Hindi News >>Home >>Zee Odisha

ପେଟ୍ରୋଲ ପମ୍ପ ଲୁଟେରା ଗ୍ୟାଙ୍ଗ: ୫ ଗିରଫ

Baleswar: ଗତ ୫ତାରିଖ ରାତି ୧୦ଟାରେ ସେ ପେଟ୍ରୋଲ ପମ୍ପ ବନ୍ଦ କରି ଘରକୁ ଫେରୁଥିବା ବେଳେ ଦୁଇଟି ବାଇକରେ ୫ଜଣ ଯୁବକ ତାଙ୍କୁ ବନ୍ଧୁକ ଦେଖାଇ ତାଙ୍କ ନିକଟରୁ ୩ ଲକ୍ଷ ୫୦ ହଜାର ଟଙ୍କା ଥିବା ବ୍ୟାଗଟିକୁ ଛଡ଼ାଇ ନେଇଥିଲେ।

Advertisement
ପେଟ୍ରୋଲ ପମ୍ପ ଲୁଟେରା ଗ୍ୟାଙ୍ଗ: ୫ ଗିରଫ
Zee Odisha Desk|Updated: Jul 20, 2024, 10:37 PM IST
Share

ବାଲେଶ୍ଵର: ବାଲେଶ୍ଵର ଅଞ୍ଚଳରେ ଏକ ପେଟ୍ରୋଲପମ୍ପରୁ ଲୁଟ ଘଟଣା। ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ ପୁଲିସ। ସେମାନଙ୍କ ନିକଟରୁ ଗୋଟିଏ ବିଦେଶୀ ବନ୍ଧୁକ ୨ଟି ମାଗାଜିନ, ୫ଟି ଜୀବନ୍ତ ଗୁଳି ଓ ୧ଲକ୍ଷ ୫୯ହଜାର ନଗଦ ଟଙ୍କା ସମେତ ଗୋଟିଏ ପଲସର ବାଇକ, ଆପାଚି ବାଇକ ୪ଟି ମୋବାଇଲ ଜବତ କରାଯାଇଛି। ଏନେଇ ଆଜି ଏସପି ସାଗରିକା ନାଥ ସୋର ଥାନା ପରିସରରେ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। 

ସୂଚନାଯୋଗ୍ୟ ଯେ, ସୋର ଥାନା ବେଲପୁର ଗ୍ରାମର ଶରତ କୁମାର ସାହୁଙ୍କର ଉଲାସଖଡ଼ଗପୁର ନିକଟରେ ଏକ ପେଟ୍ରୋଲ ପମ୍ପ ଅଛି। ଗତ ୫ତାରିଖ ରାତି ୧୦ଟାରେ ସେ ପେଟ୍ରୋଲ ପମ୍ପ ବନ୍ଦ କରି ଘରକୁ ଫେରୁଥିବା ବେଳେ ଦୁଇଟି ବାଇକରେ ୫ଜଣ ଯୁବକ ତାଙ୍କୁ ବନ୍ଧୁକ ଦେଖାଇ ତାଙ୍କ ନିକଟରୁ ୩ ଲକ୍ଷ ୫୦ ହଜାର ଟଙ୍କା ଥିବା ବ୍ୟାଗଟିକୁ ଛଡ଼ାଇ ନେଇଥିଲେ। ଏନେଇ ଶରତ ଥନାରେ ଅଭିଯୋଗ କରିବା ପରେ ପୁଲିସ ୬୦୭/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଟିମ ଚଢ଼ଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।

 

Read More
{}{}