Home >>Zee Odisha

Fungal Infection:ଦୁନିଆରେ ଦ୍ରୁତଗତିରେ ବିସ୍ତାର ହେଉଛି ଏହି ଘାତକ ରୋଗ,ଆମେରିକାରେ ଆତଙ୍କ

ଏବେ ଆମେରିକାରେ ଏକ ଅତି ମାରାତ୍ମକ ସଂକ୍ରମଣର ବିପଦ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ଫଙ୍ଗଲ୍ ସଂକ୍ରମଣ କରୋନା ଅପେକ୍ଷା ଅଧିକ ମାରାତ୍ମକ ବୋଲି ବିବେଚନା କରାଯାଉଛି । ବିଶେଷଜ୍ଞଙ୍କ ଅନୁଯାୟୀ, କ୍ୟାଣ୍ଡିଡା ଆରିସ୍ ନାମକ ଏହି ସଂକ୍ରମଣ ଲୋକଙ୍କ ପାଇଁ ଅତ୍ୟନ୍ତ ମାରାତ୍ମକ ପ୍ରମାଣିତ ହେଉଛି। ଏଥିରେ ପ୍ରଭାବିତ ପ୍ରାୟ 60 ପ୍ରତିଶତ ଲୋକ ମ

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Feb 09, 2024, 09:37 PM IST
Share

Fungal Infection:

ଏବେ ଆମେରିକାରେ ଏକ ଅତି ମାରାତ୍ମକ ସଂକ୍ରମଣର ବିପଦ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ଫଙ୍ଗଲ୍ ସଂକ୍ରମଣ କରୋନା ଅପେକ୍ଷା ଅଧିକ ମାରାତ୍ମକ ବୋଲି ବିବେଚନା କରାଯାଉଛି । ବିଶେଷଜ୍ଞଙ୍କ ଅନୁଯାୟୀ, କ୍ୟାଣ୍ଡିଡା ଆରିସ୍ ନାମକ ଏହି ସଂକ୍ରମଣ ଲୋକଙ୍କ ପାଇଁ ଅତ୍ୟନ୍ତ ମାରାତ୍ମକ ପ୍ରମାଣିତ ହେଉଛି। ଏଥିରେ ପ୍ରଭାବିତ ପ୍ରାୟ 60 ପ୍ରତିଶତ ଲୋକ ମୃତ୍ୟୁବରଣ କରୁଛନ୍ତି। ଚିନ୍ତାର ବିଷୟ ହେଉଛି ଏହି ସଂକ୍ରମଣ ଉପରେ ଔଷଧର କୌଣସି ପ୍ରଭାବ ପଡୁନାହିଁ ଏବଂ ଆମେରିକାରେ ଏହାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଆମେରିକାର ଚିନ୍ତା ଏବେ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି, କାରଣ ଯଦି ଏହି ସଂକ୍ରମଣ ଅନ୍ୟ ଦେଶରେ ଶୀଘ୍ର ବ୍ୟାପିଯାଏ, ତେବେ ଏହା ମହାମାରୀର ରୂପ ନେଇପାରେ । କରୋନା ମହାମାରୀ ଆରମ୍ଭରୁ ଏପର୍ଯନ୍ତ ଅନେକ ଲୋକ  ସୁସ୍ଥ ହୋଇନଥିବା ବେଳେ  ମାରାତ୍ମକ ଫଙ୍ଗଲ ସଂକ୍ରମଣ ସମସ୍ତଙ୍କ ଚିନ୍ତା ବୃଦ୍ଧି କରିଛି ।

ଆମେରିକୀୟ ୱେବସାଇଟ୍ NBC ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, କ୍ୟାଣ୍ଡିଡା ଆରିସ୍ ଏକ ବିରଳ ଫଙ୍ଗଲ୍ ସଂକ୍ରମଣ ।  2016 ପରେ ଏହାର ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ବର୍ଷ ଆମେରିକାର ଅନେକ ରାଜ୍ୟରେ ଏହି ସଂକ୍ରମଣ ଦେଖାଦେଇଥିଲା । ଏହି ମାସରେ ୱାଶିଂଟନ୍ ରାଜ୍ୟର 4 ଜଣ ଲୋକ ଏହି ମାରାତ୍ମକ ସଂକ୍ରମଣର ଶିକାର ହୋଇଥିଲେ। ଏହି ସଂକ୍ରମଣର ଶିକାରଙ୍କଠାରେ  ଆଣ୍ଟିଫୁଙ୍ଗାଲ୍ ଔଷଧ କାମ କରେ ନାହିଁ ଏବଂ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକମାନେ ଅଧିକ ବିପଦରେ ଥାଆନ୍ତି । ଚିନ୍ତାର ବିଷୟ ହେଉଛି ଯେ, ଏହା ପ୍ରାୟତଃ ଡାକ୍ତରଖାନା ରୋଗୀମାନଙ୍କଠାରେ ଦେଖାଯାଏ ଯେଉଁମାନେ କ୍ୟାଥେଟର, ନିଶ୍ୱାସ ପ୍ରଶ୍ୱାସ କିମ୍ବା ଫିଡ୍ ଟ୍ୟୁବ୍ ବ୍ୟବହାର କରନ୍ତି । ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କ ପ୍ରତି ଏହି ସଂକ୍ରମଣ ବିପଦ ଅଧିକ ରହିଥାଏ ।

2009 ରେ ଜାପାନରେ  ପ୍ରଥମେ କ୍ୟାଣ୍ଡିଡା ଆରିସ୍  ଚିହ୍ନଟ ହୋଇଥିଲା । ଏହା ପରେ ଏହା ଆମେରିକାରେ ପହଞ୍ଚିଥିଲା ଏବଂ 2026 ମସିହାରୁ ଏହି ସଂକ୍ରମଣର ଅନେକ ମାମଲା ରିପୋର୍ଟ କରାଯାଇଥିଲା। 2020 ରୁ 2021 ପର୍ଯ୍ୟନ୍ତ କ୍ୟାଣ୍ଡିଡା ଆରିସ୍ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଇଲା ଏବଂ ସଂକ୍ରମଣ ମାମଲା 94% ବୃଦ୍ଧି ପାଇଥିଲା । 2022 ମସିହାରେ 2300 ରୁ ଅଧିକ ମାମଲା ରିପୋର୍ଟ ହୋଇଥିଲା। ପ୍ରତିବର୍ଷ ଏହି ସଂକ୍ରମଣର ହଜାର ହଜାର ମାମଲା ସାମ୍ନାକୁ ଆସୁଛି । ଆଶ୍ଚର୍ଯ୍ୟର କଥା, 40 ଟି ଦେଶରେ ଏପର୍ଯ୍ୟନ୍ତ କ୍ୟାଣ୍ଡିଡା ଆରିସ୍ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ଏହି ସଂକ୍ରମଣ ଖୋଲା କ୍ଷତ ଏବଂ ଫୁସଫୁସକୁ ସଂକ୍ରମିତ କରିପାରେ । ଏହା ରକ୍ତ ସ୍ରୋତରେ ପ୍ରବେଶ କରି ମୃତ୍ୟୁର କାରଣ ହୋଇଥାଏ ।

Read More
{}{}