Hindi News >>Home >>Zee Odisha

କାର ଥୋଇ ଯାଉଥିଲେ ସାବଧାନ, ମାତିଛନ୍ତି ତିରଛି ଗ୍ୟାଙ୍ଗ

Police arrested: ଗିରଫ ପରେ ଅଧିକ ଜାଣିବା ପାଇଁ ଅନ୍ୟ ରାଜ୍ୟଙ୍କ ସହ ଯୋଗାଯୋଗ କରିବ କମିସନରେଟ୍ ପୁଲିସ। ଗିରଫ ଗ୍ୟାଙ୍ଗର ସଦସ୍ୟ ମାନଙ୍କୁ ରିମାଣ୍ଡରେ ଆଣିବ ପୁଲିସ।

Advertisement
କାର ଥୋଇ ଯାଉଥିଲେ ସାବଧାନ, ମାତିଛନ୍ତି ତିରଛି ଗ୍ୟାଙ୍ଗ
Zee Odisha Desk|Updated: Jul 18, 2024, 04:01 PM IST
Share

ଭୁବନେଶ୍ଵର: ରାଜଧାନୀରେ ମାତିଛନ୍ତି ତାମିଲନାଡୁର ଏକ ଲୁଟେରା ଗ୍ୟାଙ୍ଗ୍। କମିଶନରେଟ୍ ପୁଲିସ ପଞ୍ଝାରେ ଏହି ଗ୍ୟାଙ୍ଗ। ଏଏହି ତିରଛି ଗ୍ୟାଙ୍ଗ୍ ରାଜଧାନୀର ଗଳି କନ୍ଦିରେ ବୁଲୁଥିଲେ ଏବଂ ରାସ୍ତାରେ ଛିଡ଼ା ହୋଇଥିବା କାରର କାଚ ଭାଙ୍ଗି ଲୁଟ୍ କରୁଥିଲେ। ମୋଟ୍ ୪ଜଣଙ୍କୁ ପୁଲିସ ଗିରଫ କରିଛି। ୪ଟି ଲାପଟପ୍ ଓ ୨୫ଟି ମୋବାଇଲ ଫୋନ୍ ଜବତ ହୋଇଛି। କାର କାଚ ଭାଙ୍ଗି ଲୁଟ୍ କରିବା ସହିତ ଜନ ଗହଳି ଅଞ୍ଚଳରେ ଏମାନେ ପକେଟ୍ ମାର କରୁଥିଲେ। ଏ ନେଇ ପୁଲିସ କମିସନର ସଞ୍ଜୀବ ପଣ୍ଡା ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। 

ସେ କହିଛନ୍ତି ଯେ, ୭ ଦିନ ଭିତରେ ଭୁବନେଶ୍ୱର ୨ଟି ଓ କଟକରେ ଗୋଟିଏ କାର କାଚ ଭାଙ୍ଗି ଲୁଟ ଅଭିଯୋଗ ହୋଇଥିଲା। ସାରା ଦେଶରେ ବୁଲି ବୁଲି ଲୁଟ ପାଟ କରିବା ଏମାନଙ୍କ ଲକ୍ଷ୍ୟ। ଭୁବନେଶ୍ୱର ୯ଟି, କଟକ ବାଦାମବାଡ଼ି ଥାନାରେ ଗୋଟିଏ ମାମଲା ଏମାନଙ୍କ ନାଁରେ ରହିଛି। ଏମାନଙ୍କ ନିକଟରୁ ମୋବାଇଲ, ଲାପଟପ୍, ବାଟୁଳି, ଜବତ କରିଛି ପୁଲିସ। ଗିରଫ ପରେ ଅଧିକ ଜାଣିବା ପାଇଁ ଅନ୍ୟ ରାଜ୍ୟଙ୍କ ସହ ଯୋଗାଯୋଗ କରିବ କମିସନରେଟ୍ ପୁଲିସ। ଗିରଫ ଗ୍ୟାଙ୍ଗର ସଦସ୍ୟ ମାନଙ୍କୁ ରିମାଣ୍ଡରେ ଆଣିବ ପୁଲିସ। ଏମାନଙ୍କ ଗ୍ୟାଙ୍ଗର ଆଉ କୌଣସି ଅଭିଯୁକ୍ତ ଅଛନ୍ତି କି ସେନେଇ ଖୋଳ ତାଡ଼ କରୁଛି ପୁଲିସ ବୋଲି ସୂଚନା ଦେଇଛନ୍ତି। 

Read More
{}{}