Hindi News >>Home >>Odisha LifeStyle and Others

Dhanteras 2024: କାହିଁକି ପାଳନ କରାଯାଏ ଧନତେରାସ୍ ? ଜାଣନ୍ତୁ ଏହାକୁ ନେଇ କ'ଣ ରହିଛି ପୌରାଣିକ କଥା

Dhanteras 2024: ଆଜି ହେଉଛି ଧନତେରାସ୍ ବା ଧନ ତ୍ରୟୋଦଶୀ। ଧନତେରାସ୍ ସାଧାରଣତଃ କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀରେ ପାଳନ କରାଯାଏ। ତେବେ, ଆସନ୍ତୁ ଜାଣିବା ଏହି ଦିନର କଣ ରହିଛି ମହତ୍ତ୍ବ...

Advertisement
Dhanteras 2024: କାହିଁକି ପାଳନ କରାଯାଏ ଧନତେରାସ୍ ? ଜାଣନ୍ତୁ ଏହାକୁ ନେଇ କ'ଣ ରହିଛି ପୌରାଣିକ କଥା
Narmada Behera|Updated: Oct 29, 2024, 08:31 AM IST
Share
 
Dhanteras 2024: ଆଜି ହେଉଛି ଧନତେରାସ୍ ବା ଧନ ତ୍ରୟୋଦଶୀ। ଧନତେରାସ୍ ସାଧାରଣତଃ କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀରେ ପାଳନ କରାଯାଏ। ଶାସ୍ତ୍ର ଅନୁଯାୟୀ ଏହି ଦିନ ଭଗବାନ ଧନନ୍ତ୍ୱରୀ ଜନ୍ମ ହୋଇଥିଲେ। ତେଣୁ ଏହାକୁ ଧନତେରାସ ପର୍ବ ଭାବରେ ପାଳନ କରାଯାଏ। କେବେଳ ସେତିକି ନୁହେଁ,  ଏହି ଦିନ ବିଶେଷକରି, ଯମରାଜ, ଲକ୍ଷ୍ମୀ, ଧନ୍ବନ୍ତରୀଙ୍କ ସହ କୁବେରଙ୍କୁ ପୂଜା କରାଯାଏ । ଏହି ୪ ଦେବାଦେବୀଙ୍କୁ ଏହି ଦିନ ପୂଜା କଲେ କେବେବି ଅର୍ଥର ଅଭାବ ହୋଇନ ଥାଏ। ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ବାସ ରହିଛି। ବିଶ୍ବାସ ଅଛି ଯେ, ଏଭଳି ପବିତ୍ର ଦିନରେ ସୁନାରୁପା କିଣି ଘରକୁ ଆଣିଲେ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଧନତେରାସ୍ କୁ ନେଇ ଅନେକ ପୌରାଣିକ କାହାଣୀ ମଧ୍ୟ ରହିଛି। 
 
 
 
ପୌରାଣିକ ମତ ବା ଶାସ୍ତ୍ର ଅନୁସାରେ,  ସମୁଦ୍ର ମନ୍ଥନ ସମୟରେ ଅନ୍ୟ ଦୁର୍ଲଭ ଏବଂ ମୂଲ୍ୟବାନ ବସ୍ତୁ ବ୍ୟତୀତ ଶରଦ ପୂର୍ଣ୍ଣିମା ଦିନ ଚନ୍ଦ୍ର, କାର୍ତ୍ତିକ ଦ୍ବାଦଶୀ ଦିନ କାମଧେନୁ ଗାଈ, ତ୍ରୟୋଦଶୀ ଦିନ ଧନ୍ବନ୍ତରୀ ଏବଂ କାର୍ତ୍ତିକ ମାସର ଅମବାସ୍ୟା ତିଥିରେ ଭଗବତୀ ମାଆ ଲକ୍ଷ୍ମୀଙ୍କ ଅବତରଣ ହୋଇଥିଲା । ଏହି କାରଣରୁ ଦୀପାବଳି ଦିନ ଲକ୍ଷ୍ମୀ ପୂଜା ଏବଂ ଏହାର ପୂର୍ବ ତ୍ରୟୋଦଶୀ ଦିନ ଭଗବାନ ଧନ୍ବନ୍ତରୀଙ୍କ ଜନ୍ମ ଦିବସ ଧନତେରାସ ରୂପେ ପାଳନ କରାଯାଇଥାଏ ।
 
ଭଗବାନ ଧନ୍ବନ୍ତରୀଙ୍କୁ ଭଗବାନ ନାରାୟଣଙ୍କ ଏକ ରୂପ ବୋଲି କୁହାଯାଏ। ତାଙ୍କର ଚାରିଟି ହସ୍ତ ମଧ୍ୟରୁ ୨ଟି ହସ୍ତରେ ଶଙ୍ଖ ଓ ଚକ୍ର ଧାରଣ କରିଥାନ୍ତି । ଏବଂ ଆଉ ୨ଟି ହସ୍ତରେ ଔଷଧ ସହ ଅମୃତ କଳସ ଧାରଣ କରିଥାନ୍ତି। ତେବେ, ଏହି ଅମୃତ କଳସଟି ପିତ୍ତଳରେ ପ୍ରସ୍ତତ ହୋଇଥିଲା। ପିତ୍ତଳ ଭଗବାନ୍ ଭଗବାନ ଧନ୍ବନ୍ତରୀଙ୍କ ପ୍ରିୟ ଧାତୁ ବୋଲି ବିବେଚନା କରାଯାଏ। ଏହି କାରଣରୁ ଅଧିକାଂଶ ଲୋକେ ଧନତେରାସ୍ ଦିନ ପିତ୍ତଳ ବାସନ କିଣି ଥାଆନ୍ତି। କେବଳ ପିତ୍ତଳ ନୁହେଁ ଧନତେରାସ୍ ଦିନ ବିଭିନ୍ନ ଧାତୁରେ ତିଆରି ବାସନ କିଣିଲେ ଶୁଭ ହୋଇଥାଏ ବୋଲି ବିଶ୍ବାସ ରହିଛି। 
 
Read More
{}{}