Home >>Odisha LifeStyle and Others

Malavya Rajyog 2024: ମେ ୧୯ରେ ମାଲଭ୍ୟ ରାଜଯୋଗ, ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ!

Malavya Rajyog 2024: ଶୁକ୍ର ମେ ୧୯ ତାରିଖ, ସକାଳ ୭ଟା ୪୦ ମିନିଟ୍ ସମୟରେ ବୃଷ ରାଶିକୁ ଗୋଚର କରିବେ। ଯେଉଁ ରାଶିରେ କି ପୂର୍ବରୁ ଦେବଗୁରୁ ବୃହସ୍ପତି ଓ ବୁଧ ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ଶୁକ୍ର- ବୃହସ୍ପତି-ବୁଧଙ୍କ ଏହି ସଂଯୋଗ ମାଲଭ୍ୟ ରାଜଯୋଗ ସୃଷ୍ଟି କରୁଛି। ତେବେ, ଏହି ମାଲାଭ୍ୟ ରାଜଯୋଗ କିଛି ରାଶିର ବ୍ୟକ୍ତିଙ୍କୁ ଧନବାନ୍ କରିବ। 

Advertisement
Malavya Rajyog 2024: ମେ ୧୯ରେ ମାଲଭ୍ୟ ରାଜଯୋଗ,  ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ!
Narmada Behera|Updated: May 09, 2024, 05:34 PM IST
Share

Malavya Rajyog 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟର ରାଶି ପରିବର୍ତ୍ତନ କରି ଥାଆନ୍ତି। ଗ୍ରହ ମାନଙ୍କର ଏହି ରାଶି ପରିବର୍ତ୍ତନ ମଣିଷ ଜୀବନ ଉପରେ ପ୍ରଭାବ ପକାଇ ଥାଏ।  ଏହି କ୍ରମରେ ପ୍ରେମ, ସମ୍ପର୍କ, ସୌନ୍ଦର‌୍ୟ୍ୟ ଏବଂ ଆନନ୍ଦର କାରକ କୁହାଯାଉଥିବା ଶୁକ୍ର ମେ ୧୯ ତାରିଖ, ସକାଳ ୭ଟା ୪୦ ମିନିଟ୍ ସମୟରେ ବୃଷ ରାଶିକୁ ଗୋଚର କରିବେ। ଯେଉଁ ରାଶିରେ କି ପୂର୍ବରୁ ଦେବଗୁରୁ ବୃହସ୍ପତି ଓ ବୁଧ ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ଶୁକ୍ର- ବୃହସ୍ପତି-ବୁଧଙ୍କ ଏହି ସଂଯୋଗ ମାଲଭ୍ୟ ରାଜଯୋଗ ସୃଷ୍ଟି କରୁଛି। ତେବେ, ଏହି ମାଲାଭ୍ୟ ରାଜଯୋଗ କିଛି ରାଶିର ବ୍ୟକ୍ତିଙ୍କୁ ଧନବାନ୍ କରିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

ALSO READ: Guru Shukra Yuti 2024: ବୃହସ୍ପତି-ଶୁକ୍ରଙ୍କ ମହାମିଳନ, ଏହି ସବୁ ରାଶିଙ୍କୁ ମିଳିବ ଚାକିରିରେ ପଦୋନ୍ନତି ସହ ଆର୍ଥିକ ଲାଭ!

କୋଟିପତି ହେବେ ଏ-ହି ସବୁ ରାଶି:

ବୃଷ: ଏ-ହି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ ମାଲଭ୍ୟ ରାଜଯୋଗ।  ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ଅଫର ମିଳିପାରେ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ଏ-ହି ଅବଧି ମଧ୍ୟରେ କୌଣସି ନୂତନ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ଆତ୍ମ ବିଶ୍ବାସ ବୃଦ୍ଧି ପାଇବା ସହ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଆୟର ନୂଆ ଉତ୍ସ ଖୋଲିବ । ସେୟାର ମାର୍କେଟ୍ ରେ ଟଙ୍କା ବିନିଯୋଗ କରିବା ପାଇଁ ସମୟ ଭଲ ରହିଛି। ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଟଙ୍କା ବିନିଯୋଗ କରିବା ଉଚିତ୍। ବୈବାହିକ ଜୀବନ ସୁଖମୟ ହେବା ସହିତ ପ୍ରେମ ଜୀବନରେ ମଧୁରତା ଭରିଯିବ।

କନ୍ୟା:  ମାଲାଭ୍ୟ ରାଜଯୋଗ ଏହି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ପୂର୍ଣ୍ଣ ସାଥ୍ ଦେବ।  କ୍ୟାରିୟରରେ ଅଗ୍ରଗତି ଓ ସଫଳତା ପାଇବେ। ଉଚ୍ଚ ଶିକ୍ଷା ପାଇଁ ଛାତ୍ରଛାତ୍ରୀ ବିଦେଶ ଯାଇପାରନ୍ତି। କାର୍ଯ୍ୟାଳୟରେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି। ଦରମା ବୃଦ୍ଧି ହେବ। ଆଇଟି କ୍ଷେତ୍ରରେ ଜଡି଼ତ ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ବିଦେଶରୁ ଚାକିରି ଅଫର ଆସିପାରେ।  ଆର୍ଥିକ ଅବସ୍ଥା ପୂର୍ବ ଅପେକ୍ଷା ମଜବୁତ ହେବ। ଆକସ୍ମିକ ଧନଲାଭର ଯୋଗ ରହିଛି। ପ୍ରେମୀମାନଙ୍କ ପାଇଁ ସମୟ ଖୁବ୍ ଭଲ ରହିବ।  ଦୂରଯାତ୍ରା ସଫଳ ଏବଂ ଲାଭଦାୟକ ପ୍ରମାଣିତ ହେବ। କଠିନ ପରିଶ୍ରମର ଫଳ ପାଇବେ।

କୁମ୍ଭ: ମାଲାଭ୍ୟ ରାଜଯୋଗର ପ୍ରଭାବ ଏହି ରାଶି ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ। ବିଶେଷକରି, କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି। ବେତନରେ ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି।  ଆୟର ନୂତନ ଉତ୍ସ ସୃଷ୍ଟି ହେବ । ଆର୍ଥିକ ଅବସ୍ଥାରେ ଉନ୍ନତି ହେବ । ଏହି ଅବଧି ମଧ୍ୟରେ ଆପଣ ଏକ ନୂତନ ଯାନ କିମ୍ବା ସମ୍ପତ୍ତି କିଣି ପାରନ୍ତି। କିନ୍ତୁ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। ତେଣୁ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

 

Read More
{}{}