Hindi News >>Home >>Odisha Latest News

KIIT Student dies: ଭୁବନେଶ୍ୱରରେ ଆଉ ଜଣେ KIIT ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ

KIIT University student dies: ମଙ୍ଗଳବାର ଦିନ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ରହସ୍ୟମୟ ପରିସ୍ଥିତିରେ KIIT ବିଶ୍ୱବିଦ୍ୟାଳୟର ଜଣେ ତୃତୀୟ ବର୍ଷର ବି.ଟେକ୍ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Advertisement
KIIT University student dies News
KIIT University student dies News
Jagdish Barik|Updated: Apr 01, 2025, 03:03 PM IST
Share

KIIT University student dies: ମଙ୍ଗଳବାର ଦିନ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ରହସ୍ୟମୟ ପରିସ୍ଥିତିରେ KIIT ବିଶ୍ୱବିଦ୍ୟାଳୟର ଜଣେ ତୃତୀୟ ବର୍ଷର ବି.ଟେକ୍ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାଟିକୁ ଗମ୍ଭୀରତା ସହ ଦେଖାଯାଉଛି। କାରଣ ଗତ ଦୁଇ ମାସ ମଧ୍ୟରେ ଏହା KIIT ଛାତ୍ରଙ୍କ ଦ୍ୱିତୀୟ ସନ୍ଦେହଜନକ ମୃତ୍ୟୁ।

ମୃତ ଛାତ୍ରଙ୍କ ନାମ ଅର୍ଣ୍ଣବ ମୁଖାର୍ଜୀ (Arnab Mukherjee)। ସେ ପଶ୍ଚିମବଙ୍ଗର ବାଙ୍କୁରାର ବାସିନ୍ଦା। ସେ KIIT ବିଶ୍ୱବିଦ୍ୟାଳୟରେ ବି.ଟେକ୍ (ତୃତୀୟ ବର୍ଷ) ପଢୁଥିଲେ ଏବଂ ବିଶ୍ୱବିଦ୍ୟାଳୟର ଏକ ହଷ୍ଟେଲରେ ରହୁଥିଲେ। ଯଦିଓ ସେ କେଉଁ ପରିସ୍ଥିତିରେ ତାଙ୍କ ହଷ୍ଟେଲଠାରୁ ଦୂରରେ ମଞ୍ଚେଶ୍ୱରରେ ପହଞ୍ଚିଲେ ତାହା ଅସ୍ପଷ୍ଟ ରହିଛି।

ଛାତ୍ରଙ୍କ ମୃତଦେହ ଏକ ନିର୍ମାଣାଧୀନ ବିଲ୍ଡିଂରୁ ମିଳିଥିଲା। ମୃତଦେହ ଦେଖିବା ପରେ ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ମଞ୍ଚେଶ୍ୱର ପୋଲିସ ପହଞ୍ଚିବା ପରେ ମୃତଦେହକୁ ଉଦ୍ଧାର କରି ମୃତ୍ୟୁର କାରଣ ଜାଣିବା ପାଇଁ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।

ଅର୍ଣ୍ଣବ କିପରି ତାଙ୍କ ହଷ୍ଟେଲ ଛାଡି ମଞ୍ଚେଶ୍ୱରରେ ପହଞ୍ଚିଲେ? ଏହା ସମେତ ଅନେକ ପ୍ରଶ୍ନର ଉତ୍ତର ଏବେବି ମିଳିନାହିଁ। ବର୍ତ୍ତମାନ ଏହା ଉପରେ ଅଧିକ ତଦନ୍ତ ଚାଲିଛି। ଏହା ଆତ୍ମହତ୍ୟା ନା ଆଉ କିଛି ତାହା ତଦନ୍ତ ସରିବା ପରେ ଜଣାପଡିବ।

କହିରଖୁଛୁ ଯେ ୧୬ ଫେବୃଆରୀ ୨୦୨୫ରେ ନେପାଳର ତୃତୀୟ ବର୍ଷର ବି.ଟେକ୍ କମ୍ପ୍ୟୁଟର ସାଇନ୍ସ ଛାତ୍ରୀ ପ୍ରକୃତି ଲାମସାଲଙ୍କ ଦୁଃଖଦ ମୃତ୍ୟୁ ପରେ KIIT ବିଶ୍ୱବିଦ୍ୟାଳୟ ବିବାଦରେ ରହିଛି। ତାଙ୍କର ମୃତ୍ୟୁ ପରେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଥିଲା ।​ ବର୍ତ୍ତମାନ ଆଉ ଏକ KIITରେ ଛାତ୍ରଙ୍କ ମୃତ୍ୟୁ ଏହି ବିଶ୍ୱବିଦ୍ୟାଳୟ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Read More
{}{}