Home >>Odisha LifeStyle and Others

Gajkesari Yog 2024: ତୁଳା ରାଶିରେ ବୁଧ- ବୃହସ୍ପତି-ଚନ୍ଦ୍ରମାଙ୍କ ମହାମିଳନ, ଶୁଭଫଳ ପାଇବେ ୩ ରାଶି!

Gajkesari Yog Lucky 2024:  ଚନ୍ଦ୍ରମା ବର୍ତ୍ତମାନ ମୀନ ରାଶିରେ ଥିବା ବେଳେ ଆସନ୍ତାକାଲି ସକାଳ ୫ଟା ୫୦ ମିନିଟ୍ ସମୟରେ ତୁଳା ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ବୁଧ ଓ ବୃହସ୍ପତି ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ତିନି ଗ୍ରହଙ୍କ ମିଳନ ଦୁଇଟି ଗଜକେଶରୀ ଯୋଗ (Gajkesari Yog 2024) ସୃଷ୍ଟି କରୁଛି। ତେବେ, ଏହି ଗଜକେଶରୀ ଯୋଗ ତିନୋଟି ରାଶିପାଇଁ ବେଶ୍ ଶୁଭ ରହିବ। 

Advertisement
Gajkesari Yog 2024: ତୁଳା ରାଶିରେ ବୁଧ- ବୃହସ୍ପତି-ଚନ୍ଦ୍ରମାଙ୍କ ମହାମିଳନ, ଶୁଭଫଳ ପାଇବେ ୩ ରାଶି!
Zee Odisha Desk|Updated: Mar 26, 2024, 11:10 AM IST
Share

Gajkesari Yog Lucky 2024: ବୈଦିକ ଜ୍ୟୋତିଶ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ହୋଲିରେ ବର୍ଷରେ ପ୍ରଥମ ଚନ୍ଦ୍ର ଗ୍ରହଣ ପଡିଥିବାରୁ ଏହାର ପ୍ରଭାବ ରାଶି ଚକ୍ରରେ ଥିବା ସମସ୍ତ ୧୨ଟି ରାଶି ଉପରେ ପଡି଼ଛି। ଏହି କ୍ରମରେ ଚନ୍ଦ୍ରମା ବର୍ତ୍ତମାନ ମୀନ ରାଶିରେ ଥିବା ବେଳେ  ଆସନ୍ତାକାଲି ସକାଳ ୫ଟା ୫୦ ମିନିଟ୍ ସମୟରେ  ତୁଳା ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ବୁଧ ଓ ବୃହସ୍ପତି ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ତିନି ଗ୍ରହଙ୍କ ମିଳନ ଦୁଇଟି ଗଜକେଶରୀ ଯୋଗ (Gajkesari Yog 2024) ସୃଷ୍ଟି କରୁଛି। ତେବେ, ଏହି ଗଜକେଶରୀ ଯୋଗ ତିନୋଟି ରାଶିପାଇଁ ବେଶ୍ ଶୁଭ ରହିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡି଼କ ବିଷୟରେ...

ALSO READ: Budh Guru Yuti 2024: ବୁଧ-ବୃହସ୍ପତିଙ୍କ ମହାମିଳନ, ଏହି ସବୁ ରାଶିଙ୍କ ବଦଳିବ ଭାଗ୍ୟ

ଲାଭବାନ୍ ହେବେ ଏହି ସବୁ ରାଶି:

ତୁଳା ରାଶି: ଗଜକେଶରୀ ଯୋଗ ଏହି ରାଶିର ଭାଗ୍ୟ ଫିଟାଇବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ।  ଏହି ସମୟରେ କ୍ୟାରିୟରରେ ସଫଳତା ପ୍ରାପ୍ତି ହେବ। ବ୍ୟବସାୟୀମାନଙ୍କ ପାଇଁ ନୂତନ ବ୍ୟବସାୟ ଲାଗି ବାଟ ଫିଟିବ । କର୍ମ କ୍ଷେତ୍ର ବିସ୍ତାରିତ ହେବ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ଚାକିରି ମିଳିବ । ସ୍ବାସ୍ଥ୍ୟ ଭଲ ରହିବ । ସମ୍ପର୍କୀୟଙ୍କ ସହ ଦୀର୍ଘ ଦିନରୁ ଲାଗି ରହିଥିବା ମନ୍ତାନ୍ତର ଦୂର ହେବ ।

ବିଛା ରାଶି: ଗୋଟିଏ ରାଶିରେ ବୁଧ - ବୃହସ୍ପତି- ଚନ୍ଦ୍ରମାଙ୍କ ମିଳନ ଏହି ରାଶିକୁ ଲାଭବାନ୍ କରିବ। ଏହି ସମୟରେ ନେଇଥିବା ନିଷ୍ପତ୍ତି ଭବିଷ୍ୟତରେ ଲାଭଦାୟୀ ପ୍ରମାଣିତ ହେବ। ବ୍ୟବସାୟୀମାନେ ବିଶେଷ ଭାବେ ଉପକୃତ ହେବେ। ବୈବାହିକ ଜୀବନ ସୁଖମୟ ହେବ । ଜୀବନସାଥୀଙ୍କଠାରୁ ସମର୍ଥନ ମିଳିବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ।

ମକର ରାଶି:  ଗଜକେଶରୀ ଯୋଗ ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆସିବ। ଲକ୍ଷ୍ମୀଙ୍କ କୃପା ଏହି ରାଶି ଉପରେ ରହିଥିବାରୁ ଆକସ୍ମିକ ଧନଲାଭର ଯୋଗ ରହିଛି। ଚାକିରି କରିଥିବା ଲୋକଙ୍କ ପଦୋନ୍ନତି ନେଇ ଯୋଗ ରହିଛି। ଅଟକି ରହିଥିବା ଟଙ୍କା ମିଳିବ । କୋର୍ଟ କଚେରୀ ମାମଲାରେ ଶୁଭଫଳ ମିଳିବ। ଘରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)

 

 

Read More
{}{}