Home >>Odisha LifeStyle and Others

Shani Dasha: ଶନିଦଶା ପଡ଼ିଥିଲେ କରନ୍ତୁ ଏହି ସବୁ ଉପାୟ, ଦୂର ହେବ ସବୁ ସମସ୍ୟା!

Shani Dasha: ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ। ଜ୍ୟୋତିଷ ଶାସ୍ତ୍ରରେ, ନବ ଗ୍ରହଙ୍କ ମଧ୍ୟରୁ ଶନି ଦେବଙ୍କୁ ସବୁଠାରୁ ଉଗ୍ର ଗ୍ରହ ଭାବେ ବିବେଚନା କରାଯାଇଛି। ସେହିପରି ଶନିଦଶା ପଡ଼ିଲେ ବ୍ୟକ୍ତିକୁ ତା ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ଯଦି ଆପଣଙ୍କ ରାଶିରେ ଶନିଦଶା ପଡିଛି ତେବେ କିଭଳି ପୂଜାର୍ଚ୍ଚନା କଲେ ଶନି ଦେବ ସନ୍ତୁଷ୍ଟ ହେବେ ଆସନ୍ତୁ ଜାଣିବା।
 

Advertisement
Shani Dasha: ଶନିଦଶା ପଡ଼ିଥିଲେ କରନ୍ତୁ ଏହି ସବୁ ଉପାୟ, ଦୂର ହେବ ସବୁ ସମସ୍ୟା!
Zee Odisha Desk|Updated: Apr 13, 2024, 06:46 AM IST
Share

Shani Dasha 2024: କୁହାଯାଏ, ଶନି ଦେବ ପ୍ରତ୍ୟେକ ମଣିଷକୁ ତା କର୍ମ ଅନୁଯାୟୀ ଫଳ ଦେଇଥାଆନ୍ତି । ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନାହିଁ । ସେହିପରି ଯଦି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ। ଜ୍ୟୋତିଷ ଶାସ୍ତ୍ରରେ, ନବ ଗ୍ରହଙ୍କ ମଧ୍ୟରୁ ଶନି ଦେବଙ୍କୁ ସବୁଠାରୁ ଉଗ୍ର ଗ୍ରହ ଭାବେ ବିବେଚନା କରାଯାଇଛି। ସେହିପରି ଶନିଦଶା ପଡ଼ିଲେ ବ୍ୟକ୍ତିକୁ ତା ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ଯଦି ଆପଣଙ୍କ ରାଶିରେ ଶନିଦଶା ପଡିଛି ତେବେ କିଭଳି ପୂଜାର୍ଚ୍ଚନା କଲେ ଶନି ଦେବ ସନ୍ତୁଷ୍ଟ ହେବେ ଆସନ୍ତୁ ଜାଣିବା।

  • ରାଶିରେ ଶନିଙ୍କୁ ଶକ୍ତିଶାଳୀ କରିବା ପାଇଁ ଶନିବାର ଦିନ କଳା ରଙ୍ଗର ବସ୍ତୁ ଯଥା କଳା ରଙ୍ଗର ପୋଷାକ, କଳା ରଙ୍ଗର ମିଠା ଜାତୀୟ ଖାଦ୍ୟ, କଳା ତେଲ, ଲୁହା ବାସନ ଓ କଳା ରଙ୍ଗର କମ୍ବଳ ଦାନ କରନ୍ତୁ ।
  • ଶନିଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶନିବାର ଓସ୍ତ ଗଛ ମୂଳରେ ସୋରିଷ ତେଲରେ ଦୀପ ଜାଳନ୍ତୁ। ଏହା କରିବା ଦ୍ୱାରା ରାଶିରେ ଶନିଙ୍କ ସ୍ଥିତି ମଜବୁତ ହୋଇଥାଏ ବୋଲି ବିଶ୍ବାସ କରାଯାଏ ।
  • ଏହି ଦିନ ଗରିବଙ୍କୁ ଚମଡାରେ ତିଆରି ସାମଗ୍ରୀ ଯେପରିକି ଚପଲ, ଜୋତା ଆଦି ଦାନ କରନ୍ତୁ। ଏହା କରିବା ଦ୍ବାରା ଶନି ଦେବ ସନ୍ତୁଷ୍ଟ ହୋଇଥାଆନ୍ତି।
  • ଶନିବାର ହନୁମାନ ମନ୍ଦିର ଯାଇ ହନୁମାନ ଚାଲିଶା ପାଠ କରନ୍ତୁ। ଏପରି କରିବା ଦ୍ବାରା ଶନି ଦୋଷ କଟିବା ସହ ଜୀବନରେ ଲାଗି ରହିଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ।
  • ସେହିପରି ଏହିଦିନ ଶନିଦେବଙ୍କ ମନ୍ତ୍ର ଜପ କରିବା ସହ ଭଗବାନ କାଳବୈରଭଙ୍କ ପୂଜା କରନ୍ତୁ, ଏହି ଉପାୟ କରିବା ଦ୍ବାରା ଜୀବନରେ ଅଗ୍ରଗତି ହେବା ସହ ଶନିଦୋଷ କଟିଥାଏ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)

Read More
{}{}