Hindi News >>Home >>Zee Odisha

Lahore ASP saves woman:ମହିଳାଙ୍କ କୁର୍ତ୍ତିକୁ ନେଇ ପାକିସ୍ତାନରେ ହଙ୍ଗାମା,କୁର୍ତ୍ତି କାଢିବାକୁ ଜିଦ ଧରିଲେ ଇସଲାମିକ ସଂଗଠନର କର୍ମୀ

ପାକିସ୍ତାନରେ ଜଣେ ମହିଳାଙ୍କ କୁର୍ତ୍ତିକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି । ମହିଳା ଜଣକ ନିଜ ସ୍ୱାମୀଙ୍କ ସହିତ ରେସ୍ତୋଁରାକୁ ଯାଇଥିବା ବେଳେ ଗୋଟିଏ ସଂଗଠନର କର୍ମୀ ସେଠାରେ ପହଂଚି ତାଙ୍କୁ କୁର୍ତ୍ତି କାଢିବାକୁ ଧମକ ଦେଇଥିଲେ । ସେମାନଙ୍କ ଅଭିଯୋଗ ଥିଲେ ଯେ, କୋରାନ ଆୟତ ଲେଖାଥିବା କୁର୍ତ୍ତି ପିନ୍ଧି ମହିଳା ଇସଲାମର ଅପମାନ କରିଛନ୍ତି । ଅନ୍ୟପକ୍ଷରେ ମହିଳାଙ୍କ କହିବା ଥିଲା ଯେ, କୁର୍ତ୍ତିର କୋରାନ  ସହିତ କୌଣସି ସମ୍ପର୍କ ନାହିଁ ଓ ସେଥିରେ ଆରବୀ ଭାଷାରେ କିଛି ଲେଖାଯାଇଛି କିନ୍ତୁ ତାହା କୋରାନର ଆୟାତ ନୁହେଁ ।

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Feb 26, 2024, 06:33 PM IST
Share

Lahore ASP saves woman: ପାକିସ୍ତାନରେ ଜଣେ ମହିଳାଙ୍କ କୁର୍ତ୍ତିକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି । ମହିଳା ଜଣକ ନିଜ ସ୍ୱାମୀଙ୍କ ସହିତ ରେସ୍ତୋଁରାକୁ ଯାଇଥିବା ବେଳେ ଗୋଟିଏ ସଂଗଠନର କର୍ମୀ ସେଠାରେ ପହଂଚି ତାଙ୍କୁ କୁର୍ତ୍ତି କାଢିବାକୁ ଧମକ ଦେଇଥିଲେ । ସେମାନଙ୍କ ଅଭିଯୋଗ ଥିଲେ ଯେ, କୋରାନ ଆୟତ ଲେଖାଥିବା କୁର୍ତ୍ତି ପିନ୍ଧି ମହିଳା ଇସଲାମର ଅପମାନ କରିଛନ୍ତି । ଅନ୍ୟପକ୍ଷରେ ମହିଳାଙ୍କ କହିବା ଥିଲା ଯେ, କୁର୍ତ୍ତିର କୋରାନ  ସହିତ କୌଣସି ସମ୍ପର୍କ ନାହିଁ ଓ ସେଥିରେ ଆରବୀ ଭାଷାରେ କିଛି ଲେଖାଯାଇଛି କିନ୍ତୁ ତାହା କୋରାନର ଆୟାତ ନୁହେଁ । ତେବେ ମୁସଲିମ୍ ସଂଗଠନର କର୍ମୀ ତାଙ୍କ କଥାକୁ ବିଶ୍ୱାସ କରିନଥିଲେ । ତାଙ୍କୁ ସର୍ବସାଧାରଣରେ କୁର୍ତ୍ତି ଖୋଲିବାକୁ ବାଧ୍ୟ କରିଥିଲେ । ଅବଶ୍ୟ ପୋଲିସ ଠିକ  ସମୟରେ ପହଂଚି ମହିଳାଙ୍କୁ ଉଦ୍ଧାର କରିଥିଲା ।

ଲାହୋରରେ କୁର୍ତ୍ତି କାଣ୍ଡ

ଲାହୋରରେ ଜଣେ ମହିଳାଙ୍କ କୁର୍ତ୍ତିରେ ଆରବୀ ଭାଷାରେ କିଛି ଲେଖାହୋଇଥିଲା। ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା । ସେଠାରେ ଉପସ୍ଥିତ ଥିବା ତେହେରିକ୍-ଇ-ଲାବବାକ୍ ପାକିସ୍ତାନୀ କାର୍ଯ୍ୟକର୍ତ୍ତାମାନେ ମହିଳାଙ୍କୁ ନିନ୍ଦା କରିବା ସହ ତାଙ୍କୁ ସର୍ବସାଧାରଣରେ ଡ୍ରେସ କାଢିବାକୁ କହିଥିଲେ। ସେମାନଙ୍କ ଅଭିଯୋଗ ଥିଲା ଯେ, ପୋଷାକ ଉପରେ କୁରାନର ପଦଗୁଡ଼ିକ ଲେଖାଯାଇଛି। ଏହାକୁ ଶରୀରରେ ପିନ୍ଧି ହେବ ନାହିଁ। ତୁରନ୍ତ କୁରାନ ଲେଖାଯାଇଥିବା ଡ୍ରେସ୍ ଶରୀରରୁ ହଟାନ୍ତୁ।

ଲୋକଙ୍କ ଏଭଳି ଦୁର୍ବ୍ୟବହାର ଦେଖି ଭୟଭୀତ ହୋଇଯାଇଥିଲେ ମହିଳା । ସେ ଡରିଯାଇ କାନ୍ଦି ଥିଲେ। ତାଙ୍କ ସ୍ୱାମୀ ସଙ୍ଗେ ସଙ୍ଗେ ଫୋନ କରି ପୋଲିସକୁ ଏହି ବିଷୟରେ ସୂଚନା ଦେଇଥିଲେ।  ତା’ପରେ ଗୁଲବର୍ଗ ଏଏସପି ସୈଇଦା ଶେହରବାନୋ ନାକଭି ଆସି ମହିଳାଙ୍କୁ ଉଦ୍ଧାର କରିଥିଲେ। ସେ ଏକାକୀ ସେଠାରେ କ୍ରୋଧିତ ଥିବା ଜନତାଙ୍କୁ ବୁଝାସୁଝା କରିଥିଲେ ।

ସୂଚନା ଅନୁଯାୟୀ,  ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ଏକ ରେସ୍ତୋଁରା ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ତେହେରିକ୍-ଇ-ଲାବବାକ୍ ପାକିସ୍ତାନର କର୍ମକର୍ତ୍ତାମାନେ ମହିଳାଙ୍କୁ କୋରାନ ଲେଖା ହୋଇଥିବା ଡ୍ରେସ କାହିଁକି ପିନ୍ଧିଛ ବୋଲି ପ୍ରଶ୍ନ କରିଥିଲେ । ଏହାପରେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ ଡ୍ରେସ କାଢିବାକୁ କହିଥିଲେ । ମହିଳା ଜଣକ ସେମାନଙ୍କୁ କହିଥିଲେ ଯେ, ସେ ଜାଣି ନାହାଁନ୍ତି ଯେ କୁରାନର ପଦଗୁଡ଼ିକ ଡ୍ରେସରେ ଲେଖାଯାଇଛି। କିନ୍ତୁ ସେଠାରେ ମହିଳାଙ୍କ କଥା କେହି ଶୁଣିବାକୁ ପ୍ରସ୍ତୁତ ନଥିଲେ। ଧିରେ ଧିରେ ପରିସ୍ଥିତି ଜଟିଳ ହୋଇଯାଇଥିଲା। ସେଠାରେ ଲୋକଙ୍କ ଭିଡ ଜମିଯାଇଥିଲା । ପରିସ୍ଥିତି ଅଣଆୟତ୍ତ ହେବା ସହ 'ଶରୀରରୁ ମୁଣ୍ଡକୁ ଅଲଗା' କରିବାକୁ ସ୍ଲୋଗାନ ଦିଆଯାଉଥିଲା ।

ମହିଳାଙ୍କ ସ୍ୱାମୀ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। କୌଣସି ବିଳମ୍ବ ନକରି ଗୁଲବର୍ଗ ଏଏସପି ସୈୟଦା ଶେହରବାନୋ ନାକଭି ତାଙ୍କ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ଯେପରି ଭାବେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ତାହା ପ୍ରକୃତରେ ପ୍ରଶଂସନୀୟ | ସର୍ବପ୍ରଥମେ ତାଙ୍କ ଟିମ୍ ମହିଳାଙ୍କ ସୁରକ୍ଷା ଦେଇଥିଲେ। ମହିଳାଙ୍କୁ ପିନ୍ଧିବା ପାଇଁ ବୁର୍ଖା ଦିଆଯାଇଥିଲା | ଅନ୍ୟପକ୍ଷରେ, ରେଷ୍ଟୁରାଣ୍ଟ ବାହାରେ ଥିବା ଲୋକମାନେ ସ୍ଲୋଗାନ ଦେଉଥିଲେ। ଏସିପି ନିଜେ ସେମାନଙ୍କୁ କହିଥିଲେ ଯେ ମୁଁ ଗତ ଏକ ବର୍ଷ ଧରି ଏଠାରେ ଚାକିରୀ କରୁଛି। ଆମେ ଏହିପରି ତିନୋଟି ମାମଲାର ସମାଧାନ କରିଛୁ। ଆପଣମାନେ ଆମ ଉପରେ ବିଶ୍ୱାସ କରିବା ଉଚିତ୍। ଏହା କହି ଲୋକଙ୍କୁ ବୁଝାସୁଝା କରି ମହିଳାଙ୍କୁ ସାଙ୍ଗରେ ପୋଲିସ ଷ୍ଟେସନକୁ ନେଇଥିଲେ। ତେବେ ମହିଳା ଜଣଙ୍କ ଥାନାରେ କ୍ୟାମେରା ଦ୍ୱାରା ଲୋକଙ୍କୁ କ୍ଷମା ମାଗିଥିଲେ ।

ପୋଲିସ ଏହି ଘଟଣାର ତଦନ୍ତ କରିଥିଲା । ଏହି କୁର୍ତ୍ତାରେ ଆରବୀ ଭାଷାରେ କିଛି ଲେଖା ଯାଇଥିଲା । କିନ୍ତୁ ଲୋକମାନେ ତାହାକୁ କୁରାନର ପଦ ଲେଖା ହୋଇଛି ବୋଲି ଭାବିନେଇଥିଲେ । ଭୁଲବୁଝାବଣା ଯୋଗୁଁ ଏଭଳି ସାଂଘାତିକ ପରିସ୍ଥିତି ଉପୁଜିଥିଲା । ଲୋକଙ୍କ ଭାବନାକୁ ଆଘାତ ହୋଇଥିବାରୁ ମହିଳା କ୍ଷମା ପ୍ରାର୍ଥନା କରିଥିଲେ । ମହିଳାଙ୍କ ଅନୁସାରେ ସେ ଦୁବାଇରୁ ସେହି ପୋଷାକ କିଣିଥିଲେ ।

Read More
{}{}