Hindi News >>Home >>Zee Odisha

Jesus Birth Place:ଯୀଶୁ ଖ୍ରୀଷ୍ଟ ଯେଉଁ ସହରରେ ଜନ୍ମ ହୋଇଥିଲେ ସେହି ସହରର ହାଲ୍ କ’ଣ ?

ୱେଷ୍ଟ ବ୍ୟାଙ୍କର ଯେଉଁ ସହରରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ହୋଇଥିଲା ସେହି ସହରର ରାସ୍ତାଗୁଡ଼ିକ ଖାଁଖାଁ। ସବୁ ସ୍ଥାନରେ ବିରାଜମାନ କରୁଛି ନୀରବତା । ଯୀଶୁଙ୍କ ସହର ବେଥଲହମରେ ଚଳିତ ବର୍ଷ ଖ୍ରୀଷ୍ଟମାସ ଅବସରରେ କଣସି ଉତ୍ସବ ପାଳନ କରାଯାଇ ନାହିଁ। ବଥଲେହମ୍ ସେହି ସହର ଥିଲା ଯେଉଁଠାରେ ପ୍ରତିବର୍ଷ ଖ୍ରୀଷ୍ଟମାସରେ ଉତ୍ସାହ ଉଦ୍ଧିପନା ଦେ

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Dec 25, 2023, 09:28 PM IST
Share

Jesus Birth Place:

ୱେଷ୍ଟ ବ୍ୟାଙ୍କର ଯେଉଁ ସହରରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ହୋଇଥିଲା ସେହି ସହରର ରାସ୍ତାଗୁଡ଼ିକ ଖାଁଖାଁ। ସବୁ ସ୍ଥାନରେ ବିରାଜମାନ କରୁଛି ନୀରବତା । ଯୀଶୁଙ୍କ ସହର ବେଥଲହମରେ ଚଳିତ ବର୍ଷ ଖ୍ରୀଷ୍ଟମାସ ଅବସରରେ କଣସି ଉତ୍ସବ ପାଳନ କରାଯାଇ ନାହିଁ। ବଥଲେହମ୍ ସେହି ସହର ଥିଲା ଯେଉଁଠାରେ ପ୍ରତିବର୍ଷ ଖ୍ରୀଷ୍ଟମାସରେ ଉତ୍ସାହ ଉଦ୍ଧିପନା ଦେଖିବାକୁ ମିଳେ । ଖ୍ରୀଷ୍ଟମାସ ସାଜସଜ୍ଜା ଏବଂ ଉତ୍ସବ ଦେଖିବାକୁ ଅନେକ ଦେଶରୁ ପର୍ଯ୍ୟଟକମାନେ ଏହି ମନୋରମ ତଥା ବ୍ୟସ୍ତବହୁଳ ସହରକୁ ଆସୁଥିଲେ  କିନ୍ତୁ ଆଜି ପରିସ୍ଥିତି ଅଲଗା।

ଦଶନ୍ଧି ଧରି ବଥଲେହମ ସହରରେ ଚର୍ଚ୍ଚ ଅଫ୍ ନେଟିଭିଟି  ମୁଖ୍ୟ ଆକର୍ଷଣ ହୋଇ ରହିଆସିଛି । ଖ୍ରୀଷ୍ଟିଆନମାନେ ବିଶ୍ୱାସ କରନ୍ତି ଯେ ଏହି ସ୍ଥାନ ଯେଉଁଠାରେ ପ୍ରଭୁ ଯୀଶୁ ଜନ୍ମ ହୋଇଥିଲେ। ଚଳିତ ବର୍ଷ ଏଠାରେ ପର୍ଯ୍ୟଟକଙ୍କ ଅଭାବ ହେତୁ ଦୋକାନ ଏବଂ ରେଷ୍ଟୁରାଣ୍ଟଗୁଡିକ ଶୂନ୍ୟ ହୋଇ ପଡ଼ିଛନ୍ତି। ଜାଣନ୍ତୁ ଏହି ବର୍ଷ ପ୍ରଭୁ ଯୀଶୁଙ୍କ ସହରରେ କାହିଁକି ନିରବତା ଅଛି ।

ଉତ୍ସବ ପାଳନ ନହେବାର  ଏହା ହେଉଛି କାରଣ

ଏହି ବର୍ଷ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ପରିସ୍ଥିତିକୁ ବଦଳାଇ ଦେଇଛି । ହାମାସ ଆକ୍ରମଣର ଜବାବରେ ଇସ୍ରାଏଲ ସେନା ଗାଜା ଏବଂ ପାଲେଷ୍ଟାଇନ ସହର ଉପରେ ଆକ୍ରମଣ କରୁଛନ୍ତି। ଏପର୍ଯ୍ୟନ୍ତ ଇସ୍ରାଏଲ ଆକ୍ରମଣରେ 20 ହଜାରରୁ ଅଧିକ ପାଲେଷ୍ଟାଇନଙ୍କର ମୃତ୍ୟୁ ହୋଇଛି। ପରିସ୍ଥିତି ଏପର୍ଯ୍ୟନ୍ତ ସ୍ୱାଭାବିକ ଅବସ୍ଥାକୁ ଫେରିନାହିଁ। ମଝିରେ ମଝିରେ ଆକ୍ରମଣ ହେଉଛି ।  ପ୍ରଭୁ ଯୀଶୁଙ୍କ ଜନ୍ମସ୍ଥାନ ବଥଲେହମ୍ ମଧ୍ୟ ଏହି ଆକ୍ରମଣରେ ଅଛୁଆଁ ନାହିଁ। ବଥଲେହମର ଆଲେକ୍ସଜାଣ୍ଡାର୍ ହୋଟେଲର ମାଲିକ ଜୟ କହିଛନ୍ତି ଯେ ଏହି ସହରର ଜନସଂଖ୍ୟା ପର୍ଯ୍ୟଟକଙ୍କ ଉପରେ ନିର୍ଭର କରେ, କିନ୍ତୁ ଚଳିତ ବର୍ଷ ଅତିଥିମାନେ ଏଠାକୁ ଆସୁନାହାଁନ୍ତି। ସହରର କୌଣସି ସ୍ଥାନରେ କ୍ରିସମସ ଟ୍ରି ନାହିଁ । ଲୋକଙ୍କ ମନରେ ଉତ୍ସବ ପାଳନ କରିବାକୁ କୌଣସି  ଉତ୍ସାହ କିମ୍ବା ଖୁସୀ ନାହିଁ ।

ପରିସ୍ଥିତି କିପରି ବଦଳିଗଲା?

ଦକ୍ଷିଣ ଯେରୁଜେଲମର ଏହି ସହରର ଅବସ୍ଥା ମାତ୍ର କିଛି ଦିନ ମଧ୍ୟରେ ବଦଳିଯାଇଥିଲା । ଅକ୍ଟୋବର 7 ପୂର୍ବରୁ ତାଙ୍କ ହୋଟେଲ ଖ୍ରୀଷ୍ଟମାସ ପାଇଁ ସମ୍ପୂର୍ଣ୍ଣ ବୁକ୍ ହୋଇଥିଲା। ଯୁଦ୍ଧ ଆରମ୍ଭ ହେବା ପରଠାରୁ ସମସ୍ତେ ବୁକିଂ ବାତିଲ କରି ଦେଇଥିଲେ। ଆମେ  ଗୋଟିଏ ପରେ ଗୋଟିଏ ବୁକିଂ ବାତିଲ ନେଇ ଇମେମଲ ପାଇଥିଲୁ ।  ପ୍ରତିଦିନ ରାତିରେ ଏଠାରେ ଅତି କମରେ 120 ଲୋକ ଖାଉଥିଲେ ଏବଂ ଏହା ସର୍ବଦା ପ୍ୟାକ୍ ରହୁଥିଲା ।  ସବୁଆଡେ କୋଳାହଳ ଓ ଭିଡ଼ ଜମୁଥିଲା। ବର୍ତ୍ତମାନ କିନ୍ତୁ ସବୁକିଛି ଖାଲି ଖାଲି ।  ନା ଖ୍ରୀଷ୍ଟମାସ ଖାଦ୍ୟ, ନା ଖ୍ରୀଷ୍ଟମାସ ରାତ୍ରୀ ଭୋଜନ, ନା ଖ୍ରୀଷ୍ଟମାସ ବୁଫେଟ କିଛି ମଧ୍ୟ ନାହିଁ ବୋଲି କୁହନ୍ତି ହୋଟେଲ ମାଲିକ ଜୟ ।

ଖ୍ରୀଷ୍ଟିଆନମାନେ ପଦଯାତ୍ରା ଜାରି ରଖିଛନ୍ତି |

ଯେରୁଜଲମର ବିଭିନ୍ନ ସ୍ଥାନରେ ଶାନ୍ତି ପାଇଁ ପଦଯାତ୍ରା କରାଯାଉଛି  । ଏହି ପଦଯାତ୍ରାରେ ସ୍ଥାନୀୟ ପାଲେଷ୍ଟାଇନ ଖ୍ରୀଷ୍ଟିଆନମାନେ ଗାଜାକୁ ସମର୍ଥନ କରୁଥିବା ବ୍ୟାନର ଧରି ଯୁଦ୍ଧବିରତି ସମର୍ଥନରେ ମାର୍ଚ୍ଚ କରୁଛନ୍ତି । ସେମାନେ ଯୁଦ୍ଧ ବନ୍ଦ ପାଇଁ ଦାବି କରୁଛନ୍ତି । ପଦଯାତ୍ରାରେ ସର୍ବାଧିକ ସଂଖ୍ୟକ ପିଲାଙ୍କୁ ଦେଖିବାକୁ ମିଳୁଛି ।ପିଲାଙ୍କ  ବ୍ୟାନରରେ ଆମେ ଜୀବନ ଚାହୁଁ, ମୃତ୍ୟୁ ନୁହେଁ ଭଳି ସ୍ଲୋଗାନ ଲେଖାଥିବା ଦେଖିବାକୁ ମିଳୁଛି ।

Read More
{}{}