Home >>Odisha LifeStyle and Others

Varuthini Ekadashi 2024: ଏହି ଦିନ ପଡୁଛି ‘ବରୁଥିନୀ ଏକାଦଶୀ’, ମାଲେମାଲ ହେବେ ୩ ରାଶି!

Varuthini Ekadashi 2024: ‘ବରୁଥ’ ଶବ୍ଦର ଅର୍ଥ ସାଞ୍ଜୁ ବା କବଚ। ଯିଏ କବଚ ସଦୃଶ ପ୍ରାଣୀକୁ ସମସ୍ତ ସଙ୍କଟରୁ ରକ୍ଷା କରେ ସେ ‘ବରୁଥିନୀ’। ଏହିପରି ଭାବରେ ବୈଶାଖ କୃଷ୍ଣପକ୍ଷ ଏକାଦଶୀର ନାମ ‘ବରୁଥିନୀ ଏକାଦଶୀ’। ଅର୍ଥାତ୍ ଏହି ଏକାଦଶୀ ପ୍ରାଣୀକୁ ସମସ୍ତ ସଂକଟରୁ ଉଦ୍ଧାର କରେ। ପୁଣ୍ୟ ମାସ ବୈଶାଖ ଯୋଗୁଁ ଏହାର ବେଶ ମହତ୍ତ୍ୱ ରହିଛି । ସାଧାରଣତଃ ପୁଣ୍ୟ ଅର୍ଜନ କରିବା ନିମିତ୍ତ ଏହି ଦିନ ସାଧ୍ୟ ଅନୁସାରେ ଦାନ କରାଯାଇଥାଏ। ଏହା ଫଳରେ ସ୍ୱର୍ଗଲୋକରେ ସ୍ଥାନ ମିଳିଥାଏ ବୋଲି ବିଶ୍ବାସ ରହିଛି। 

Advertisement
Varuthini Ekadashi 2024: ଏହି ଦିନ ପଡୁଛି ‘ବରୁଥିନୀ ଏକାଦଶୀ’, ମାଲେମାଲ ହେବେ ୩ ରାଶି!
Zee Odisha Desk|Updated: Apr 29, 2024, 07:47 AM IST
Share

Varuthini Ekadashi 2024: ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ପ୍ରତିବର୍ଷ ବୈଶାଖ ମାସ ଏକାଦଶୀ ତିଥିରେ ‘ବରୁଥିନୀ ଏକାଦଶୀ’ (Varuthini Ekadashi 2024) ପାଳନ କରାଯାଏ। ଏହି ଦିନ ପବିତ୍ର ନଦୀରେ ସ୍ନାନ ସହ ଦାନର ବିଶେଷ ମହତ୍ତ୍ବ ରହିଛି । ଏହି ଏକାଦଶୀରେ ଭଗବାନ ବିଷ୍ଣୁଙ୍କୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ଦ୍ବାରା ସମସ୍ତ ମନୋକାମନା ପୂରଣ ହେବା ସହ ଦୁଃଖ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି।

‘ବରୁଥ’ ଶବ୍ଦର ଅର୍ଥ ସାଞ୍ଜୁ ବା କବଚ। ଯିଏ କବଚ ସଦୃଶ ପ୍ରାଣୀକୁ ସମସ୍ତ ସଙ୍କଟରୁ ରକ୍ଷା କରେ ସେ ‘ବରୁଥିନୀ’। ଏହିପରି ଭାବରେ ବୈଶାଖ କୃଷ୍ଣପକ୍ଷ ଏକାଦଶୀର ନାମ ‘ବରୁଥିନୀ ଏକାଦଶୀ’। ଅର୍ଥାତ୍ ଏହି ଏକାଦଶୀ ପ୍ରାଣୀକୁ ସମସ୍ତ ସଂକଟରୁ ଉଦ୍ଧାର କରେ। ପୁଣ୍ୟ ମାସ ବୈଶାଖ ଯୋଗୁଁ ଏହାର ବେଶ ମହତ୍ତ୍ୱ ରହିଛି । ସାଧାରଣତଃ ପୁଣ୍ୟ ଅର୍ଜନ କରିବା ନିମିତ୍ତ ଏହି ଦିନ ସାଧ୍ୟ ଅନୁସାରେ ଦାନ କରାଯାଇଥାଏ। ଏହା ଫଳରେ ସ୍ୱର୍ଗଲୋକରେ ସ୍ଥାନ ମିଳିଥାଏ ବୋଲି ବିଶ୍ବାସ ରହିଛି। କିନ୍ତୁ ପୁରାଣ ବର୍ଣ୍ଣନା ଅନୁଯାୟୀ, ଏ ସମସ୍ତଠାରୁ ଅଧିକ ପୁଣ୍ୟ ବରୁଥିନୀ ଏକାଦଶୀ ପାଳନରେ ମିଳେ। ଏହି ବ୍ରତ ପାଳନ ନିମିତ୍ତ ଦଶମୀ ଦିନରୁ ଉପବାସ କରିବାକୁ ହୁଏ। ଭକ୍ତିର ସହ ମଧୁସୂଦନଙ୍କୁ ପୂଜନ କଲେ ମନୁଷ୍ୟକୁ ସମସ୍ତ ସଙ୍କଟରୁ ମୁକ୍ତି ମିଳିବା ସହ ସ୍ୱର୍ଗଲୋକପ୍ରାପ୍ତି ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷ ଏହି ‘ବରୁଥିନୀ ଏକାଦଶୀ’ ମେ ୪ ତାରିଖରେ ପଡୁଛି । ତେବେ ଏହି ଦିନ ସକାଳ ୧୧ଟା ବାଜି ୪ ମିନିଟ୍ ରେ ବିରଳ ଇନ୍ଦ୍ର ଯୋଗ ସୃଷ୍ଟି ହେବ। ଏଥି ସହ ଏହି ଦିନ ରାତି ୧୦ଟା ବାଜି ୭ ମିନିଟ୍ ରେ ପୂର୍ବଭାଦ୍ରପଦ ନକ୍ଷତ୍ର ମଧ୍ୟ ଗଠନ ହେବାକୁ ଯାଉଛି। ଏହି ଯୋଗ ଗୁଡ଼ିକୁ ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ପାଇଁ ଏହି ଯୋଗ ଶୁଭ ଫଳଦାୟୀ ରହିବ ।

ମେଷ ରାଶି

ଶାସ୍ତ୍ର ଅନୁଯାୟୀ, ଏହି ଏକାଦାଶୀ ମେଷ ରାଶି ପାଇଁ ଅତ୍ୟନ୍ତ ଶୁଭ ପ୍ରମାଣିତ ହେବ । ଭଗବାନ ବିଷ୍ଣୁଙ୍କ ବିଶେଷ ଆଶୀର୍ବାଦ ଫଳରେ କର୍ମ କ୍ଷେତ୍ରରେ ସଫଳତା ମିଳିବା ସହ ଦରମା ବୃଦ୍ଧି ହେବା ନେଇ ଯୋଗ ରହିଛି । ବ୍ୟବସାୟୀମାନେ ଲାଭବାନ ହେବେ । ଆର୍ଥିକ ସ୍ଥିତି ସୁଧୁରିବ । ଦୀର୍ଘ ଦିନର ସମସ୍ୟା ଦୂର ହେବ ।

ମିଥୁନ ରାଶି

ଏହି ଖାସ ଦିନରେ ମିଥୁନ ରାଶିର ବ୍ୟକ୍ତି ବିଶେଷ ପ୍ରଭୁ ବିଷ୍ଣୁଙ୍କ ଆଶୀର୍ବାଦ ଲାଭ କରିବେ। ଭଗବାନ ବିଷ୍ଣୁଙ୍କ ଅନୁଗ୍ରହରେ ବ୍ୟବସାୟୀମାନେ ଲାଭବାନ ହେବେ । କୌଣସି ବଡ଼ ଡିଲ୍ ହୋଇପାରେ । ଅନେକ ଦିନରୁ ଲାଗି ରହିଥିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ । ମନ ପ୍ରସନ୍ନ ରହିବ । ପରିବାର ମଧ୍ୟରେ ଖୁସିର ପରିବେଶ ରହିବ ।

ତୁଳା ରାଶି

ତୁଳା ରାଶି ପାଇଁ ମଧ୍ଯ ଏହି ଏକାଦଶୀ ଖାସ୍ ହେବାକୁ ଯାଉଛି । ଏହି ଦିନ ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ପରିବାରରୁ ସମର୍ଥନ ମିଳିବା ସହ ପୈତୃକ ସମ୍ପତ୍ତିରୁ ମଧ୍ଯ ଲାଭ ପାଇବେ । ଜୀବନସାଥୀଙ୍ଗ ସହ ସମ୍ପର୍କ ପୂର୍ବେ ଅପେକ୍ଷା ଅଧିକ ମଧୁର ହେବ । ଛାତ୍ରଛାତ୍ରୀମାନେ କୃତକାର୍ଯ୍ୟ ହେବ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ ।

(Disclaimer:ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)

 

Read More
{}{}