Hindi News >>Home >>Odisha LifeStyle and Others

Makar Sankranti 2024: ମକର ସଂକ୍ରାନ୍ତିରେ ଦୁର୍ଲଭ ସଂଯୋଗ, ଫିଟିବ ତିନି ରାଶିର ଭାଗ୍ୟ

Makar Sankranti 2024: ମକର ସଂକ୍ରାନ୍ତି (Makar Sankranti 2024) ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବାକୁ ଥିବା ବେଳେ ଏହି ରାଶିରେ ପୂର୍ବରୁ ଶୁକ୍ର ଓ ବୁଧ ବିରାଜମାନ ଅଛନ୍ତି। ଗୋଟିଏ ରାଶିର ତିନୋଟି ଗ୍ରହର ମିଳନ ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ସଂଯୋଗ କାରଣରୁ ତିନି ରାଶିର ( zodiac signs) ଲୋକେ ଶୁଭଫଳ ପାଇବେ। 

Advertisement
Makar Sankranti 2024: ମକର ସଂକ୍ରାନ୍ତିରେ ଦୁର୍ଲଭ ସଂଯୋଗ, ଫିଟିବ ତିନି ରାଶିର ଭାଗ୍ୟ
Zee Odisha Desk|Updated: Jan 09, 2024, 06:36 AM IST
Share

Makar Sankranti 2024: ମକର ସଂକ୍ରାନ୍ତି (Makar Sankranti 2024) ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ଥର ଜାନୁୟାରୀ ୧୫ ଅର୍ଥାତ୍ ପୁଷ ମାସ ଶୁକ୍ଲ ପକ୍ଷ ପଞ୍ଚମ ତିଥିରେ ମକର ସଂକ୍ରାନ୍ତି ପାଳନ କରାଯିବ (Makar Sankranti 2024 Shubh yoga)। ଏହି ଦିନ ସକାଳ ୦୭:୧୫ରୁ ସନ୍ଧ୍ୟା ୦୫:୪୬ ଯାଏଁ ଶୁଭ ବେଳା ରହିଛି । ତେବେ, ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବାକୁ ଥିବା ବେଳେ ଏହି ରାଶିରେ ପୂର୍ବରୁ ଶୁକ୍ର ଓ ବୁଧ ବିରାଜମାନ ଅଛନ୍ତି। ଗୋଟିଏ ରାଶିର ତିନୋଟି ଗ୍ରହର ମିଳନ ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ସଂଯୋଗ କାରଣରୁ ତିନି ରାଶିର ( zodiac signs) ଲୋକେ ଶୁଭଫଳ ପାଇବେ। ସେମାନଙ୍କ ଭାଗ୍ୟରେ ବିରାଟ ପରିବର୍ତ୍ତନ ଆସିବା ସହ ମକର ସଂକ୍ରାନ୍ତି ଠାରୁ ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ (Makar Sankranti 2024 Lucky Zodiac Sign) ରାଶି ଗୁଡିକ ବିଷୟରେ ...

ALSO READ : Today Horoscope: ଏହି ସବୁ ରାଶିଙ୍କ ପାଇଁ ମଙ୍ଗଳବାର ହେବ ମଙ୍ଗଳମୟ, ଧନପ୍ରାପ୍ତିର ରହିଛି ଯୋଗ!

ମକର ସଂକ୍ରାନ୍ତିରୁ ଚମକିବ ଭାଗ୍ୟ : 

ତୁଳା ରାଶି:  ମକର ସଂକ୍ରାନ୍ତିରେ ଦୁର୍ଲଭ ସଂଯୋଗ ତୁଳା ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ। ବିଶେଷ କରି କ୍ୟାରିୟରରେ ବିପୁଳ ସଫଳତା ପାଇବେ । କର୍ମକ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ଆଇଟି କ୍ଷେତ୍ରରେ ନିୟୋଜିତ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ବେଶ ଅନୁକୂଳ ରହିଛି। ବିଦେଶରୁ ଚାକିରି ଅଫର ଆପଣଙ୍କୁ ମିଳିପାରେ। ବ୍ୟବସାୟରେ ଅଧିକ ଲାଭ ହେବ। ଆକସ୍ମିକ ଧନ ଲାଭର ଯୋଗ ରହିଛି। ବୈବାହିକ ଜୀବନ ସୁଖମୟ ହେବ। ପ୍ରେମ ବ୍ୟାପାରରେ ଅଭୂତ ପୂର୍ବ ସଫଳତା ପାଇବେ। 

ମେଷ ରାଶି: ମକର ସଂକ୍ରାନ୍ତିରେ ସୂର୍ଯ୍ୟ ମେଷର ଦଶମ ଘରେ ପ୍ରବେଶ କରିବେ । ଏହି ରାଶିରେ ଏହି ଘର କ୍ୟାରିୟର ଏବଂ ବ୍ୟବସାୟ ସହିତ ଜଡିତ। ଏଭଳି ପରିସ୍ଥିତିରେ, ମକର ସଂକ୍ରାନ୍ତିରେ ଆପଣଙ୍କୁ ଧନ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ଆପଣଙ୍କୁ ବଡ଼ ଦାୟିତ୍ବ ମିଳିପାରେ। ଦରମା ବୃଦ୍ଧି ହେବ।  ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟରେ ଯଦି ଆପଣ ନୂତନ ବ୍ୟବସାୟ ଆରମ୍ଭ କରିବେ ସେଥିରେ ଶୁଭଫଳ ପାଇବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ଅଟକି ରହିଥିବା ଟଙ୍କା ଆପଣଙ୍କୁ ପ୍ରାପ୍ତ ହେବ। 

ମୀନ ରାଶି : ମକର ସଂକ୍ରାନ୍ତିରେ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଏହି ଅବଧି ମଧ୍ୟରେ ଆପଣଙ୍କ ଆୟ ବଢିବ। ଏହି ସମୟ ମଧ୍ଯରେ ସୁସମ୍ବାଦ ମିଳିବ । ଦରମା ବୃଦ୍ଧି ସହ ପଦୋନ୍ନତି ନେଇ ଯୋଗ ରହିଛି । ଆକସ୍ମିକ ଧନଲାଭ ହେବ । ଦୂରଯାତ୍ରା ସଫଳ ହେବ । ପରିବାରରେ ସୁଖ ସମୃଦ୍ଧି ସହ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ରାଜନୀତି ସହ ଜଡ଼ିତ ଲୋକଙ୍କୁ ଏହି ଦୁର୍ଲଭ ସଂଯୋଗ ଫଳରେ କ୍ୟାରିୟରରେ ସଫଳତା ପାଇବେ। ଭଲ ଚାକିରି ଅଫର୍ ପାଇପାରନ୍ତି । ବିଶେଷ କରି, ପ୍ରେମ ଜୀବନ ମଧ୍ୟ ପୂର୍ବ ଅପେକ୍ଷା ଭଲ ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)

Read More
{}{}