Hindi News >>Home >>Zee Odisha

Ramayan: ରାମାୟଣର କେତେ ରୂପ, ତିବ୍ବତୀୟ ରାମାୟଣ ରେ ରାମ ଲକ୍ଷ୍ମଣଙ୍କ ସାନଭାଇ!

  ରାମାୟଣ । ବିଶ୍ୱର ପ୍ରଥମ ଲିଖିତ ମହାକାବ୍ୟ । ହିନ୍ଦୁଙ୍କ ପବିତ୍ର ଗ୍ରନ୍ଥ ମଧ୍ୟରୁ ଅନ୍ୟତମ । କେବଳ ଭାରତ ନୁହେଁ ବିଶ୍ୱର ଅନେକ ଦେଶରେ ରାମାୟଣ ଲୋକପ୍ରିୟ । କିନ୍ତୁ ସବୁ ରାମାୟଣ ଏକାଭଳି ନୁହନ୍ତି । ଭାରତରେ ଯଦି ଏହା ରାମାୟଣ ଭାବେ ପରିଚିତ ତେବେ ଥାଇଲାଣ୍ଡରେ ଏହାର ନାମ ରାମକେନ୍ । ସେହିଭଳି ଇଣ୍ଡୋନେସିଆରେ ମଧ୍ଯ ଏହା ଅନ୍ୟନାମରେ ପରିଚିତ

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Jan 04, 2024, 09:36 PM IST
Share

Ramayan: 

ରାମାୟଣ । ବିଶ୍ୱର ପ୍ରଥମ ଲିଖିତ ମହାକାବ୍ୟ । ହିନ୍ଦୁଙ୍କ ପବିତ୍ର ଗ୍ରନ୍ଥ ମଧ୍ୟରୁ ଅନ୍ୟତମ । କେବଳ ଭାରତ ନୁହେଁ ବିଶ୍ୱର ଅନେକ ଦେଶରେ ରାମାୟଣ ଲୋକପ୍ରିୟ । କିନ୍ତୁ ସବୁ ରାମାୟଣ ଏକାଭଳି ନୁହନ୍ତି । ଭାରତରେ ଯଦି ଏହା ରାମାୟଣ ଭାବେ ପରିଚିତ ତେବେ ଥାଇଲାଣ୍ଡରେ ଏହାର ନାମ ରାମକେନ୍ । ସେହିଭଳି ଇଣ୍ଡୋନେସିଆରେ ମଧ୍ଯ ଏହା ଅନ୍ୟନାମରେ ପରିଚିତ । ଆଉ  ପ୍ରାୟ ସବୁ ରାମାୟଣର କାହାଣୀରେ କିଛିଟା ନିଆରାପଣ ଥାଏ । ଆଯୋଧ୍ୟାରେ ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହେବ । ଏହି ଅବସରରେ ଅଯୋଧ୍ୟା ନଗରୀରେ ରାମଲୀଳା ମଂଚସ୍ଥ ହେବାକୁ ଯାଉଛି । ଯେଉଁଥିରେ ଇଣ୍ଡୋନେସିଆଠାରୁ ଥାଇଲାଣ୍ଡର ରାମଲୀଳ ମଂଚସ୍ଥ ହେବ ।ଏମିତିରେ ଆଜି ଆମେ ଆପଣଙ୍କୁ ଏଭଳି ଗୋଟିଏ ରାମାୟଣ ବାବଦରେ କହିବୁ ଯାହା ଆପଣ ଜାଣିଥିବା ରାମାୟଣଠାରୁ ପୁରା ଭିନ୍ନ । ଯେଉଁ ରାମାୟଣରେ ରାମ ଜ୍ଯଷ୍ଠ ଭ୍ରାତା ନୁହନ୍ତି ସାନ ଭାଇ ଓ ସୀତା ଜନକଙ୍କ ଝିଅ ନୁହନ୍ତି ରାବଣର ଝିଅ । ଆପଣ ଠିକ ଶୁଣିଛନ୍ତି । ଏଭଳି ଗୋଟିଏ ରାମାୟଣ ରହିଛି ଯେଉଁଥିରେ ଦେବୀ ସୀତାଙ୍କୁ ରାବଣର ଝିଅ ଭାବେ ବର୍ଣ୍ଣନା କରାଯାଇଛି ।

ଗୁମ୍ଫାରୁ ମିଳିଥିଲା ତିବ୍ବତୀୟ ରାମାୟଣ ପାଣ୍ଡୁଲିପି

ତିବତ୍ତୀୟ ରାମୟଣ ଅନୁସାରେ ଦେବୀ ସୀତା ହେଉଛନ୍ତି ରାବଣର ଝିଅ । ସେହିଭଳି ଦଶରଥଙ୍କ ଚାରି ପୁଅଙ୍କ ଭିତରେ ସଭା ସାନ ଥିଲେ ଶ୍ରୀରାମ । ତିବତୀୟ ରାମାୟଣ ସଂସ୍କୃତ ରାମାୟଣ ବା ଆମେ ଜାଣିଥିବା ରାମାୟଣର କାହାଣୀଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏଥିରେ ରାମ,ସୀତା,ସୀତା ହରଣ ସବୁର କାହାଣୀ ଭିନ୍ନ । ତିବତୀୟ ରାମାୟଣ ବିଂଶ ଶତାବ୍ଦୀରେ ଚୀନର ଏକ ଗୁମ୍ଫାରୁ ଆବିଷ୍କୃତ ହୋଇଥିଲା । ଚାଇନାର ଜିନଜିଆନ୍ ସହରର ଡୁନହୁଙ୍ଗର ମୋଗା ଗୁମ୍ଫାରେ ରାମାୟଣର କିଛି ଅଂଶର ପାଣ୍ଡୁଲିପି ମିଳିଥିଲା। ୧୯୨୯ ମସିହାରେ FW ଥୋମାସଙ୍କ ଦ୍ୱାରା ଏହା ଆବିଷ୍କୃତ ହୋଇଥିଲା । ଏହା ତିବ୍ଦତୀୟ ଭାଷାରେ ଲେଖାଯାଇଥିଲା, ଯାହା ଅଷ୍ଟମ ଶତାବ୍ଦୀର ବୋଲି ବିଶ୍ୱାସ କରାଯାଏ | ଏହା ଶାହି ରାମାୟଣ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସିଆର ରାଜାମାନଙ୍କ ମଧ୍ୟରେ ଲୋକପ୍ରିୟ ଥିଲା |

ଲକ୍ଷ୍ମଣ ରାଜା ହୋଇଥିଲେ,ସୀତ ରାବଣର ଝିଅ

ଏହି ରାମାୟଣର କାହାଣୀ ଅନୁସାରେ ସାନ ରାଣୀ ରାମଙ୍କୁ ଜନ୍ମ ଦେଇଥିଲେ, କିନ୍ତୁ ଏହାର କିଛି ଦିନ ପୂର୍ବରୁ ବଡ଼ ରାଣୀ ଲକ୍ଷ୍ମଣଙ୍କୁ ଜନ୍ମ ଦେଇଥିଲେ। ଏହି ରାମାୟଣରେ ଲକ୍ଷ୍ମଣ ବଡ଼ ଭାଇ ଏବଂ ରାମ ସାନ। ସାନ ରାଣୀଙ୍କ ପୁଅ ରାମ ରାଜା ହୋଇଥିଲେ ମଧ୍ୟ ସେ ଲକ୍ଷ୍ମଣଙ୍କ ପାଇଁ ସିଂହାସନ ଛାଡିଥିଲେ। ଲକ୍ଷ୍ମଣ ଏହାକୁ ଗ୍ରହଣ ନ କରି ରାମଙ୍କ କଠଉ ରଖି ନିଜେ ମନ୍ତ୍ରୀ ହେବାକୁ ପସନ୍ଦ କଲେ। ଏହି ରାମାୟଣରେ ରାମଙ୍କ ବନବାସ ବିଷୟରେ କିଛି ବି କଥା ନାହିଁ । ଏଠାରେ ସୀତା ହେଉଛନ୍ତି ରାବଣଙ୍କ ଝିଅ  । ଏହି ଝିଅ ହିଁ ତା’ ମୃତ୍ୟୁର କାରଣ ହେବ ବୋଲି ରାବଣ ଜାଣିଛି । ତେଣୁ ରାବଣ ନିଜ ଝିଅକୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ସୀତାଙ୍କୁ ଏକ ତମ୍ବା ବାକ୍ସରେ ରଖି ସମୁଦ୍ରରେ ଫିଙ୍ଗିଦେଇଛନ୍ତି  ।  ବାକ୍ସଟି ଜଣେ ଚାଷୀଙ୍କୁ ମିଳେ ।

ତେବ ପରେ ରାମଙ୍କ ସହ ସୀତାଙ୍କ ବିବାହ ହୁଏ । ବିବାହ ପରେ ରାମ ତାଙ୍କ ନାମ ସୀତା ଦିଅନ୍ତି। ରାବଣର ଭଉଣୀ ରାମଙ୍କୁ ବିବାହ କରିବାକୁ ଚାହେଁ କିନ୍ତୁ ରାମ ପ୍ରତ୍ୟାଖ୍ୟାନ କରିଦିଅନ୍ତି । ଏହା ପରେ ସେ କ୍ରୋଧିତ ଭାଇ ନିକଟରେ ଅଭିଯୋଗ କରନ୍ତି ।

ରାମ ହରିଣ ଶିକାର କରିବାକୁ ଯାଇଥିଲାବେଳେ ରାବଣ ଅପହରଣ କରିବା ପାଇଁ ଏକ ସୁନ୍ଦର ହାତୀ ରୂପରେ ଆସେ | ତା’ ବସିବାକୁ ପ୍ରଲୋଭିତ କରେ | ଏହା ପରେ ସେ ଘୋଡାର ରୂପ ନେଇଥାଏ | ସୀତା ଉଭୟ ଥର ମନା କରିବା ପରେ ଭୂମିରୁ ଅପହରଣ କରିନେଇଯାଏ । ସେ ସୀତାଙ୍କୁ ସ୍ପର୍ଶ କରେ ନାହିଁ କାରଣ ବିନା ଅନୁମତିରେ ତାଙ୍କୁ ସ୍ପର୍ଶ କଲେ ନିଆଁରେ ପୋଡି ହୋଇଯିବାର ଭୟ ରହିଛି ।

ଯେତେବେଳେ ରାମ ଏବଂ ରାବଣ ମଧ୍ୟରେ ଯୁଦ୍ଧ ହୁଏ, ରାବଣ ଅଦୃଶ୍ୟ ହୋଇଯାଏ | ଏହା ପରେ ରାବଣ କେବଳ ତାର ଡାହାଣ ପାଦର ଆଙ୍ଗୁଠି ଦେଖାଏ । ଏହାକୁ ଅନୁମାନ କରି ରାବଣର ଦଶ ମୁଣ୍ଡକୁ ତୀର ମାରନ୍ତି ରାମ । ଏହି ରାମାୟଣର ଆଉ ଏକ ବିଶେଷତା ହେଲା ଯେ, ସୁଗ୍ରୀବ ରାଜା ହେବା ପରେ ସୀତାଙ୍କ ସନ୍ଧାନ ନେବାରେ ହେଳା କରନ୍ତି । ଯେଉଁଥିରେ ନାରାଜ ହୋଇ ଶ୍ରୀରାମ ସୁଗ୍ରୀବଙ୍କୁ ପତ୍ର ଲେଖନ୍ତି । ତେବେ ସୁଗ୍ରୀବଙ୍କ ମୃତ୍ୟୁ ପରେ ହନୁମାନ କିସ୍କିନ୍ଧାର ରାଜା ହୋଇ ସୀତାଙ୍କ ସନ୍ଧାନ କରନ୍ତି । ଆଉ ଏକ ବିଶେଷତା ହେଉଛି ଯେ, ଅଗ୍ନୀପରିକ୍ଷାର ଭିନ୍ନ କାହାଣୀ । ତିବତୀୟ ରାମାୟଣ ହିସାବରେ ଶ୍ରୀରାମ ସୀତାଙ୍କ ସତିତ୍ୱ ଉପରେ ସନ୍ଦହ କରି ତାଙ୍କୁ ତ୍ୟାଗ କରନ୍ତି । ଏହାକୁ ନେଇ ହନୁମାନ ଶ୍ରୀରାମଙ୍କ ସହିତ ଯୁକ୍ତି କରନ୍ତି । ହନୁମାନଙ୍କ କଥା ମାନି ଶ୍ରୀରାମ ସୀତାଙ୍କୁ ମହଲକୁ ଆସିବାକୁ ଅନୁମତି ଦିଅନ୍ତି ।

ଦକ୍ଷୀଣ ଏସିଆରେ ରାମାୟଣ ର ୩୦ ରୁ ଅଧିକ ସଂସ୍କରଣ ଅଛି । ଭାରତରେ ଜୈନ ରାମାୟଣ ଏବଂ ବୈଦ୍ଧ ରାମାୟଣରେ ଭିନ୍ନ ଭିନ୍ନ କାହାଣୀ ରହିଛି । ରାମାୟଣର ସବୁଠୁ ପୁରାତନ ସଂସ୍କରଣ ସଂସ୍କୃତ ଭାଷାରେ ଅଛି, ଯାହାର ଶ୍ରେୟ ନାରଦଙ୍କୁ ଦିଆଯାଇଛି । ନାରଦ ଏହି କାହାଣୀକୁ ବାଲ୍ମିକୀଙ୍କୁ କହିଥିଲେ ଏବଂ ପରେ ବାଲ୍ମିକୀ ରାମାୟଣ ଲେଖିଥିଲେ, ଯାହାକି ରାମାୟଣର ସର୍ବ ପୁରାତନ ସଂସ୍କରଣ ।

Read More
{}{}