Home >>Odisha LifeStyle and Others

Weekly Lucky Zodiac Sign: ଆସନ୍ତାକାଲିଠୁ ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ଧନ ବର୍ଷା କରିବେ ମାଆ ଲକ୍ଷ୍ମୀ

Richest Zodiac 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମାର୍ଚ୍ଚ ୧୨ ତାରିଖ କିଛି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ କିଛି ଖାସ୍ ହେବାକୁ ଯାଉଛି । କାହିଁକିନା,ଜ୍ୟୋତିଶ ଶାସ୍ତ୍ର ଅନୁସାରେ, କୁମ୍ଭ ରାଶିରେ ଶନି ଥିବା ବେଳେ ମଙ୍ଗଳ ସେହି ରାଶିକୁ ଆସନ୍ତାକାଲି ସକାଳ ୫ଟା ୪୫ ମିନିଟ୍ ସମୟରେ ଚଳନ କରିବେ। ଫଳରେ ଗୋଟିଏ ଗ୍ରହରେ ଶନି-ମଙ୍ଗଳଙ୍କ ମିଳନ ରାଶିଚକ୍ରରେ (zodiac sign) ଥିବା ୧୨ଟି ରାଶି ଉପରେ ପ୍ରଭାବ ପକାଇବ। 

Advertisement
Weekly Lucky Zodiac Sign: ଆସନ୍ତାକାଲିଠୁ ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ଧନ ବର୍ଷା କରିବେ ମାଆ ଲକ୍ଷ୍ମୀ
Zee Odisha Desk|Updated: Mar 11, 2024, 06:34 AM IST
Share

Richest Zodiac 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମାର୍ଚ୍ଚ ୧୨ ତାରିଖ କିଛି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ କିଛି ଖାସ୍ ହେବାକୁ ଯାଉଛି । କାହିଁକିନା,ଜ୍ୟୋତିଶ ଶାସ୍ତ୍ର ଅନୁସାରେ, କୁମ୍ଭ ରାଶିରେ ଶନି ଥିବା ବେଳେ ମଙ୍ଗଳ ସେହି ରାଶିକୁ ଆସନ୍ତାକାଲି ସକାଳ ୫ଟା ୪୫ ମିନିଟ୍ ସମୟରେ ଚଳନ କରିବେ। ଫଳରେ ଗୋଟିଏ ଗ୍ରହରେ ଶନି-ମଙ୍ଗଳଙ୍କ ମିଳନ ରାଶିଚକ୍ରରେ (zodiac sign) ଥିବା ୧୨ଟି ରାଶି ଉପରେ ପ୍ରଭାବ ପକାଇବ। ଏଭଳି ପରିସ୍ଥିତିରେ, ଏହି ଗ୍ରହମାନଙ୍କର ରାଶି ପରିବର୍ତ୍ତନ ଯୋଗୁଁ କିଛି ରାଶି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ତେବେ, ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ପାଇଁ ବରଦାନ ପାଲଟିବ ଶନି-ମଙ୍ଗଳଙ୍କ ଏହି ମହା ମିଳନ ?

ALSO READ: Today Horoscope: ଏହି ସବୁ ରାଶିଙ୍କୁ ରହିଛି ଆକସ୍ମିକ ଧନପ୍ରାପ୍ତିର ରହିଛି ଯୋଗ, ଜାଣନ୍ତୁ କେମିତି କଟିବ ସପ୍ତାହର ପ୍ରଥମ ଦିନ?

ଏହି ୫ ରାଶିର ଲୋକେ ହେବେ ଧନୀ:

ବୃଷ: ଜ୍ୟୋତିଶ ଶାସ୍ତ୍ର ଅନୁସାରେ ଶନି-ମଙ୍ଗଳଙ୍କ ଏହି ମହାମିଳନ ବୃଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଖାସ୍ ହେବାକୁ ଯାଉଛି। କାଲିଠୁ ଏହି ରାଶିର ଲୋକଙ୍କର ସୁଖର ଦିନ ଆରମ୍ଭ ହେବ। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହିତ ଦାରିଦ୍ରତା ଆପଣଙ୍କ ପାଖ ମାଡିବ ନାହିଁ। କଠିନ ପରିଶ୍ରମର ସମ୍ପୂର୍ଣ୍ଣ ଫଳ ଆପଣ ପାଇବେ।  ଭାଗ୍ୟ ମଧ୍ୟ ଆପଣ ସାଥ୍ ଦେବ। ଆପଣଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ, କିନ୍ତୁ ଆପଣ ଟଙ୍କା ସଞ୍ଚୟ କରିବାରେ ସଫଳ ହେବେ ।

ତୁଳା: ତୁଳା ହେଉଛି ଶନିଦେବଙ୍କ ପ୍ରିୟ ରାଶି। ପୁରୁଣା ବିନିଯୋଗରୁ ଆପଣଙ୍କୁ ଲାଭ ମିଳିବ। ଚାକିରି କରୁଥିବା ଲୋକ ପଦୋନ୍ନତି ନେଇ ବାଟ ଫିଟିବ । ବ୍ୟବସାୟରେ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ମଙ୍ଗଳମୟ ହେବ । ପାରିପାରିବ ସମ୍ପର୍କରେ ମଧୁରତା ଆସିବ । ଦୂରସ୍ଥାନକୁ ଯାତ୍ରା ଭାଲଦାୟୀ ରହିବ। ବ୍ୟବସାୟରେ ସଫଳତା ପାଇବେ। ଆର୍ଥିକ୍ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବେ । ଆକସ୍ମିତ ଅର୍ଥ ଲାଭ ।  କୋର୍ଟ କଚେରୀ ମାମଲାରେ ବିଜୟୀ ଲାଭ କରିବେ ।

ବିଛା:  ବିଛା ରାଶିର ପ୍ରଭୁ ହେଉଛନ୍ତି ମଙ୍ଗଳ। ତେଣୁ, ଆପଣ କ୍ୟାରିୟରରେ ଅତୁଳନୀୟ ସଫଳତା ପାଇବେ। ଏହା ବ୍ୟତୀତ ବ୍ୟବସାୟରେ ମଧ୍ୟ ବଡ଼ ଆର୍ଥିକ ଲାଭ ହେବ । ମୋଟ ଉପରେ, କହିବାକୁ ଗଲେ ୨୦୨୪, ମାର୍ଚ୍ଚ ମାସରୁ ଚାକିରି ଏବଂ ବ୍ୟବସାୟରେ ଅନେକ ଆର୍ଥିକ ଲାଭ ଆପଣଙ୍କୁ ମିଳିବ। ଘରେ ସୁଖ ଓ ସମୃଦ୍ଧି ମଧ୍ୟ ବୃଦ୍ଧି ପାଇବ। 

କୁମ୍ଭ:  କାଲିଠାରୁ, ଏହି ରାଶିର ଲୋକମାନଙ୍କ ଭାଗ୍ୟଦୋୟ ହେବ। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ଭଲ ହେବ। ଏହି ଲୋକମାନଙ୍କର ପୁରୁଣା ସମସ୍ୟା ଶେଷ ହେବ । ପ୍ରଗତିର ରାସ୍ତା ଖୋଲିବ । ଆପଣଙ୍କର ଜୀବନରେ ଧନ, ସମୃଦ୍ଧତା ଏବଂ ସୁଖ ଆସିବ । ଆପଣଙ୍କର ପ୍ରେମ ଜୀବନ ଭଲ ହେବ । ଅଟକି ଥିବା ଟଙ୍କା ମିଳିବ । ଚାକିରିରେ ଅଗ୍ରଗତି ହେବ । ଏବଂ ବିଶେଷ କରି ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ଏକ୍ସାମ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନଙ୍କୁ ଶୁଭ ଫଳ ମିଳିବ। ଆଶାୟୀଙ୍କୁ ସରକାରୀ ଚିକିରି ମିଳିବାର ସମ୍ଭାବନା ରହିଛି। ଅବିବାହିତଙ୍କ ପାଇଁ ବିବାହ ଠିକ୍ ହୋଇପାରେ।

ମୀନ:  ବ୍ୟବସାୟରେ ଆଶାତିତ ସଫଳତା ପାଇବେ। ଶନିଦେବ ଏହି ରାଶିର ଲୋକଙ୍କୁ ସମସ୍ତ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବେ। କ୍ୟାରିଅରରେ ଅତୁଳନୀୟ ସଫଳତା ପାଇବେ। ଆୟ ବୃଦ୍ଧି ପାଇବ। ବିଦେଶରୁ ଚାକିରିର ଅଫର ମିଳିପାରେ। ଯେଉଁମାନେ ଏକ ନୂତନ ଘର କିମ୍ବା ଗାଡି଼ କିଣିବାକୁ ଯୋଜନା କରିଛନ୍ତି । ସେମାନଙ୍କର ଇଚ୍ଛା ପୂରଣ ହୋଇପାରିବ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

Read More
{}{}