Hindi News >>Home >>Explainers

Parliament Entry System: ବଦଳିଲା ସଂସଦ ଭବନରେ ପ୍ରବେଶ କରିବାର ପଦ୍ଧତି; ଲାଗୁ ହେବ ନୂଆ ନିୟମ

New Entry System For Praliament: ଗତ ବର୍ଷ ଡିସେମ୍ବର ୧୩ ତାରିଖରେ ହୋଇଥିବା ସୁରକ୍ଷା ଭଙ୍ଗ ଘଟଣା ପରେ ସଂସଦ ଭବନରେ ପ୍ରବେଶ ସମ୍ବନ୍ଧୀୟ ନିୟମ ବଦଳି ଯାଇଛି।    

Advertisement
Parliament Entry System: ବଦଳିଲା ସଂସଦ ଭବନରେ ପ୍ରବେଶ କରିବାର ପଦ୍ଧତି; ଲାଗୁ ହେବ ନୂଆ ନିୟମ
Zee Odisha Desk|Updated: Jan 29, 2024, 04:42 PM IST
Share

Parliament New Entry System: ବଦଳିଛି ସଂସଦ ଭବନରେ ପ୍ରବେଶ ସମ୍ବନ୍ଧୀୟ ନିୟମ। ଗତ ବର୍ଷ ଡିସେମ୍ବର ୧୩ ତାରିଖରେ ସଂସଦର ଶୀତ କାଳୀନ ଅଧିବେଶନ ସମୟରେ ସୁରକ୍ଷା ଭଙ୍ଗ କରାଯିବା ଘଟଣା ପରେ ପ୍ରବେଶ ସମ୍ବନ୍ଧୀୟ ନିୟମକୁ ପରିବର୍ତ୍ତନ କରାଯାଇଛି। ଆପଣଙ୍କୁ କହିରଖୁଛୁ ଯେ ଯେଉଁମାନେ ଦର୍ଶକ ଭାବରେ ସଂସଦ ଭବନରେ ପ୍ରବେଶ କରିବାକୁ ଚାହୁଁଛନ୍ତି, ସେମାନଙ୍କ ସମ୍ପର୍କରେ ପୂଙ୍ଖାନୁପୂଙ୍ଖ ଅନୁସନ୍ଧାନ କରାଯିବ। ଏହା ବ୍ୟତୀତ ଦର୍ଶକଙ୍କୁ ପ୍ରବେଶ ପାଇଁ ଏକ ସ୍ମାର୍ଟ କାର୍ଡ ମଧ୍ୟ ପ୍ରଦାନ କରାଯିବ। ଏହା ବ୍ୟତୀତ ସେମାନଙ୍କ ବାୟୋମେଟ୍ରିକ୍ସ ମଧ୍ୟ ନିଆଯିବ।

ଏହି ନୂତମ ନିୟମ ଲାଗୁ ହେବା ପରେ କୌଣସି ଦର୍ଶକ ସମୂର୍ଣ୍ଣ ଅନୁସନ୍ଧାନ ପରେ ସଂସଦ ଭବନରେ ପ୍ରବେଶ କରିପାରିବେ। ଗତ ଡିସେମ୍ବର ୧୩ ତାରିଖରେ ଘଟିଥିବା ଘଟଣାକୁ ନଜରରେ ରଖି ସଂସଦ ଭବନରେ ପ୍ରବେଶ କରିବା ସମ୍ପର୍କିତ ନିୟମକୁ ପରିବର୍ତ୍ତନ କରାଯାଇଛି। ସଂସଦରେ ପ୍ରବେଶ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା କ'ଣ ସେ ସମ୍ପର୍କରେ ଜାଣନ୍ତୁ।  

ବର୍ତ୍ତମାନ ଠାରୁ ସଂସଦରେ କିପରି କରିବେ ପ୍ରବେଶ?
ସଂସଦର ଗୃହ କାର୍ଯ୍ୟ ଦେଖିବା ପାଇଁ ଚାହୁଁଥିବା ଦର୍ଶକଙ୍କ ପାଇଁ ନୂତନ ବ୍ୟବସ୍ଥା କରାଯିବ। ଏନେଇ ପ୍ରତ୍ୟେକ ପରିଦର୍ଶକଙ୍କୁ ଆବେଦନ କରିବାକୁ ହେବ।
ଆବେଦନ ମଞ୍ଜୁର ହେବା ପରେ ଦର୍ଶକ ତାଙ୍କ ମୋବାଇଲ ଯୋଗେ ଏକ QR Code ପାଇବେ।
QR Code ଏବଂ ଆଧାର କାର୍ଡ ଦେଖାଇବା ପରେ ପ୍ରତ୍ୟେକ ପରିଦର୍ଶକଙ୍କ ବାୟୋମେଟ୍ରିକ୍ସ ତଥ୍ୟ ସଂଗ୍ରହ କରାଯିବ।
ଏହା ପରେ ଫଟୋ ଉଠାଯିବ ଏବଂ ତାହା ପରେ ପ୍ରତ୍ୟେକ ପରିଦର୍ଶକଙ୍କୁ ଏକ ସ୍ମାର୍ଟ ଏଣ୍ଟ୍ରି କାର୍ଡ ପ୍ରଦାନ କରାଯିବ।
ସଂସଦର ପ୍ରତ୍ୟେକ ଦ୍ୱାରରେ ସ୍ମାର୍ଟ କାର୍ଡ ଦେଖାଇବା ଏବଂ ବାୟୋମେଟ୍ରିକ୍ ନିଶ୍ଚିତ କରିବା ପରେ ଯାଇ ପ୍ରବେଶ ଅନୁମତି ମିଳିବ। 

Also Read: Lok Sabha Proceedings: ସଂସଦରେ କିପରି ହୋଇଥାଏ ସାଧାରଣ ଲୋକଙ୍କ ପ୍ରବେଶ? ପାସ୍ ପାଇବାର କ'ଣ ରହିଛି ସମ୍ପୂର୍ଣ୍ଣ ପ୍ରକ୍ରିୟା

ବର୍ତ୍ତମାନ ଲାଗୁ ରହିଥିବା ନିୟମ ଅନୁଯାୟୀ କେହି ସଂସଦରେ ହେଉଥିବା ଗୃହ କାର୍ଯ୍ୟକୁ ସିଧାସଳଖ ଦେଖିବା ପାଇଁ  ଚାହୁଁଥିଲେ, ତାହେଲେ ତାଙ୍କୁ ଏକ ପାସ୍ ନେବାକୁ ହେଉଥିଲା। ସେହି ପାସ୍ ନେଇ ସଂସଦ ଭିତରକୁ ଯାଇ ସେଠାରେ କିପରି ଗୃହକାର୍ଯ୍ୟ ପ୍ରକ୍ରିୟା କିପରି ଚାଲୁଛି ତାହା ଦେଖିପାରୁଥିଲେ। 

ପାସ୍ ପାଇବାକୁ ହେଲେ ଆପଣଙ୍କୁ ଏକ ଫର୍ମ ପୂରଣ କରିବାକୁ ହୋଇଥାଏ। ଏହି ଫର୍ମ CPIC ଲୋକସଭା ଗ୍ରହଣ କାର୍ଯ୍ୟାଳୟରୁ ମିଳିପାରିବ କିମ୍ବା ଲୋକସଭାର ଅଫିସିଆଲ୍ ୱେବସାଇଟ୍ www.parlientofindia.nic.in ପରିଦର୍ଶନ କରି ଡାଉନଲୋଡ୍ କରାଯାଇ ପାରିବ। ଏହି ଫର୍ମ ରୁ ଏହାର ଏକ ପ୍ରିଣ୍ଟ ଆଉଟ କପି ବାହାର କରିବାକୁ ହେବ। ଏହା ପରେ ପାସ ପାଇଁ ଆବେଦନ କରିଥିବା ଆବେଦନକାରୀଙ୍କ ନାମ, ପିତାଙ୍କ ନାମ, ବୟସ, ବୃତ୍ତି, ସ୍ଥାନୀୟ ଏବଂ ସ୍ଥାୟୀ ଠିକଣା ଇତ୍ୟାଦି ଆବଶ୍ୟକ ବିବରଣୀ ପୂରଣ କରିବାକୁ ହେବ। ଫର୍ମ ପୂରଣ କରିସାରିବା ପରେ ଏହାକୁ ଲୋକସଭା ସାଂସଦଙ୍କ ଦ୍ୱାରା ଯାଞ୍ଚ କରିବାକୁ ହେବ। ଅର୍ଥାତ୍ ଲୋକସଭା ସାଂସଦ ଏହି ଫର୍ମ ଯାଞ୍ଚ କରିବା ପରେ ଦସ୍ତଖତ କରିବା ସହ ମୋହର ମାରିଥାନ୍ତି। ଆପଣ ମଧ୍ୟ ଆପଣଙ୍କ ଲୋକସଭା ଆସନର ସାଂସଦଙ୍କ ଦ୍ୱାରା ଫର୍ମ ଯାଞ୍ଚ କରିପାରିବେ।

ଲୋକସଭା ପାସ୍ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ
ମନେରଖନ୍ତୁ ଯେ ଏହି ପାସ୍ ଗୋଟିଏ ଦିନ ପୂର୍ବରୁ ପ୍ରସ୍ତୁତ କରାଯାଇଥାଏ। ଅର୍ଥ ଯଦି ଆପଣ ଆସନ୍ତାକାଲିର ଗୃହକାର୍ଯ୍ୟ ଦେଖିବାକୁ ଚାହୁଁଥାନ୍ତି, ତାହେଲେ ଆପଣଙ୍କ ପାସ୍ ଆଜି ପ୍ରସ୍ତୁତ ହୋଇଯିବା ଆବଶ୍ୟକ। 
୧୦ ବର୍ଷରୁ କମ୍ ବୟସର ପିଲାଙ୍କ ପାସ୍ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ।
ଆପଣ କେତେ ସମୟ ପର୍ଯ୍ୟନ୍ତ ସଂସଦରେ ଗୃହକାର୍ଯ୍ୟ ଦେଖିପାରିବେ ତାହା ପାସ୍ ମାଧ୍ୟମରେ ସ୍ଥିର କରାଯାଇଥାଏ।
ସଂସଦର ସାଧାରଣ ଲୋକଙ୍କ ପାଇଁ ପୃଥକ ବ୍ୟବସ୍ଥା କରାଯାଇଥାଏ।

Read More
{}{}