Home >>Zee Odisha

ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ ବୁଲିବ ବୁଲଡୋଜର, ବଡ଼ ବୟାନ ଦେଲେ ମନ୍ତ୍ରୀ

Suresh pujari: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବେଆଇନ ଜବରଦଖଲକୁ ହଟାଇବା ପାଇଁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବେଆଇନ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisement
ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ ବୁଲିବ ବୁଲଡୋଜର, ବଡ଼ ବୟାନ ଦେଲେ ମନ୍ତ୍ରୀ
Zee Odisha Desk|Updated: Jul 17, 2024, 12:38 PM IST
Share

ଭୁବନେଶ୍ଵର: ରାଜ୍ୟରେ ବିଭିନ୍ନ ସ୍ଥାନରେ ସରକାରୀ ଜାଗାକୁ ଜବର ଦଖଲ କରଯାଇଛି। ଜବର ଦଖଲ କରି ବଡ଼ ବଡ଼ କୋଠା କରାଯାଇଛି। ତେବେ ଜବରଦଖଲ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସରକାରୀ ଜାଗାକୁ ମାଡ଼ି ବସିଥିବା ଲୋକଙ୍କୁ ଆଉ ଛଡ଼ା ଯିବନାହିଁ ବୋଲି କହିଛନ୍ତି। 

ମନ୍ତ୍ରୀ କହିଛନ୍ତି ଯେ, ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ ବୁଲିବ ବୁଲିବ ବୁଲଡୋଜର। ବଡ଼ ବଡ଼ିଆଙ୍କ ଜବରଦଖଲ କୋଠାରେ ବୁଲଡୋଜର ବୁଲିବ। ଆଗରୁ ଖାଲି ଗରିବଙ୍କ ଘର ଭଙ୍ଗା ହେଉଥିଲା, ଏବେ ବଡ଼ବଡ଼ିଆଙ୍କ ଘର ଭଙ୍ଗାହେବ। ୪ ଡିସିମିଲ ଜାଗାରେ କୁଡ଼ିଆ କରି ରହୁଥିବା ଗରିବ ଜବରଦଖଲକାରୀ ନୁହଁ। ଅଧିକ ଜାଗା ଜବରଦଖଲ କରି ଅଟ୍ଟାଳିକା ନିର୍ମାଣ କରିଥିଲେ ଘର ଭଙ୍ଗାଯିବ ବୋଲି ମନ୍ତ୍ରୀ କହିଛନ୍ତି। 

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବେଆଇନ ଜବରଦଖଲକୁ ହଟାଇବା ପାଇଁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବେଆଇନ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ନିର୍ଦ୍ଦେଶ ପରେ ଜବର ଦଖଲ ଉଚ୍ଛେଦ କରାଯାଉଛି। ଆଗକୁ ଆହୁରି ଅନେକ ଜବର ଦଖଲ ଉଚ୍ଛେଦ ଅଭିଯାନ ଲାଗି ରହିବ ବୋଲି କୁହାଯାଇଛି।

Read More
{}{}