Home >>Odisha LifeStyle and Others

Shani Dev: ଭାଗ୍ୟବାନ ହୋଇଥାଆନ୍ତି ଏହି ୨ ରାଶି, ସର୍ବଦା ରହିଥାଏ ଶନିଙ୍କ କୃପା ଦୃଷ୍ଟି!

Shani Dev: ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ। ସେହିପରି ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ରରେ, ନବ ଗ୍ରହଙ୍କ ମଧ୍ୟରୁ ଶନି ଦେବଙ୍କୁ ସବୁଠାରୁ ଉଗ୍ର ଗ୍ରହ ଭାବେ ବିବେଚନା କରାଯାଇଛି।

Advertisement
Shani Dev: ଭାଗ୍ୟବାନ ହୋଇଥାଆନ୍ତି ଏହି ୨ ରାଶି, ସର୍ବଦା ରହିଥାଏ ଶନିଙ୍କ କୃପା ଦୃଷ୍ଟି!
Zee Odisha Desk|Updated: Feb 25, 2024, 06:14 AM IST
Share

Shani Dev: କୁହାଯାଏ, ଶନି ଦେବ ପ୍ରତ୍ୟେକ ମଣିଷକୁ ତା କର୍ମ ଅନୁଯାୟୀ ଫଳ ଦେଇଥାଆନ୍ତି । ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନାହିଁ । ସେହିପରି ଯଦି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ। ସେହିପରି ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ରରେ, ନବ ଗ୍ରହଙ୍କ ମଧ୍ୟରୁ ଶନି ଦେବଙ୍କୁ ସବୁଠାରୁ ଉଗ୍ର ଗ୍ରହ ଭାବେ ବିବେଚନା କରାଯାଇଛି।

ତେବେ, ଶନି ସର୍ବଦା ଅଶୁଭ ଫଳ ପ୍ରଦାନ କରନ୍ତି ନାହିଁ, ଯେଉଁ ରାଶି ବା ବ୍ୟକ୍ତି ବିଶେଷଙ୍କ ଉପରେ ଶନିଙ୍କ ଶୁଭ ଦୃଷ୍ଟି ରହିଥାଏ ସେମାନଙ୍କ ଜୀବନ ସୁଖମୟ ହୋଇଥାଏ । ଶନିଙ୍କ କୃପାରେ ରଙ୍କ ମଧ୍ଯ ରାଜା ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ, ୧୨ଟି ରାଶିଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି । ସମସ୍ତ ୧୨ଟି ରାଶି ନିଜର ସ୍ବାମୀ ଗ୍ରହଙ୍କ ଦ୍ବାରା ପରିଚାଳିତ। କୁହାଯାଏ, ସମସ୍ତ ରାଶି ଉପରେ ସ୍ବାମୀ ଗ୍ରହମାନଙ୍କ ପ୍ରଭାବ ରହିଥାଏ । ତେବେ ଶନି ଦେବ ଦୁଇଟି ରାଶିର ସ୍ବାମୀ ଅଟନ୍ତି । ଏହି ଦୁଇ ରାଶି ଉପରେ ସର୍ବଦା ଶନିଙ୍କ ଆଶୀର୍ବାଦ ରହିଥାଏ । ଶନିଙ୍କ ଅନୁଗ୍ରହରେ ଏହି ଦୁଇ ରାଶିର ଲୋକ ସେମାନଙ୍କ ଜୀବନରେ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ ।

ମକର ରାଶି: ଶନି ମକର ରାଶିର ସ୍ବାମୀ ଅଟନ୍ତି । ଏହି ରାଶି ଉପରେ ସର୍ବଦା ଶନି ଦେବଙ୍କ କୃପାଦୃଷ୍ଟି ରହିଥାଏ । ଏହି କାରଣରୁ ମକର ରାଶିର ବ୍ୟକ୍ତି ବିଶେଷଙ୍କୁ ବେଶି ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନଥାଏ । ବିଶ୍ବାସ କରାଯାଏ ଯେ, ଏହି ରାଶିର ଲୋକେ ଦୁଃଖ ଓ ଯନ୍ତ୍ରଣା ଠାରୁ ଦୂରେଇ ରୁହନ୍ତି । ଶନିଙ୍କ ଅନୁଗ୍ରହରେ, ମକର ରାଶି ବ୍ୟକ୍ତି ବିଶେଷଙ୍କୁ ଭାଗ୍ୟ ସର୍ବଦା ସାଥ ଦେଇଥାଏ । ଏମାନେ ସରଳ ବିଶ୍ବାସୀ ହୋଇଥାଆନ୍ତି । ଏହି କାରଣରୁ ଶନିଦେବ ସର୍ବଦା ମକର ରାଶି ଉପରେ ସର୍ବଦା ପ୍ରସନ୍ନ ରହିଥାଆନ୍ତି ।

କୁମ୍ଭ ରାଶି: ଜ୍ୟୋତିଷ ଅନୁଯାୟୀ, ଶନି କୁମ୍ଭ ରାଶିର ମଧ୍ଯ ଶାସକ ଗ୍ରହ ଅଟନ୍ତି। ଏହି ରାଶିର ବ୍ୟକ୍ତି ବିଶେଷ ମଧ୍ଯ ସରଳ ସ୍ବଭାବର ହୋଇଥାଆନ୍ତି । ଏହି କାରଣରୁ ଶନି ଦେବଙ୍କ  ଆଶୀର୍ବାଦ ସବୁବେଳେ ଏହି ରାଶି ଉପରେ ରହିଥାଏ ।  ବିଶ୍ୱାସ କରାଯାଏ, କୁମ୍ଭ ରାଶିର ଲୋକେ ସର୍ବଦା ଅନ୍ୟଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି । ଆର୍ଥିକ ଦୃଷ୍ଟିକୋଣରୁ ଏମାନେ ଭାଗ୍ୟବାନ ହୋଇଥାଆନ୍ତି ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)

 
 
 

Read More
{}{}