Hindi News >>Home >>Odisha LifeStyle and Others

Solar Eclipse 2024: ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ବଦଳାଇବ ଏହି ତିନି ରାଶିଙ୍କ ଭାଗ୍ୟ

Solar eclipse And Lucky Zodiac Signs: ଆଜି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଏହା ଏକ ବିରଳ ସୂର୍ଯ୍ୟପରାଗ ଅଟେ । ଏହାର ପ୍ରଭାବ ରାଶିଚକ୍ରରେ ଥିବା ୧୨ଟି ରାଶି ଉପରେ ପଡିବ। 

Advertisement
Solar Eclipse 2024: ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ବଦଳାଇବ ଏହି ତିନି ରାଶିଙ୍କ ଭାଗ୍ୟ
Zee Odisha Desk|Updated: Apr 08, 2024, 02:17 PM IST
Share

Solar eclipse And Lucky Zodiac Signs: ଆଜି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଏହା ଏକ ବିରଳ ସୂର୍ଯ୍ୟପରାଗ ଅଟେ । କିନ୍ତୁ ଭାରତ କିମ୍ବା ଓଡି଼ଶାରେ ଏହି ମହାଜାଗତିକ ଦୃଶ୍ୟ ଆଦୌ ଦୃଶ୍ୟମାନ ହେବ ନାହିଁ। ଏହା ଭାରତୀୟ ସମୟ ରାତି ୯ଟା ୧୨ ମିନିଟ୍ ସମୟରେ ଆରମ୍ଭ ହୋଇ ତା ପରଦିନ ଭୋର ୨ଟା ୨୨ ମିନିଟ୍ ସମୟରେ ଶେଷ ହେବ। ସର୍ବାଧିକ ପରାଗ ରାତି ୧୧ଟା ୪୭ ମିନିଟରେ ଦେଖାଯିବ। କିନ୍ତୁ ଏହାର ପ୍ରଭାବ ରାଶିଚକ୍ରରେ ଥିବା ୧୨ଟି ରାଶି ଉପରେ ପଡିବ। ଯେତେବେଳେ ସୂର୍ଯ୍ୟପରାଗ ଚାଲିଥିବ ସେତେବେଳେ ସୂର୍ଯ୍ୟ ରାହୁ ଏବଂ ବୁଧ ଏକା ସାଙ୍ଗରେ ମେଷ ରାଶିରେ ପ୍ରବେଶ କରିବେ।  ସୂର୍ଯ୍ୟ ପରାଗ ସମୟରେ ଏହି ତିନି ଗ୍ରହ ଏକା ସାଙ୍ଗରେ ରାଶିପରିବର୍ତ୍ତନ କରୁଥିବାରୁ କିଛି ରାଶିଙ୍କୁ ଶୁଭଫଳ ପ୍ରାପ୍ତ ହେବ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟବାନ୍ ରାଶି ଗୁଡି଼କ ବିଷୟରେ...

ALSO READ: Budhaditya Yoga 2024: ଚୈତ୍ର ନବରାତ୍ରରେ ବୁଦ୍ଧାଦିତ୍ୟ ଯୋଗ, ଲାଭବାନ୍ ହେବେ ଏହି ସବୁ ରାଶି

ଧନବାନ୍ ହେବେ ଏହି ସବୁ ରାଶି:

ମେଷ:  ଏହି ସୂର୍ଯ୍ୟପରାଗ ମେଷ ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ।  ଏହି ଅବଧି ମଧ୍ୟରେ ମନ ପସନ୍ଦର ନିଯୁକ୍ତି ଅଫର ପାଇବେ।  ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଠିକ୍ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।  ବ୍ୟବସାୟୀମାନେ ସେମାନଙ୍କ ଯୋଜନା କାର୍ଯ୍ୟକାରୀ କରିବାରେ ସଫଳ ହେବେ। ବ୍ୟବସାୟରେ ଅଗ୍ରଗତି ହେବ । କିଛି ଭଲ ଖବର ପାଇ ମନ ଖୁସି ରହିବ।

ମିଥୁନ: ଆଜିଠାରୁ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ।  ବିଶେଷ କରି, ଚାକିରି ଓ ବ୍ୟବସାୟରେ ଅଗ୍ରଗତି ହେବ। ପରିଶ୍ରମର ଫଳ ପାଇବେ। ଆୟରେ ବୃଦ୍ଧି ଘଟିବ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବା ସହ ଲାଗି ରହିଥିବା ପୁରୁଣା ସମସ୍ୟାରୁ ମୁକ୍ତି ମିଳିବ। ପ୍ରେମ ବ୍ୟାପାରରେ ସଫଳତା ପାଇବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଏପରିକି ବିବାହ ସହିତ ଜଡି଼ତ ସମସ୍ୟା ମଧ୍ୟ ଦୂର ହେବ। ସରକାରୀ ଚାକିରିଆଙ୍କ ପାଇଁ ସମୟ ଖୁବ୍ ଭଲ ରହିଛି । ପ୍ରମୋସନ୍ ମିଳିବା ସହ ମନ ପସନ୍ଦର ସ୍ଥାନକୁ ଟାନ୍ସଫର ହୋଇପାରେ। 

ତୁଳା: ସୂର୍ଯ୍ୟ ପରାଗ ଅର୍ଥାତ୍ ଆଜିଠାରୁ ଏହି ରାଶିର ଭାଗ୍ୟ ମଧ୍ୟ ଚମକି ଉଠିବ।   ସୂର୍ଯ୍ୟ ରାହୁ ଏବଂ ବୁଧଙ୍କ କୃପାରୁ ଏହି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳାଇବାକୁ ଯାଉଛି। ଏହି ଅବଧି ମଧ୍ୟରେ ବ୍ୟବସାୟରେ ଲାଭ ମିଳିବ । ଆକସ୍ମିକ୍ ଧନଲାଭ ନେଇ ଯୋଗ ରହିଛି। ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ପୂରଣ ହେବ। କର୍ମ କ୍ଷେତ୍ରରେ ସଫଳତା ମିଳିବ । ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମୟ ଶୁଭ ରହିବ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)

Read More
{}{}