Home >>Zee Odisha

3 warships of india:ଆରବ ସାଗରରେ ହାଇ-ଆଲର୍ଟରେ ଭାରତ,କ’ଣ ପାଇଁ ତିନି ଯୁଦ୍ଧଜାହଜ କଲା ମୁତୟନ ?

ଭାରତ ଆରବ ସାଗରରେ ଯୁଦ୍ଧ ଜାହାଜ ସଂଖ୍ୟା ବୃଦ୍ଧି କରିଛି। ଏମଭି କେମ୍ ପ୍ଲୁଟୋ  ଉପରେ ଡ୍ରୋନ୍ ଆକ୍ରମଣ ପରେ ଭାରତ ଆରବ ସାଗରରେ ତିନୋଟି ଯୁଦ୍ଧ ଜାହାଜ ନିୟୋଜିତ କରିଛି। ନୌସେନା ଏହି ଅଞ୍ଚଳରେ ଯୁଦ୍ଧ ଜାହାଜ INS ମର୍ମୁଗାଓ, INS କୋଚି ଏବଂ INS କୋଲକାତା ମୁତୟନ କରିଛି। ନୌସେନା କହିଛି ଯେ ଦୀର୍ଘ ଦୂରଗାମୀ ସାମୁଦ୍ରିକ ଅନୁସନ୍ଧା

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Dec 26, 2023, 09:24 PM IST
Share

3 warships of india:

ଭାରତ ଆରବ ସାଗରରେ ଯୁଦ୍ଧ ଜାହାଜ ସଂଖ୍ୟା ବୃଦ୍ଧି କରିଛି। ଏମଭି କେମ୍ ପ୍ଲୁଟୋ  ଉପରେ ଡ୍ରୋନ୍ ଆକ୍ରମଣ ପରେ ଭାରତ ଆରବ ସାଗରରେ ତିନୋଟି ଯୁଦ୍ଧ ଜାହାଜ ନିୟୋଜିତ କରିଛି। ନୌସେନା ଏହି ଅଞ୍ଚଳରେ ଯୁଦ୍ଧ ଜାହାଜ INS ମର୍ମୁଗାଓ, INS କୋଚି ଏବଂ INS କୋଲକାତା ମୁତୟନ କରିଛି। ନୌସେନା କହିଛି ଯେ ଦୀର୍ଘ ଦୂରଗାମୀ ସାମୁଦ୍ରିକ ଅନୁସନ୍ଧାନ ବିମାନ P8Iକୁ ମଧ୍ୟ ନିୟୋଜିତ କରାଯାଇଛି।

ଶନିବାର ଦିନ ପୋରବନ୍ଦରଠାରୁ ପ୍ରାୟ 217 ନଟିକାଲ ମାଇଲ ଦୂରରେ 21 ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ନେଇ ଯାତ୍ରା କରୁଥିବା ବାଣିଜ୍ୟିକ ଜାହାଜ ଏମଭି କେମ ପ୍ଲୁଟୋ ଉପରେ ଡ୍ରୋନ୍ ଆକ୍ରମଣ କରାଯାଇଥିଲା। ଏହି ଘଟଣା ପରେ ଭାରତୀୟ ନୌସେନା ଏବଂ ଭାରତୀୟ ତଟରକ୍ଷୀ ବାହିନୀ ତା’ର ଜାହଜଙ୍କୁ ପ୍ଲୁଟୋର ସହାୟତା  ପାଇଁ  ଘଟଣାସ୍ଥଳକୁ ପଠାଇଥିଲା ।

ଏମଭି କେମ ପ୍ଲୁଟୋ ମୁମ୍ବାଇରେ ପହଞ୍ଚିଲା

ଏମଭି କେମ ପ୍ଲୁଟୋ ଜାହାଜ ମୁମ୍ବାଇ ବନ୍ଦରରେ ପହଞ୍ଚିଛି। ନୌସେନା ଏହାର ପ୍ରାରମ୍ଭିକ ଯାଞ୍ଚ ପରେ କହିଛି ଯେ ଭାରତର ପଶ୍ଚିମ ଉପକୂଳରେ ଜାହଜ ଉପରେ ଡ୍ରୋନ୍ ଆକ୍ରମଣ ହୋଇଛି କିନ୍ତୁ ଆକ୍ରମଣ କେଉଁଠାରୁ ହୋଇଛି ଏବଂ ଏଥିରେ କେତେ ପରିମାଣର ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯାଇଛି, ତାହା କେବଳ ଫରେନସିକ୍ ଏବଂ ବୈଷୟିକ ଅନୁସନ୍ଧାନ ପରେ ଜଣା ପଡିବ।

ଅନ୍ୟପକ୍ଷରେ ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ୍ ଅନୁସାରେ  ଇରାନ ଦ୍ୱାରା ଆରମ୍ଭ ହୋଇଥିବା ଡ୍ରୋନ୍ ଆକ୍ରମଣରେ ଏମଭି କେମ ପ୍ଲୁଟୋ କ୍ଷତିଗ୍ରସ୍ତ  ହୋଇଛି। ଇଣ୍ଡିଆନ୍ କୋଷ୍ଟଗାର୍ଡ ଜାହାଜ ଆଇସିଜିଏସ୍ ବିକ୍ରମ ମୁମ୍ବାଇ ତଟକୁ ଯିବା ବାଟରେ ପ୍ଲୁଟୋକୁ ସୁରକ୍ଷା ଯୋଗାଇ ଦେଇଥିଲା।

ନୌସେନାର ମୁଖପାତ୍ରଙ୍କ ଅନୁସାରେ ଜାହାଜ ମୁମ୍ବାଇ ବନ୍ଦରରେ  ପହଞ୍ଚିବା ପରେ ଭାରତୀୟ ନୌସେନାର ଆଣ୍ଟି-ବିସ୍ଫୋରକ ଅର୍ଡାନ୍ସ ଟିମ୍ ଜାହାଜକୁ ଯାଞ୍ଚ କରି ଆକ୍ରମଣର ପ୍ରକାର ଏବଂ ପ୍ରକୃତିର ପ୍ରାଥମିକ ଆକଳନ କରିଛନ୍ତି । ଆକ୍ରମଣର କ୍ଷେତ୍ର ଏବଂ ଜାହାଜରେ ମିଳିଥିବା ଖଣ୍ଡବିଖଣ୍ଡିତ ଅଂଶ ଏହା ଏକ ଡ୍ରୋନ୍ ଆକ୍ରମଣ ଆଡକୁ ସୂଚିତ କରୁଥିବା ସେ କହିଛନ୍ତି । ଆକ୍ରମଣର ପ୍ରକାର ଏବଂ ବ୍ୟବହୃତ ବିସ୍ଫୋରକ ପରିମାଣ ନିର୍ଣ୍ଣୟ କରିବା ପାଇଁ ଫୋରେନସିକ୍ ଏବଂ ବୈଷୟିକ ବିଶ୍ଳେଷଣ ଆବଶ୍ୟକ ହେବ ବୋଲି ସେ କହିଛନ୍ତି।

ମୁଖପାତ୍ର କହିଛନ୍ତି ଯେ ଆଣ୍ଟି-ବିସ୍ଫୋରକ ଅର୍ଡାନ୍ସ ଟିମ୍ ଜାହାଜର ବିଶ୍ଳେଷଣ ସମାପ୍ତ କରିବା ପରେ ବିଭିନ୍ନ ଏଜେନ୍ସି ମିଳିତ ତଦନ୍ତ ଆରମ୍ଭ କରିଥିଲେ। ଅଧିକାରୀ କହିଛନ୍ତି ଯେ ଆରବ ସାଗରରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ତିନୋଟି ଗାଇଡେଡ୍ ମିସାଇଲ୍ ବିଧ୍ୱଂସକ ନିୟୋଜିତ କରାଯାଇଛି।

Read More
{}{}