Home >>Explainers

Jagdeep Dhankhar: ଅନେକ ପଦବୀ ସମୟ ପୂରଣ କରିବାରେ ସକ୍ଷମ ହୋଇ ନାହାନ୍ତି ଧନଖଡ଼

ଭାରତୀୟ ରାଜନୀତିରେ ଏବେ ଚର୍ଚ୍ଚିତ ରହିଥିବା ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ପୂର୍ବରୁ ଜାତୀୟସ୍ତରରେ ଯେତିକି ପଦପଦବୀ ମଣ୍ଡନ କରିଛନ୍ତି ତାହାକୁ ସମ୍ପୂର୍ଣ୍ଣ ସମୟ ଭୋଗ କରିପାରି ନାହାନ୍ତି। ତାଙ୍କ ରାଜନୀତିକ କ୍ୟାରିୟରକୁ ଦେଖିଲେ ସେ ଅନେକଥର ଦଳ ବଦଳାଇଛନ୍ତି ଆଉ ସମୟ ଅନୁସାରେ ନିଜକୁ  ପରିଚାଳିତ କରିବାକୁ ଚେଷ୍ଟା କରିଛନ୍ତି।

Advertisement
Jagdeep Dhankhar: ଅନେକ ପଦବୀ ସମୟ ପୂରଣ କରିବାରେ ସକ୍ଷମ ହୋଇ ନାହାନ୍ତି ଧନଖଡ଼
Prabhudatta Moharana|Updated: Jul 23, 2025, 09:30 AM IST
Share

Jagdeep Dhankhar: ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ଏବେ ଚର୍ଚ୍ଚିତ ରହିଥିବା ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ପୂର୍ବରୁ ଜାତୀୟସ୍ତରରେ ଯେତିକି ପଦପଦବୀ ମଣ୍ଡନ କରିଛନ୍ତି ତାହାକୁ ସମ୍ପୂର୍ଣ୍ଣ ସମୟ ଭୋଗ କରିପାରି ନାହାନ୍ତି। ତାଙ୍କ ରାଜନୀତିକ କ୍ୟାରିୟରକୁ ଦେଖିଲେ ସେ ଅନେକଥର ଦଳ ବଦଳାଇଛନ୍ତି ଆଉ ସମୟ ଅନୁସାରେ ନିଜକୁ  ପରିଚାଳିତ କରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଜଣେ ଶକ୍ତ ଓ ସୁସ୍ଥ ମାନସିକତା ଧାରୀ ବ୍ୟକ୍ତିର ପରିଚୟ ଦେଇଛନ୍ତି ଜଗଦୀପ। ନିଜେ ନଇଁ ନଇଁ ଚାଲିବା ଯୋଗୁ ବିରୋଧୀଙ୍କ କଟାକ୍ଷର ଶିକାର ହୋଇଥିବା ଧନଖଡ଼ କିନ୍ତୁ ଜଣେ ମୁଣ୍ଡ ନୁଆଁଉ ନଥିବା ବା ସାଲିଦ କରୁ ନଥିବା ବ୍ୟକ୍ତି ଭାବେ ପରିଚୟ ରକ୍ଷା କରିଛନ୍ତି।  

ଜଗଦୀପ ବିଜେପିର ମୂଳପିଣ୍ଡ ସଂଘ ସଦସ୍ୟ ନୁହନ୍ତି। ସେ ବିଜେପିରେ ୨୦୦୩ ମସିହାରେ ଯୋଗ ଦେଇଥିଲେ। ଏହା ପୂର୍ବରୁ କଂଗ୍ରେସ ଓ ଜନତା ଦଳରେ କେନ୍ଦ୍ରମନ୍ତ୍ରୀ ହେବା ସହ ତାଙ୍କର ନିଜ ରାଜ୍ୟ ରାଜସ୍ଥାନ ବିଧାନସଭାରେ ସଦସ୍ୟ ରହିଥିଲେ ଧନଖଡ଼। ଯେଉଁ ପଦପଦବୀ ସେ ମଣ୍ଡିତ ହୋଇଛନ୍ତି କାହାର କାର୍ଯ୍ୟକାଳ ସେ ସମ୍ପୂର୍ଣ୍ଣ ସମୟ ପୂରଣ କରିପାରି ନାହାନ୍ତି। 
1989 ମସିହାରେ ସେ ପ୍ରଥମ ଥର ପାଇଁ ଲୋକସଭାର ସଦସ୍ୟ ଥିଲେ। ଏହା ୯ମ ଲୋକସଭା ଥିଲା। ଅଣ କଂଗ୍ରେସ ରାଜନୀତି ଓ ତତ୍‍କାଳୀନ ପରିସ୍ଥିତି ଯେଗୁ ଲୋକସଭା ଭଙ୍ଗ ହୋଇଥିଲା। ଆଉ ଶ୍ରୀ ଧନକଡ଼ଙ୍କ ପ୍ରଥମ ସାଂସଦ ପଣିଆ ୨ ବର୍ଷରେ ଶେଷ ହୋଇଯାଇଥିଲା। 

ଏହାପରେ ୧୯୯୧ ମସିହାରେ ସେ ଦଳ ବଦଳାଇ ଅଜମୀର ଲୋକସଭାରୁ କଂଗ୍ରେସ ପ୍ରାର୍ଥୀ ହେଲେ। କିନ୍ତୁ ହାରିଥିଲେ। 

ମୋଦୀ ଆସିବା ପରେ ତାଙ୍କର ଦଳରେ ଗୁରୁତ୍ୱ ବଢ଼ିଥିଲା। ୨୦୧୪ ନିର୍ବାଚନରେ ଟିକଟ ପାଇ ନଥିବା ବିଜେପି ଆଇନ ସେଲ୍‍ ମୁଖ୍ୟ ଧନଖଡ଼ଙ୍କୁ  ୨୦୧୯ରେ ରାଜ୍ୟପାଳ ଉପହାର ମିଳିଲା। ଏହା ପୁଣି ବିଜେପି ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଶ୍ଚିମବଙ୍ଗରେ। ଏହି ସମୟରେ ରାଜ୍ୟପାଳ ପଦବୀ ଯେତିକି ପରିଚିତ, ବିବାଦୀୟ ହୋଇଥିଲେ ତାହା ପୂର୍ବରୁ କେବେ ହୋଇ ନାହିଁ। ସାରା ଭାରତ ବର୍ଷରେ ସେ ବିବାଦୀୟ ରାଜ୍ୟପାଳ ଭାବେ ପରିଚିତ ହେଲେ। ବିଜେପିକୁ ଏହା ବେଶ୍‍ ସୁହାଇଥିଲା। ହେଲେ ଏଠାରେ ବି ସେ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରି ନଥିଲେ।  ୩ ବର୍ଷରେ ସେ ବଦଳିଲେ। ଆଉ ଭାରତର ଉପ ରାଷ୍ଟ୍ରପତି ହେଲେ। ଏଠି ବି ତାଙ୍କ କାର୍ଯ୍ୟକାଳ ସମୟ ଅସମ୍ପୂର୍ଣ୍ଣ ରହିଛି। ଅର୍ଥାତ୍‍ ୫ ବର୍ଷ ଆଗରୁ ଇସ୍ତଫା ନେଇଛନ୍ତି ଧନଖଡ଼। ଏଥର କାହିଁକି ଇସ୍ତଫା ଦେବା ଲାଗି ଧନଖଡ଼ ହଡ଼ବଡ଼ ହେଲେ ତାହାକୁ ନେଇ ଗଲା ତିନିଦିନ ହେଲେ ଚର୍ଚ୍ଚା ଲାଗି ରହିଛି।  ଯଦିଓ ସେ ନିଜର ସ୍ୱାସ୍ଥ୍ୟଗତ କାରଣକୁ ଦର୍ଶାଉଛନ୍ତି କିନ୍ତୁ ତାହାକୁ କେହି ଗ୍ରହଣ କରିବାକୁ ନାରାଜ। ଏଥିରେ ଆଉ କିଛି ଦାଗ ରହିଛି ଯାହାକୁ ନେଇ ଜାତୀୟ ଗଣମାଧ୍ୟମରେ ସମୀକରଣ ପ୍ରସ୍ତୁତ କରାଯାଉଛି। ଆଜି ସେଗୁଡ଼ିକୁ ବି ଆଲୋଚନା କରିବା।  

ଉପରାଷ୍ଟ୍ରପତି ହେବା ପରେ ମଧ୍ୟ ଧନଖଡ଼ ବିବାଦରୁ ବର୍ତ୍ତିପାରି ନଥିଲେ। ୩ ବର୍ଷର କାର୍ଯ୍ୟକାଳରେ ସେ ବିରୋଧୀଙ୍କୁ ଏପରି କଥା ଓ ଯୁକ୍ତିରେ ଦମନ କରୁଥିଲେ ଯେ ବିରୋଧୀ ତାଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ପଛାଇ ନଥିଲେ। ଭାରତର ଗଣତାନ୍ତ୍ରିକ ଇତିହାସରେ ସେ ହେଉଛନ୍ତି ପ୍ରଥମ ଉପରାଷ୍ଟ୍ରପତି ଯାହାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିବାକୁ ଅନୁମତି ମଗାଯାଇଥିଲା। ହେଲେ ଏ ପ୍ରସ୍ତାବଟି ଆଇନଗତ ଭାବେ ସଠିକ୍‍ ନଥିବାରୁ ଗୃହରେ ଆଗତ ହେବା ପୂର୍ବରୁ ଖାରଜ ହୋଇଯାଇଥିଲା। ଏବେ ବିଜେପି ଆଗରେ ଅନେକ ଯୋଜନା, ପ୍ରସ୍ତାବ, ବିଧେୟକ ରହିଥିବା ବେଳେ ସେ କାହିଁକି ଇସ୍ତଫା ଦେଲେ? ଏ ବିଷୟ ଏବେ ଚର୍ଚ୍ଚାରେ ରହିଛି। ହେଲେ ଏ ଚର୍ଚ୍ଚାରୁ କେବେ ପର୍ଦ୍ଦା ଉଠିବ ତାହା କହିବା କାଠିକର ପାଠ। କିନ୍ତୁ ଭାରତର ଦ୍ୱିତୀୟ ମୁଖ୍ୟ ସାମ୍ବିଧାନିକ ପଦବୀ ଏବେ ଖାଲି ପଡ଼ିଛି, ତାହା କହିବା ଅନାବଶ୍ୟକ। ଏ ଆକସ୍ମିକ ଶୂନ୍ୟସ୍ଥାନ ପୁଣି ଇସ୍ତଫା ଯୋଗୁ ସୃଷ୍ଟି ହୋଇଛି। ଏହାକୁ ଇତିହାସ କେବେ ଭୁଲିବ ନାହିଁ। ଅର୍ଥାତ୍‍ ନିଜ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଆକସ୍ମିକ ଇସ୍ତଫା ଦେଇଥିବା ଉପରାଷ୍ଟ୍ରପତି କିଏ କହିଲେ ଜଗଦୀପ ଧନଖଡ଼ଙ୍କ ନାଁକୁ ଆସନ୍ତା ପିଢ଼ି ପଢ଼ିବେ।

Read More
{}{}