାର ସମସ୍ତ ତିନୋଟି ରଙ୍ଗ ଅନେକ ଗୁରୁତ୍ୱ ବହନ କରିଥାନ୍ତି। ସେହିଭଳି ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଗ୍ରହ ସହିତ ରଙ୍ଗ ଜଡି଼ତ। ଜଣେ ବ୍ୟକ୍ତିଙ୍କ ଜୀବନ ଉପରେ ଏହାର ସିଧାସଳଖ ପ୍ରଭାବ ପଡି଼ଥାଏ। ଏବେ ଆମେ ଆପଣଙ୍କୁ ଜଣାଉଛୁ ଯେ ଦେଶର ଜାତୀୟ ପତାକାରେ ରହିଥିବା ରଙ୍ଗ କେଉଁ ଗ୍ରହ ସହିତ ଜଡି଼ତ ଏବଂ ଏହା ଏହା ଜଣେ ବ୍ୟକ୍ତିଙ୍କ ଜୀବନ ଉପରେ କିପରି ପ୍ରଭାବ ପକାଇଥାଏ।

  • ନାରଙ୍ଗୀ ରଙ୍ଗ: ତ୍ରିରଙ୍ଗା ପତାକାର ସବୁଠୁ ଉପରେ ନାରଙ୍ଗୀ ରଙ୍ଗ ରହିଥାଏ।  ଏହି ରଙ୍ଗ ଗ୍ରହଙ୍କ ରାଜା କୁହାଯାଉଥିବା ସୂର୍ଯ୍ୟଙ୍କ ପ୍ରତୀକ ଭାବେ ଜଣାଶୁଣା। ନାରଙ୍ଗୀ ରଙ୍ଗ ଶକ୍ତିକୁ ପ୍ରତିପାଦିତ କରିଥାଏ। ଉଦିତ ସୂର୍ଯ୍ୟର ରଙ୍ଗ ମଧ୍ୟ ନାରଙ୍ଗୀ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଉଜ୍ଜ୍ୱଳତା, ଆଲୋକ, ପ୍ରାଣ ଏବଂ ଆତ୍ମବିଶ୍ୱାସର କାରଣ ବୋଲି ବିବେଚନା କରାଯାଏ।
  • ଧଳା ରଙ୍ଗ: ତ୍ରିରଙ୍ଗା ପତାକାର ମଧ୍ୟ ଭାଗରେ ଧଳା ରଙ୍ଗ ରହିଥାଏ। ଧଳା ରଙ୍ଗ ଶାନ୍ତିର ପ୍ରତୀକ ବୋଲି କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଧଳା ରଙ୍ଗ ଚନ୍ଦ୍ର ଏବଂ ଶୁକ୍ର ସହିତ ଜଡିତ। ଚନ୍ଦ୍ର କର୍କଟ ରାଶିର ପ୍ରଭୁ ହୋଇଥାନ୍ତି। ୟାହା ମନ ଏବଂ ମାତାର କାରଣ ବୋଲି ବିବେଚନା କରାଯାଏ। ଶୁକ୍ର ହେଉଛି ଆକର୍ଷଣ, ଐଶ୍ୱର୍ଯ୍ୟ, ଭାଗ୍ୟ, ଧନ, ପ୍ରେମ ଏବଂ ମହାନତାର କାରକ ହୋଇଥାଏ।
  • ସବୁଜ ରଙ୍ଗ: ତ୍ରିରଙ୍ଗା ପତାକାର ମଧ୍ୟ ଭାଗରେ ସବୁଜ ରଙ୍ଗ ରହିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସବୁଜ ରଙ୍ଗ ବୁଧ ଗ୍ରହ ସହିତ ଜଡି଼ତ। ଯାହା ବୁଦ୍ଧି, ଏକାଗ୍ରତା, ବାଣୀ, ତ୍ୱଚା, ସୌନ୍ଦର୍ଯ୍ୟ ଏବଂ ସୁଗନ୍ଧର କାରଣ ବୋଲି ବିବେଚିତ ହୋଇଥାଏ।
  • ନୀଳ ରଙ୍ଗ: ତ୍ରିରଙ୍ଗା ପତାକାର ମଧ୍ୟ ଭାଗରେ ଏକ ନୀଳ ରଙ୍ଗର ଅଶୋକ ଚକ୍ର ମଧ୍ୟ ରହିଥାଏ। ଜ୍ୟୋତିଷ ଶାସ୍ତ୍ରରେ ନୀଳ ରଙ୍ଗ ଶନି ଗ୍ରହ ସହିତ ଜଡି଼ତ। ଯାହା ନ୍ୟାୟର କାରଣ ଭାବେ ବିବେଚନା କରାଯାଏ।

ସତର୍କତା: ଉପରୋକ୍ତ ସୂଚନା ସାଧାରଣ ବିଶ୍ୱାସ ଏବଂ ସୂଚନା ଉପରେ ଆଧାରିତ। Zee Odisha ଏହାକୁ ନିଶ୍ଚିତ କରେ ନାହିଁ।

Read More
{}{}