Home >>Explainers

Merry Christmas 25 December: ବଡ଼ ଦିନ ପଛରେ ରହିଛି କେଉଁ ଭୌଗୋଳିକ କାରଣ? ଜାଣନ୍ତୁ

Christmas Day 25 December: ପ୍ରତି ବର୍ଷ ଡିସେମ୍ବର ୨୫ ତାରିଖରେ ପାଳିତ ହୋଇଥାଏ ବଡ଼ ଦିନ। ଏହା ପଛରେ କେବଳ ଧାର୍ମିକ ନୁହେଁ ବରଂ ଭୌଗୋଳିକ କାରଣ ମଧ୍ୟ ରହିଛି।

Advertisement
Merry Christmas 25 December: ବଡ଼ ଦିନ ପଛରେ ରହିଛି କେଉଁ ଭୌଗୋଳିକ କାରଣ? ଜାଣନ୍ତୁ
Zee Odisha Desk|Updated: Dec 25, 2023, 08:16 PM IST
Share

Why Christmas known as Big Day: ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ପାଳିତ ହୋଇଥାଏ ବଡ଼ ଦିନ। ଗ୍ରିଗୋରୀ ପାଞ୍ଜି ଅନୁସାରେ ଡିସେମ୍ବର ୨୫ ତାରିଖ ହେଉଛି ବର୍ଷର ୩୫୯ ତମ ଦିବସ। ଯେଉଁ ବର୍ଷ ଅଧିବର୍ଷ ହୋଇଥାଏ ସେହି ବର୍ଷରେ ଡିସେମ୍ବର ୨୫ ତାରିଖ ବର୍ଷର ୩୬୦ ତମ ଦିନ ହୋଇଥାଏ। ଡିସେମ୍ବର ୨୫ ତାରିଖରୁ ବର୍ଷ ଶେଷ ହେବା ପାଇଁ ଆଉ ୬ ଦିନ ସମୟ ବାକି ରହିଛି। ଗ୍ରିଗୋରୀ ପାଞ୍ଜି ଅନୁସାରେ ଗୋଟିଏ ବର୍ଷ ଜାନୁଆରୀ ୧ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖରେ ଶେଷ ହୋଇଥାଏ। ଏହି ପାଞ୍ଜିର ବ୍ୟବହାର ସର୍ବ ପ୍ରଥମେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଯାହାକୁ ପରେ ସମଗ୍ର ବିଶ୍ୱରେ ବ୍ୟବହାର କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। 

ଡିସେମ୍ବର ୨୫ ତାରିଖରେ ପାଳିତ ବଡ଼ ଦିନ କେବଳ ଧାର୍ମିକ ଦୃଷ୍ଟି କୋଣରୁ ବ୍ୟବହାର କରିନଥାଏ। ବରଂ ଏହାର ଭୌଗୋଳିକ କାରଣ ମଧ୍ୟ ରହିଛି। ନିକଟରେ ଦେଖିବାକୁ ମିଳିଥିଲା ଏକ ବିରଳ ମହାଜାଗତିକ ଘଟଣା। ଦିନ ଅପେକ୍ଷା ରାତି ହୋଇଥିଲା ବଡ଼। ଯାହାର ଅବଧି ଚଳିତ ବର୍ଷ ୧୩ ଘଣ୍ଟା ୧୯ ମିନିଟ ରହିଥିଲା। ଏଭଳି ଦୃଶ୍ୟ ଗତ ଗୁରୁବାର-ଶୁକ୍ରବାର (୨୧-୨୨ ଡିସେମ୍ବର ୨୦୨୩) ଦେଖିବାକୁ ମିଳିଥିଲା। ସେହି ଦିନ ସଧ୍ୟାରେ ସୂର୍ଯ୍ୟାସ୍ତ ଠାରୁ ତାହାର ପର ଦିନ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ରାତ୍ରୀର ଅନ୍ଧକାର ଛାଇ ରହିଥିଲା। ପ୍ରତି ବର୍ଷ ଡିସେମ୍ବର ୨୧-୨୨ ତାରିଖରେ ଦେଖିବାକୁ ମିଳିଥାଏ ଏଭଳି ଘଟଣା। ଯାହା ଏକ ସ୍ୱତନ୍ତ୍ର ଭୌଗୋଳିକ ଦିବସ ରୂପେ ଜଣାଶୁଣା। ଏହି ଦିନ ଉତ୍ତର ଗୋଲାର୍ଦ୍ଧରେ ଦିନ ଛୋଟ ହେଉଥିବା ବେଳେ ରାତି ବଡ଼ ହୋଇଥାଏ। ଡିସେମ୍ବର ୨୧ ତାରିଖ ପରେ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୋଇ ଯାଇଥାଏ। ପ୍ରତି ବର୍ଷ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ବେଳକୁ ପୃଥିବୀର ଉତ୍ତର ମେରୁ ସୂର୍ଯ୍ୟଙ୍କ ଆଡ଼କୁ ରହିଥାଏ। ଯାହାକୁ ପୃଥିବୀର ବାର୍ଷିକ ଗତି ମଧ୍ୟ କୁହାଯାଏ। ଡିସେମ୍ବର ୨୧ ତାରିଖରୁ ଉତ୍ତର ମେରୁରେ ଦିନ ବଡ଼ ହେବା ଆରମ୍ଭ ହୋଇଥାଏ। ୨୫ ଡିସେମ୍ବର ବେଳକୁ ଦିନ ସମୟର ଅବଧି ରାତି ଅପେକ୍ଷା ଅଧିକ ରହିଥାଏ। ଯାହା ବଡ଼ ଦିନ ନାମରେ ପରିଚିତ ହୋଇଥାଏ।  

ଡିସେମ୍ବର ୨୧ ତାରିଖରୁ ଉତ୍ତର ଗୋଲାର୍ଦ୍ଧରେ ଶୀତ ଋତୁ ଆରମ୍ଭ ହୋଇଯାଇଥାଏ। ହେଲେ ଅନ୍ୟପଟେ ଏହାର ବିପରୀତ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମ ରତୁ ଆରମ୍ଭ ହୋଇଥାଏ। ଡିସେମ୍ବର ୨୧-୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଦିନ ସବୁ ଠାରୁ ଛୋଟ ହୋଇଥାଏ। ଧିରେ ଧିରେ ଦିନ ଅଧିକରୁ ଅଧିକ ଲମ୍ବା ହେବାରେ ଲାଗିଥାଏ। ଭୌଗୋଳିକ ଦୃଷ୍ଟିକୋଣରୁ  ୨୫ ଡିସେମ୍ବର ବେଳକୁ ଦିନ ରାତି ଅପେକ୍ଷା ବଡ଼ ହେବାରେ ଲାଗେ। ଯାହାକୁ ଆମେ ବଡ଼ ଦିନ କହିଥାଉ। ଡିସେମ୍ବର ୨୨ ତାରିଖ ହେଉଛି ଉତ୍ତର ଗୋଲାର୍ଦ୍ଧରେ ସବୁଠୁ ଛୋଟ ଦିନ। ସେହି ତାରିଖରେ ଦିନ ଅପେକ୍ଷା ରାତି ବଡ଼ ହୋଇଥାଏ। ସେହି ଦିନ ସବୁଠୁ ଲମ୍ବା ରାତି ସଧ୍ୟାରେ ସୂର୍ଯ୍ୟାସ୍ତ ଠାରୁ ପରବର୍ତ୍ତୀ ଦିନର ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ  ରହିଥିଲା। ଯାହାର ଅବଧି ୧୩ ଘଣ୍ଟା ୧୯ ମିନିଟ ରହିଥିଲା ଅନ୍ୟପଟେ ଦିନର ଅବଧି ରହିବ ୧୦ ଘଣ୍ଟା ୪୧ ମିନିଟ୍ ରହିଥିଲା। ସ୍ଥଳବିଶେଷରେ ଦିନ-ରାତି ସମୟ ସାମାନ୍ୟ କମ୍ ବେଶୀ ହୋଇପାରେ। ଡିସେମ୍ବର ୨୨ ତାରିଖରେ ସୂର୍ଯ୍ୟ ଚାରିପଟେ ପୃଥିବୀ ଘୁରିବା ସମୟରେ ସୂର୍ଯ୍ୟ ମକର ରେଖା ଉପରେ ଲମ୍ବିତ ହେବ। ଏହି କାରଣ ଯୋଗୁ ଦକ୍ଷିଣ ଗୋଲାର୍ଦ୍ଧରେ ଦିନ ବଡ ରହୁଥିବା ବେଳେ ଉତ୍ତର ଗୋଲାର୍ଦ୍ଧରେ ଛୋଟ ହୋଇଥାଏ।

ଦକ୍ଷିଣ ଗୋଲାର୍ଦ୍ଧରେ ସୂର୍ଯ୍ୟ ୨୩ ଡିଗ୍ରୀ କୋଣରେ ରହିଥିଲା। ଆସନ୍ତାବର୍ଷ ମାର୍ଚ୍ଚ ୨୧ ତାରିଖରେ ସୂର୍ଯ୍ୟ ବିଷୁବ ରେଖାରେ ରହିବ। ସେତେବେଳେ ଦିନ-ରାତି ସମୟ ପ୍ରାୟ ସମାନ ହୋଇଥାଏ। ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଦିନ ଛୋଟ ଏବଂ ରାତି ସବୁଠୁ ବଡ଼ ହୋଇଥାଏ। ଏହି ଦିନ ଠାରୁ ଦିନ ପୁଣି ଥରେ ବଡ଼ ହେବାକୁ ଆରମ୍ଭ କରିଥାଏ ଏବଂ ରାତି ଛୋଟ ହେବା ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଏହାକୁ ଇଂରାଜୀ ଭାଷାରେ ୱିଣ୍ଟର ସଲେଷ୍ଟାଇସ କୁହାଯାଏ। ସଲେଷ୍ଟାଇସ ହେଉଛି ଏକ ଲାଟିନ ଭାଷାର ଶବ୍ଦ। ଲାଟିନ୍ ଶବ୍ଦ ସୋଲାର୍ ଅର୍ଥ ହେଉଛି ସୂର୍ଯ୍ୟ ଏବଂ ଷ୍ଟାଇସ ଶବ୍ଦର ଅର୍ଥ ହେଉଛି ସ୍ଥିର ରହିବା। ଏହି ଦୁଇଟି ଶବ୍ଦକୁ ମିଶାଇ ସଲେଷ୍ଟାଇସ ଶବ୍ଦ ସୃଷ୍ଟି ହୋଇଛି। ଶୀତ ଋତୁରେ ୱିଣ୍ଟର ସଲେଷ୍ଟାଇସ ହେଉଥିବା ବେଳେ ଗ୍ରୀଷ୍ମ ଋତୁରେ ସମର ସଲେଷ୍ଟାଇସ ହୋଇଥାଏ। ସେତେବେଳେ ଦିନ ବଡ଼ ହେଉଥିବା ବେଳେ ରାତି ଛୋଟ ହୋଇଥାଏ। ଏପରି ମହାଜାଗତିକ ଘଟଣା ଗ୍ରୀଷ୍ମ ଋତୁରେ ଦେଖିବାକୁ ମିଳିଥାଏ। 

   

 

Read More
{}{}