Home >>Zee Odisha

Girl Viral Video: ମାଆକୁ ମୃତ୍ୟୁ ମୁଖରୁ ବଞ୍ଚାଇ ଆଣିଲା ଝିଅ, ବାହୁବଳୀ ପରି....

Girl Viral Video: ସେଠାରେ ଅନେକ ଲୋକ ଠିଆ ହୋଇଥିଲେ। ମାତ୍ର ନିକଟରେ ଉପସ୍ଥିତ ଥିବା ଉକ୍ତ ମହିଳାଙ୍କ ଝିଅ ମଧ୍ୟ ଆଖି ପିଛୁଳାରେ ଦୌଡ଼ି ଆସି ବାହୁବଳୀ ପରି ଅଟୋକୁ ଉଠାଇ ନିଜ ମାଆଙ୍କୁ ଉଦ୍ଧାର କରିଥିଲେ। ପାଖରେ ଠିଆ ହୋଇଥିବା ଲୋକମାନେ ଅଟୋ ଉଠାଇବା ପୂର୍ବରୁ ଝିଅଟି ଉଠାଇ ଦେଇଥିଲା। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ଝିଅଟିକୁ ଖୁବ୍ ପ୍ରଶଂସା କରୁଛନ୍ତି।

Advertisement
Girl Viral Video: ମାଆକୁ ମୃତ୍ୟୁ ମୁଖରୁ ବଞ୍ଚାଇ ଆଣିଲା ଝିଅ, ବାହୁବଳୀ ପରି....
Priyambada Rana|Updated: Sep 09, 2024, 07:05 PM IST
Share

Girl Viral Video: କର୍ଣ୍ଣାଟକର ମାଙ୍ଗାଲୁରୁର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଝିଅର ସାହସ ଦେଖିବାକୁ ମିଳିଛି। ଝିଅଟି ନିଜ ମା’କୁ ବଞ୍ଚାଇବା ପାଇଁ ଏକ ଅଟୋରିକ୍ସା ଉଟାଇ ଦେଇଥିବା ଭିଡିଓରେ ଦେଖିବାକୁ ମିଳିଛି। ଦୁର୍ଘଟଣା ପରେ ଅଟୋ ରିକ୍ସାଟି ଓଲଟି ପଡିଥିଲା। ଘଟଣାର ଭିଡିଓ ଅତ୍ୟନ୍ତ ଚକିତ ଏବଂ ଭୟାନକ କିନ୍ତୁ ଝିଅଟି ହେତୁ ଲୋକମାନେ ଏହି ଭିଡିଓକୁ ବହୁତ ମାତ୍ରାରେ ଦେଖୁଛନ୍ତି ଓ ପ୍ରଶଂସା ମଧ୍ୟ କରୁଛନ୍ତି।

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ ଅନିୟନ୍ତ୍ରିତ ଅଟୋ ରିକ୍ସା ରାସ୍ତା କଡ଼ରେ ଚାଲୁଥିବା ଜଣେ ମହିଳାଙ୍କ ଉପରେ ଓଲଟି ପଡ଼ୁଛି। ସେଠାରେ ଅନେକ ଲୋକ ଠିଆ ହୋଇଥିଲେ। ମାତ୍ର ନିକଟରେ ଉପସ୍ଥିତ ଥିବା ଉକ୍ତ ମହିଳାଙ୍କ ଝିଅ ମଧ୍ୟ ଆଖି ପିଛୁଳାରେ ଦୌଡ଼ି ଆସି ବାହୁବଳୀ ପରି ଅଟୋକୁ ଉଠାଇ ନିଜ ମାଆଙ୍କୁ ଉଦ୍ଧାର କରିଥିଲେ। ପାଖରେ ଠିଆ ହୋଇଥିବା ଲୋକମାନେ ଅଟୋ ଉଠାଇବା ପୂର୍ବରୁ ଝିଅଟି ଉଠାଇ ଦେଇଥିଲା। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ଝିଅଟିକୁ ଖୁବ୍ ପ୍ରଶଂସା କରୁଛନ୍ତି।

କୁହାଯାଉଛି ଯେ ଏହି ଘଟଣାଟି ଏକ ଅଟୋରିକ୍ସା ରାସ୍ତାରେ ଯାଉଥିବା ଜଣେ ମହିଳାଙ୍କ ସହ ଧକ୍କା ହୋଇ ଓଲଟି ପଡିଥିଲା। ଦୁର୍ଘଟଣା ଘଟିବା ପରେ ମହିଳା ଜଣକ ତାଙ୍କ ଝିଅକୁ ଟ୍ୟୁସନ କ୍ଲାସରୁ ନେବାକୁ ରାସ୍ତାରେ ଯାଉଥିଲେ। ଝିଅଟି କେବଳ ନିଜ ମା’କୁ ବଞ୍ଚାଇବାରେ ସଫଳ ହୋଇନଥିଲା ବରଂ ଡ୍ରାଇଭର ଏବଂ ଯାତ୍ରୀଙ୍କୁ ବାହାରକୁ ଯିବାରେ ସାହାଯ୍ୟ କରିଥିଲା।

Read More
{}{}