Hindi News >>Home >>Odisha LifeStyle and Others

Angarak Yog 2024: ମେ ମାସରେ ରାହୁ-ମଙ୍ଗଳଙ୍କ ମିଳନ; ଏହି ସବୁ ରାଶି ଉପରେ ପଡିବ ଖରାପ ପ୍ରଭାବ!

Angarak Yog 2024:   ଆସନ୍ତା ମାସ ୫ ତାରିଖ ସକାଳ ୬ଟା ୪୦ ମିନିଟ୍ ସମୟରେ ମୀନ ରାଶିକୁ ମଙ୍ଗଳ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ରାହୁ ବିରାଜମାନ ଅଛନ୍ତି । ମୀନରେ ରାହୁ-ମଙ୍ଗଳଙ୍କ ମିଳନ ଅଙ୍ଗାର୍କ ଯୋଗ (Angarak Yoga 2024)ସୃଷ୍ଟି କରିବ। ଏହି ଅଙ୍ଗାର୍କ ଯୋଗ କିଛି ରାଶି ପାଇଁ ବିପଦ ଡାକିଆଣିପାରେ। ତେଣୁ ଏହି ରାଶି ମାନଙ୍କୁ ସତର୍କତାର ସହ ଆସନ୍ତାମାସରେ ଚଳିବାକୁ ପଡି଼ବ।...

Advertisement
Angarak Yog 2024: ମେ ମାସରେ ରାହୁ-ମଙ୍ଗଳଙ୍କ ମିଳନ; ଏହି ସବୁ ରାଶି ଉପରେ ପଡିବ ଖରାପ ପ୍ରଭାବ!
Narmada Behera|Updated: Apr 30, 2024, 09:01 AM IST
Share

Angarak Yog 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିନ୍ତି। ମେ ମାସରେ କେତେକ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସୂର୍ଯ୍ୟ, ଗ୍ରହମାନଙ୍କ ରାଜକୁମାର ବୁଧ ଓ ଶୁକ୍ର ଆସନ୍ତା ମାସ ଆରମ୍ଭରୁ ରାଶି ପରିବର୍ତ୍ତନ କରିବେ। ଏହି କ୍ରମରେ ଆସନ୍ତା ମାସ ୫ ତାରିଖ ସକାଳ ୬ଟା ୪୦ ମିନିଟ୍ ସମୟରେ ମୀନ ରାଶିକୁ ମଙ୍ଗଳ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ରାହୁ ବିରାଜମାନ ଅଛନ୍ତି । ମୀନରେ ରାହୁ-ମଙ୍ଗଳଙ୍କ ମିଳନ ଅଙ୍ଗାର୍କ ଯୋଗ (Angarak Yoga 2024)ସୃଷ୍ଟି କରିବ। ଏହି ଅଙ୍ଗାର୍କ ଯୋଗ କିଛି ରାଶି ପାଇଁ ବିପଦ ଡାକିଆଣିପାରେ। ତେଣୁ ଏହି ରାଶି ମାନଙ୍କୁ ସତର୍କତାର ସହ ଆସନ୍ତାମାସରେ ଚଳିବାକୁ ପଡି଼ବ।...

ALSO READ: Shani Nakshatra Parivartan 2024: ମେ ମାସରେ ଏହି ୩ ରାଶିଙ୍କ ଭାଗ୍ୟ ଚମକାଇବେ ଶନି,ମାଟି ଧରିଲେ ହେବ ସୁନା!

ସତର୍କ ରୁହନ୍ତୁ ଏହି ସବୁ ରାଶି:

କନ୍ୟା: ଏହି ରାଶିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ଅଙ୍ଗାର୍କ ଯୋଗ । ବିଶେଷକରି ବ୍ୟବସାୟରେ ଆର୍ଥିକ କ୍ଷତି ସହିପାରନ୍ତି। ଏହି ଅବଧି ମଧ୍ୟରେ କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ। ନଚେତ୍ ଟଙ୍କା ବୁଡି଼ ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଅଯଥା ଖର୍ଚ୍ଚ ବଢିବ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ।  ଯାନବାହାନ ଚଳାଇବା ସମୟରେ ସତର୍କ ରୁହନ୍ତୁ । ନଚେତ୍ କୌଣସି ଅଘଟଣର ସାମ୍ନା କରିପାରନ୍ତି। ମେ ମାସରେ କୌଣସି ପ୍ଲାନକୁ ବି କାର୍ଯ୍ୟକାରୀ କରନ୍ତୁ ନାହିଁ।

ବିଛା: ଅଙ୍ଗାର୍କ ଯୋଗ ଏହି ରାଶିଙ୍କୁ ବିପଦରେ ପକାଇପାରେ। ତେଣୁ ଆସନ୍ତାମାସ ଅର୍ଥାତ୍ ମେ ମାସଟି ଆପଣଙ୍କୁ ସତର୍କ ରହିବାକୁ ପଡିବ। କାର୍ଯ୍ୟାଳୟରେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ଏପରିକି ଚାକିରି ମଧ୍ୟ ଯାଇପାରେ।  ଯାହାକୁ ନେଇ ଚାପରେ ରହିବ। ତେଣୁ ଧୌର୍ଯ୍ୟର ସହକାରେ ପରିସ୍ଥିତିର ମୁକାବିଲା କରିବାକୁ ପଡିବ। ପ୍ରେମ ଜୀବନରେ ମଧ୍ୟ ସମସ୍ୟା ଦେଖାଦେଇପାରେ। ଜୀବନ ସାଥୀଙ୍କ ସହ କୌଣସି କଥାକୁ ନେଇ ମତଭେଦ ସୃଷ୍ଟି ହୋଇପାରେ। 

ମକର: ଅଙ୍ଗାର୍କ ଯୋଗ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଅଶୁଭ ଫଳ ପ୍ରଦାନ କରିପାରେ।  ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ଯଦି କୌଣସି ଜରୁରୀ କାର୍ଯ୍ୟରେ ଯାତ୍ରା କରୁଛନ୍ତି । ତେବେ ଯଥା ସମ୍ଭବ ସତର୍କତା ଅବଲମ୍ବନ କରନ୍ତୁ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ। ବୈବାହିତ ଜୀବନରେ ଫାଟ ସୃଷ୍ଟି ହୋଇପାର। ଅଯଥା ଖର୍ଚ୍ଚ ବଢିବା ସହ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ବ୍ୟବସାୟରେ କୌଣସି ଅର୍ଥ ବିନିଯୋଗ ଏବେ କରନ୍ତୁ ନାହିଁ । ନଚେତ୍ କ୍ଷତି ସହିପାରନ୍ତି। 

ଧନୁ: : ଅଙ୍ଗାର୍କ ଯୋଗ ଧନୁ ରାଶି ପାଇଁ ବଡ଼ ସଙ୍କଟ ଡାକିଆଣିପାରେ।  ବିଶେଷ କରି କର୍ମକ୍ଷେତ୍ରରେ ଷଡଯନ୍ତ୍ରର ଶୀକାର ହୋଇପାରନ୍ତି। ଏନେଇ ଶତ୍ରୁମାନଙ୍କ ପ୍ରତି ସତର୍କ ରୁହନ୍ତୁ । ଅର୍ଥହାନୀ ଓ ପ୍ରାଣ ପୀଡ଼ା ଦେଖାଦେବ। ବିଶେଷ କରି, ଅଲସର ଭଳି ସମସ୍ୟା ଦେଖାଦେବ।ଏ-ପରିକି କୌଣସି ଏକ ଛୋଟ କଥାକୁ ନେଇ ନିଜ ପରିବାର ସଦସ୍ୟଙ୍କ ସହ ବିବାଦ ଦେଖା ଦେଇପାରେ। ତେଣୁ ଜଗିରଖି ଚଳିବାକୁ ପଡି଼ବ। ପ୍ରେମ ବ୍ୟାପାରରେ ବି ଫାଟ ସୃଷ୍ଟି ହୋଇପାରେ। ଆତ୍ମବିଶ୍ବାସର ସହକାରେ ସମସ୍ତ ପରିସ୍ଥିତିକୁ ସାମ୍ନା କଲେ ସଫଳତା ନିଶ୍ଚିତ ପାଇବେ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

Read More
{}{}