Hindi News >>Home >>Odisha Latest News

ବସ୍ ଚଳାଉଥିବା ବେଳେ ହେଲା ଡ୍ରାଇଭରଙ୍କ ହୃଦଘାତ, ମୃତ୍ୟୁ ପୂର୍ବରୁ ବଞ୍ଚାଇ ଦେଲେ ୭୦ ରୁ ଅଧିକ ଜୀବନ

Balasore: ଛାତିରେ ହଠାତ୍ ଯନ୍ତ୍ରଣା ଅନୁଭବ କରି ଡ୍ରାଇଭର ଚେତାଶୂନ୍ୟ ହେବା ପୂର୍ବରୁ ରାସ୍ତା କଡ଼ରେ ଥିବା ବସ୍ କୁ ଅଟକାଇ ଦେଇଥିଲେ। ଯାତ୍ରୀମାନେ ସ୍ଥାନୀୟ ଲୋକଙ୍କୁ ଡାକି ଡ୍ରାଇଭରଙ୍କୁ ନିଳଗିରି ହସ୍ପିଟାଲରେ ଭର୍ତ୍ତି କରିଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisement
Bus Driver Heart Attack
Bus Driver Heart Attack
Zee Odisha Desk|Updated: Jan 30, 2024, 12:24 PM IST
Share

Bus Driver Heart Attack: ସୋମବାର ଦିନ ସକାଳେ ପଶ୍ଚିମବଙ୍ଗରୁ ଅତି କମରେ ୭୦ରୁ ଉର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ନେଇ ବାଲେଶ୍ୱର ଆସୁଥିବା ଏକ ବସ ଡ୍ରାଇଭରଙ୍କ ହଠାତ୍ ହାର୍ଟ ଆାଟାକ୍ ହୋଇଥିଲା। ଏହି ଦୁଃଖଦ ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ପଞ୍ଚଲିଙ୍ଗେଶ୍ୱର ଅଭିମୁଖେ ପର୍ଯ୍ୟଟକ ମାନଙ୍କୁ ନେଇ ଆସୁଥିବା ଡ୍ରାଇଭର ବସ୍ ଚଳାଉଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡିଥିଲେ।

ଛାତିରେ ହଠାତ୍ ଯନ୍ତ୍ରଣା ଅନୁଭବ କରି ଡ୍ରାଇଭର ଚେତାଶୂନ୍ୟ ହେବା ପୂର୍ବରୁ ରାସ୍ତା କଡ଼ରେ ଥିବା ବସ୍ କୁ ଅଟକାଇ ଦେଇଥିଲେ। ଯାତ୍ରୀମାନେ ସ୍ଥାନୀୟ ଲୋକଙ୍କୁ ଡାକି ଡ୍ରାଇଭରଙ୍କୁ ନିଳଗିରି ହସ୍ପିଟାଲରେ ଭର୍ତ୍ତି କରିଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବସରେ ଥିବା ଜଣେ ଯାତ୍ରୀ କହିଛିନ୍ତି "ଡ୍ରାଇଭର ଗାଡି ଚଳାଇବା ସମୟରେ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ସ୍ଥାନୀୟ ବାସିନ୍ଦା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆମ ଘରକୁ ଯିବାପାଇଁ ଆଉ ଜଣେ ଡ୍ରାଇଭର ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରିଛୁ। ଆମକୁ ସ୍ଥାନୀୟ ଲୋକ ବହୁତ ସାହାଯ୍ୟ କରିଛନ୍ତି। ସେମାନେ ଆମ୍ବୁଲାନ୍ସକୁ ଡାକି ଡ୍ରାଇଭରକୁ ହସ୍ପିଟାଲକୁ ନେଇ ଯାଇଥିଲେ ବୋଲି କହିଛନ୍ତି।"

ପାଟପୁରର ଜଣେ ସ୍ଥାନୀୟ ମିହିର ବେହେରା କହିଛନ୍ତି “ହଠାତ୍ ବସ୍ ରାସ୍ତାରେ ଅଟକି ଗଲା। ଆମେ ଭାବୁଥିଲୁ ପର୍ଯ୍ୟଟକମାନେ ପ୍ରକୃତିର ଉପଭୋଗ କରିବା ପାଇଁ ବସ ଆଟକାଇଛନ୍ତି। କିନ୍ତୁ ଅତି ନିକଟରୁ ଦେଖିବା ପରେ ଆମେ ଦେଖିଲୁ ଡ୍ରାଇଭର ତାଙ୍କ ସିଟରେ ଚେତାଶୂନ୍ୟ ଭାବରେ ପଡ଼ିଛନ୍ତି। ଆମେ ଆମ୍ବୁଲାନ୍ସକୁ ଡାକି ହସ୍ପିଟାଲରେ ଭର୍ତ୍ତି କରିଥିଲୁ, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।।

ସ୍ଥାନୀୟ ଲୋକ ଓ ଯାତ୍ରୀମାନେ ଶେଷ ନିଶ୍ୱାସ ନେବା ପୂର୍ବରୁ ବସ୍‌କୁ ଅଟକାଇ ଯାତ୍ରୀଙ୍କ ଜୀବନ ରକ୍ଷା କରିଥିବା ଡ୍ରାଇଭରଙ୍କ ସାହସିକତା ଓ ମନର ଉପସ୍ଥିତିକୁ ପ୍ରଶଂସା କରିଥିଲେ।

Read More
{}{}