Home >>Odisha Latest News

Kendriya Vidyalaya: ଓଡ଼ିଶାରେ ଖୋଲିବ ୮ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଦେଖନ୍ତୁ ପୂରା ତାଲିକା

Odisha to get 8 new Kendriya Vidyalayas: କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ନୂତନ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟରେ ପିଏମ୍ ଶ୍ରୀ ଯୋଜନା କାର୍ଯ୍ୟକାରୀ କରାଯାଇଛି ଯାହା ନୂତନ ବିଦ୍ୟାଳୟରେ ମଧ୍ୟ ପ୍ରଯୁଜ୍ୟ ହେବ। ନାବୋଦୟ ବିଦ୍ୟାଲୟ ଯୋଜନା ଅଧୀନରେ ଦେଶର ପଛୁଆ ଜିଲ୍ଲାମାନଙ୍କରେ ୨୮ ଟି ନୂତନ ନବୋଦୟ ବିଦ୍ୟାଲୟ ସ୍ଥାପନ ପାଇଁ କ୍ୟାବିନେଟ୍ ମଧ୍ୟ ଅନୁମୋଦନ କରିଛି।

Advertisement
Odisha to get 8 new Kendriya Vidyalayas check details
Odisha to get 8 new Kendriya Vidyalayas check details
Jagdish Barik|Updated: Dec 06, 2024, 10:39 PM IST
Share

Cabinet Meeting Decision: ଦେଶରେ ନୂଆ କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟ ଖୋଲାଯିବା ନେଇ ଶୁକ୍ରବାର ଦିନ କେନ୍ଦ୍ର କ୍ୟାବିନେଟ୍‌ରେ ଅନୁମୋଦନ କରିଛି। ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକ ବିଷୟରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଦେଶରେ ୮୫ ଟି ନୂତନ କେନ୍ଦ୍ରୀୟ ବିଦ୍ୟା ଖୋଲାଯିବ। ଆଜି ପର୍ଯ୍ୟନ୍ତ ଦେଶରେ ୧୨୫୬ ଟି କାର୍ଯ୍ୟକ୍ଷମ କେନ୍ଦ୍ରିୟ ବିଦ୍ୟାଲୟ ରହିଛି, ଯେଉଁଥିରେ ୩ ଦେଶ ବାହାରେ ଯଥା ମସ୍କୋ, କାଠମାଣ୍ଡୁ ଏବଂ ତେହେରାନ ରହିଛି । ୧୩.୫୬ ଲକ୍ଷ (ପ୍ରାୟ) ଛାତ୍ରଛାତ୍ରୀ  ଏହି କେନ୍ଦ୍ରାୟ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ନୂତନ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟରେ ପିଏମ୍ ଶ୍ରୀ ଯୋଜନା କାର୍ଯ୍ୟକାରୀ କରାଯାଇଛି ଯାହା ନୂତନ ବିଦ୍ୟାଳୟରେ ମଧ୍ୟ ପ୍ରଯୁଜ୍ୟ ହେବ। ନାବୋଦୟ ବିଦ୍ୟାଲୟ ଯୋଜନା ଅଧୀନରେ ଦେଶର ପଛୁଆ ଜିଲ୍ଲାମାନଙ୍କରେ ୨୮ ଟି ନୂତନ ନବୋଦୟ ବିଦ୍ୟାଲୟ ସ୍ଥାପନ ପାଇଁ କ୍ୟାବିନେଟ୍ ମଧ୍ୟ ଅନୁମୋଦନ କରିଛି। ଓଡ଼ିଶାରେ ମଧ୍ୟ ୮ ଟି  ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ । ନିମ୍ନରେ ଦେଖନ୍ତୁ ପୂରା ତାଲିକା ।

  1. ରେଲୱେ ଟିଟଲାଗଡ, ଜିଲ୍ଲା ବଲାଙ୍ଗୀର
  2. ପାଟନାଗଡ, ଜିଲ୍ଲା ବଲାଙ୍ଗୀର
  3. ITBP ଖୋର୍ଦ୍ଧା, ଜିଲ୍ଲା ଖୋର୍ଦ୍ଧା
  4. ଆଠମଲ୍ଲିକ, ଜିଲ୍ଲା ଅନୁଗୋଳ
  5. କୁଚିଣ୍ଡା, ଜିଲ୍ଲା ସମ୍ବଲପୁର
  6. ଢେଙ୍କାନାଳ (କାମାକ୍ଷାନଗର)
  7. ଜୟପୁର, ଜିଲ୍ଲା କୋରାପୁଟ 
  8. ତାଳଚେର, ଜିଲ୍ଲା ଅନୁଗୋଳ
Read More
{}{}