Home >>Odisha Latest News

Raimati Ghiuria: କୋରାପୁଟ ଝିଅ ରାଇମତୀ ଘିଉରିଆ କିଏ? ଯାହାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଲେ ଡକ୍ଟରେଟ ଉପାଧି

Raimati Ghiuria: ବିଗତ କିଛି ବର୍ଷ ମଧ୍ୟରେ ସେ ମାଣ୍ଡିଆ ଚାଷର ଅମଳ ଏବଂ ଏହାର ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ ଉନ୍ନତ ଜ୍ଞାନକୌଶଳ ଏବଂ ବୈଜ୍ଞାନିକ ଚାଷ ପ୍ରଣାଳୀ ଆପଣାଇଥିଲେ ଓ ଲୋକଙ୍କୁ ମଧ୍ୟ ଏ ସମ୍ଫର୍କରେ ତାଲିମ ଦେଇଥିଲେ। କୁହାଯାଉଛି ଯେ ସେ ପ୍ରାୟ ୨୫୦୦ ଚାଷୀଙ୍କୁ ମିଲେଟ ଚାଷ ପାଇଁ ତାଲିମ ଦେଇଛନ୍ତି। 

Advertisement
Raimati Ghiuria
Raimati Ghiuria
Jagdish Barik|Updated: Dec 05, 2024, 08:46 PM IST
Share

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ କୋରାପୁଟ ଜିଲ୍ଲାର କୁନ୍ଦୁରା ବ୍ଲକର ଜଣେ ଆଦିବାସୀ ମହିଳା କୃଷକ ତଥା ମିଲେଟ ରାଣି ଭାବେ ପରିଚିତ ରାଇମତୀ ଘିଉରିଆଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରିଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ହାତରୁ କୋରାପୁଟ ଝିଅ ରାଇମତୀ ଘିଉରିଆ ଏହି ଡକ୍ଟରେଟ ଉପାଧି ଗ୍ରହଣ କରିଛନ୍ତି। 

ବିଶ୍ବ ଦରବାରରେ ଓଡି଼ଶାର ମାଣ୍ଡିଆକୁ ପହଞ୍ଚାଇବାରେ ରାଇମତୀଙ୍କ ବଡ଼ ଅବଦାନ ରହିଛି। ରାଇମତୀ ଘିଉରିଆ ହେଉଛନ୍ତି ଜଣେ ମହିଳା କୃଷକ ଏବଂ ଜୈବିକ ଚାଷ ଉପରେ ଗୁରୁତ୍ୱ ଦେଉଥିବା ପ୍ରଶିକ୍ଷକ ଅଟନ୍ତି। କୋରାପୁଟ ଜିଲ୍ଲା କୁନ୍ଦୁର ବ୍ଲକ ନୁଆଗୁଡା ଗାଁର ରାଇମତି ଘେଉରିଆଙ୍କ ଘର। ରାଇମତୀ ଘିଉରିଆ ବର୍ତ୍ତମାନ ରାଜ୍ୟ ତଥା ଦେଶର ଅନେକ ମହିଳାଙ୍କ ପାଇଁ ଏକ ଆଦର୍ଶ ପାଲଟିଛନ୍ତି । ରାଇମତି ଘେଉରିଆ ଅନେକ କୃଷକ ପରିବାରଙ୍କୁ ସ୍ଥାନୀୟ ଜେନେଟିକ୍ ସମ୍ବଳ ସଂରକ୍ଷଣ ବିଷୟରେ ଶିକ୍ଷା ଦେଇ ଲୋକଲୋଚନକୁ ଆସିଥିଲେ। ରାଇମତୀ ନିଜ କ୍ଷେତରେ ପାରମ୍ପାରିକ ଧାନ ଓ ମାଣ୍ଡିଆ ଜାତୀୟ ଶସ୍ୟକୁ ସଂରକ୍ଷଣ କରି କୋରାପୁଟ ତଥା ଓଡି଼ଶାକୁ ଗୌରବାନ୍ୱିତ କରିଛନ୍ତି।

ସୂଚନା ଅନୁସାରେ ବିଗତ କିଛି ବର୍ଷ ମଧ୍ୟରେ ସେ ମାଣ୍ଡିଆ ଚାଷର ଅମଳ ଏବଂ ଏହାର ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ ଉନ୍ନତ ଜ୍ଞାନକୌଶଳ ଏବଂ ବୈଜ୍ଞାନିକ ଚାଷ ପ୍ରଣାଳୀ ଆପଣାଇଥିଲେ ଓ ଲୋକଙ୍କୁ ମଧ୍ୟ ଏ ସମ୍ଫର୍କରେ ତାଲିମ ଦେଇଥିଲେ। କୁହାଯାଉଛି ଯେ ସେ ପ୍ରାୟ ୨୫୦୦ ଚାଷୀଙ୍କୁ ମିଲେଟ ଚାଷ ପାଇଁ ତାଲିମ ଦେଇଛନ୍ତି। 

Viral Video: ନିଜ ବାହାଘରରେ କୁକୁର ସହ ଜୋରଦାର ନାଚିଲେ ବର, ଲୋକଙ୍କ ମନ ଜିଣୁଛି ଏହି ଭାଇରାଲ୍ ଭିଡିଓ

Read More
{}{}