Home >>Odisha Latest News

ରାଜ୍ୟରେ ବଢୁଛି କରୋନା ମାମଲା, ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ

ସ୍ୱସ୍ଥ୍ୟ ବିଭାଗ ନିଜ ଚିଠିରେ ଟେଷ୍ଟ କିଟ୍‌ ଓ ଆବଶ୍ୟକୀୟ ଔଷଧ ମହଜୁଦ ରଖିବାକୁ କହିଛି। ଏହା ସହ ସ୍ୱସ୍ଥ୍ୟ ବିଭାଗ ନିଜ ଚିଠିରେ ଟେଷ୍ଟିଂ କିମ୍ବା ଚିକିତ୍ସା ସୁବିଧା ନେଇ ଯେପରି କୌଣସି ଅଭିଯୋଗ ନଆସେ, ସେଥିପ୍ରତି ଯତ୍ନବାନ ହେବାକୁ ମଧ୍ୟ ପରାମର୍ଶ ଦେଇଛି।  

Advertisement
 Odisha Covid Guideline
Odisha Covid Guideline
Zee Odisha Desk|Updated: Dec 29, 2023, 10:18 PM IST
Share

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଏହାକୁ ନେଇ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲକୁ ଏକ ଚିଠି ଲେଖିଛି। ଏହା ସମେତ ଆକ୍ରାନ୍ତଙ୍କ ଉପରେ ନଜର ରଖିବାକୁ ଓ ଅକ୍ସିଜେନଯୁକ୍ତ ବେଡ୍‌ ପ୍ରସ୍ତୁତ ରଖିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ବ୍ୟକ୍ତି ପଜିଟିଭ ଚିହ୍ନଟ ହୁଅନ୍ତି, ତେବେ ତାଙ୍କୁ ଘରୋଇ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି।

ଏହା ସହ ସ୍ୱସ୍ଥ୍ୟ ବିଭାଗ ନିଜ ଚିଠିରେ ଟେଷ୍ଟ କିଟ୍‌ ଓ ଆବଶ୍ୟକୀୟ ଔଷଧ ମହଜୁଦ ରଖିବାକୁ କହିଛି। ସ୍ୱସ୍ଥ୍ୟ ବିଭାଗ ନିଜ ଚିଠିରେ ଟେଷ୍ଟିଂ କିମ୍ବା ଚିକିତ୍ସା ସୁବିଧା ନେଇ ଯେପରି କୌଣସି ଅଭିଯୋଗ ନଆସେ, ସେଥିପ୍ରତି ଯତ୍ନବାନ ହେବାକୁ ମଧ୍ୟ ପରାମର୍ଶ ଦେଇଛି।

ଗତ ୨୪ ଘଣ୍ଟା ମଧ୍ଯରେ ଓଡ଼ିଶାରୁ ପୁଣି ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇଲେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧୩ରେ ପହଁଞ୍ଚିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଡିସେମ୍ବର ୨୩ରେ ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟବାସୀଙ୍କ ଭିତରେ ଛନକା ପଶିଥିଲା । ଏହାପରେ ଡିସେମ୍ବର ୨୪ରେ ଦ୍ବିତୀୟ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସଂକ୍ରମଣ ବଢୁଥିବାରୁ ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଥିଲେ, ‘ଯେଉଁ ଭାଇରସ୍ କଥା କୁହାଯାଉଛି ତାହା ନାଚୁରାଲ । ଏଠାରେ ନୂଆ ଭାରିଆଣ୍ଟ ଚିହ୍ନଟ ହେଲେ ଜିନୋମ ସିକ୍ୟୁଏନ୍ସ ପାଇଁ ପଠାଯିବ । ଅତି ଆବଶ୍ୟକ ପଡିଲେ ରାଜ୍ୟରେ ଗାଇଡ଼ଲାଇନ ଜାରି ହେବ । ଥଣ୍ତା, ଜ୍ବର ବା କାଶ ହେଲେ ନିଜେ ଆସି ଟେଷ୍ଟ କରି ନିଅନ୍ତୁ । ଜନଗହଳିପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ । ସଂକ୍ରମିତ ଚିହ୍ନଟ ହେଲେ ଆକ୍ରାନ୍ତଙ୍କୁ ଘରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ।  ଆବଶ୍ୟକ ପଡିଲେ ହସ୍ପିଟାଲରେ ଭର୍ତ୍ତି କରାଯିବ। ଟେଷ୍ଟିଂ ପାଇଁ ପର୍ଯ୍ୟାପ୍ତ କିଟ୍ ଉପଲବ୍ଧ ରହିଛି’ ।

Read More
{}{}