Hindi News >>Home >>Odisha LifeStyle and Others

Lessons from Ramayan: ରାମାୟଣର ସେହି ତିନି ବଡ ରହସ୍ୟ, ଯାହା ବଦାଳାଇଦେବ ଆପଣଙ୍କ ଜୀବନ

Lessons from Ramayan: ରାମାୟଣର ଏହି ତିନି ବଡ ରହସ୍ୟ ଦ୍ଵାରା ଆମ ଦୈନନ୍ଦିନ ଜୀବନର ପ୍ରତ୍ୟେକ ଟି କାର୍ଯ୍ୟରେ ଆମେ ସଦୁପଯୋଗ କରିପାରିବା। ତେବେ ଆସନ୍ତୁ ଜାଣିବା ସେହି ତିନି ନୀତି ରହସ୍ୟ କ'ଣ ଥିଲା।  

Advertisement
Life Lessons from the Ramayana
Life Lessons from the Ramayana
Zee Odisha Desk|Updated: May 31, 2024, 04:01 PM IST
Share

Life Lessons from the Ramayana: ରାମାୟଣର କାହାଣୀ ଅନୁସାରେ ରାବଣ ଦୁନିଆର ମହାନ ବିଦ୍ଵାନ ଥିଲା। ରାବଣର ମୃତ୍ୟୁ ସମୟରେ ରାମ ଲକ୍ଷ୍ମଣଙ୍କୁ କହିଥିଲେ ଯେ, ରାବଣ ନୀତି ଏବଂ ଶକ୍ତିର ମହାନ ଜ୍ଞାତା। ତେଣୁ ଏମିତି ସମୟରେ ତୁମେ ମହାଜ୍ଞାନୀ ରାବଣଙ୍କଠୁ ସକଳ ଜୀବନର ଜ୍ଞାନ ପ୍ରାପ୍ତ କରି ନେବା ଉଚିତ୍। ଏହା ଶୁଣି ଲକ୍ଷ୍ମଣ ଦଶାନନଙ୍କ ପାଦ ତଳେ ଯାଇ ବସି ପଡିଥିଲେ। ତେବେ ଯାଇ ରାବଣ ଲକ୍ଷ୍ମଣଙ୍କୁ ଜୀବନ ଅମୂଲ୍ୟ ତିନି ନୀତି ଜଣାଇଥିଲେ। ଏହା ଜାଣିବା ଦ୍ଵାରା ଆମ ଦୈନନ୍ଦିନ ଜୀବନର ପ୍ରତ୍ୟେକ ଟି କାର୍ଯ୍ୟରେ ଆମେ ସଦୁପଯୋଗ କରିପାରିବା। ତେବେ ଆସନ୍ତୁ ଜାଣିବା ସେହି ତିନି ନୀତି କ'ଣ ଥିଲା।

ପ୍ରଥମ ଉପଦେଶ: ରାବଣ ଲକ୍ଷ୍ମଣଙ୍କୁ କହିଥିଲେ ଯେ, ଶୁଭ କାର୍ଯ୍ୟ ଯେତେ ଶୀଘ୍ର ସମ୍ଭବ କରିଦେବା ଉଚିତ୍। ଏହାକୁ ନେଇ ଅଧିକ ସମୟ ଅପେକ୍ଷା କରିବା ଉଚିତ୍ ନୁହେଁ। ନଚେତ୍ ଜୀବନ କେବେ ସମାପ୍ତ ହୋଇଯିବ, କାହାକୁ ଜଣା ନାହିଁ। ଅଶୁଭ କାର୍ଯ୍ୟକୁ ଯେତେ ଟାଳି ପାରିବ, ଜୀବନ ପାଇଁ ସେତେ ଭଲ।

ଦ୍ଵିତୀୟ ଉପଦେଶ: ରାବଣ ଲକ୍ଷ୍ମଣଙ୍କୁ ଦ୍ଵିତୀୟ ସବୁଠୁ ବଡ ମହତ୍ଵପୂର୍ଣ୍ଣ କଥା କହିଛନ୍ତି ଯେ, ଶତ୍ରୁ ଏବଂ ରୋଗକୁ କେବେ ବି ଛୋଟ ଭାବିବ ନାହିଁ। ଛୋଟରୁ ଛୋଟ ରୋଗ ବି ପ୍ରାଣଘାତୀ ହୋଇପାରେ। ରାବଣ ରାମ, ଲକ୍ଷ୍ମଣ ଏବଂ ତାଙ୍କର ବାନର ସେନାଙ୍କୁ ତୁଚ୍ଛ ମଣିଥିଲା ଏବଂ ସେହି ବାନର ସେନା ହିଁ ରାବଣର ମୃତ୍ୟୁର କାରଣ ପାଲଟିଥିଲା।

ତୃତୀୟ ଉପଦେଶ: ତୃତୀୟ ବହୁମୂଲ୍ୟ ଉପଦେଶରେ ରାବଣ କହିଛନ୍ତି, ଜୀବନ ସହ ଜଡିତ ନିଜର ବ୍ୟକ୍ତିଗତ କଥାକୁ ଯଥା ସମ୍ଭବ ଗୁପ୍ତ ରଖିବା ଉଚିତ୍। ଏହାକୁ କୌଣସି ବ୍ୟକ୍ତିଙ୍କ ଆଗରେ ପ୍ରକାଶ କରିବା ଉଚିତ୍ ନୁହେଁ। ନିଜର ଯେତେ ସବୁଠୁ ବଡ ପ୍ରିୟ ହୋଇଥାଉ ନା କାହିଁକି। ଯଦି ସେହି ରହସ୍ୟ କାହାରି ସାମ୍ନାକୁ ଚାଲିଆସେ ତେବେ ଜୀବନରେ କୁପ୍ରଭାବ ପଡିଥାଏ। ରାବଣର ନାଭିରେ ଅମୃତ କୁଣ୍ଡ ଥିବା ରହସ୍ୟ ବିଭୀଷଣଙ୍କୁ ଜଣାଥିଲା। ଆଉ ଏହା ହିଁ ରାବଣର ଅନ୍ତର କାରଣ ପାଲଟିଥିଲା।

(Written By-Tapasa Gyanadarshini)

Read More
{}{}