Hindi News >>Home >>Odisha LifeStyle and Others

Venus Mars: ଏହି ଦିନ ବିଛା ରାଶିରେ ହେବ ଶୁକ୍ର ଓ ମଙ୍ଗଳ ଚଳନ, ଧନବାନ ହେବେ ୪ ରାଶି!

Venus Mars Conjunction: ଡିସେମ୍ବର ୨୫ରେ ବିଛା ରାଶିରେ ମଙ୍ଗଳ ଓ ଶୁକ୍ରଙ୍କ ମିଳନ ହେବାକୁ ଯାଉଛି। ଏହି ସଂଯୋଗ ୨୮ ପର୍ଯ୍ୟନ୍ତ ଚାଲିବ । ଜ୍ୟୋତିଷଙ୍କ ଅନୁଯାୟୀ, ଏହି ସଂଯୋଗ କେତେକ ରାଶି ପାଇଁ ଖାସ୍ ପ୍ରମାଣିତ ହେବ । ତେବେ ଆସନ୍ତୁ ଜାଣିବା ଗ୍ରହଙ୍କ ଏହି ମିଳନ କେଉଁ ରାଶି ପାଇଁ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି ।

Advertisement
ସୌ(ସୋସିଆଲ ମିଡିଆ)
ସୌ(ସୋସିଆଲ ମିଡିଆ)
Zee Odisha Desk|Updated: Dec 15, 2023, 06:22 AM IST
Share

Venus Mars Conjunction: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଡିସେମ୍ବର ମାସର ଶେଷ ସପ୍ତାହ ଗ୍ରହ ଚଳନ ଦୃଷ୍ଟିକୋଣରୁ ବେଶ ଖାସ୍ ହେବାକୁ ଯାଉଛି । ବାସ୍ତବରେ, ଡିସେମ୍ବର ୨୫ରେ ବିଛା ରାଶିରେ ମଙ୍ଗଳ ଓ ଶୁକ୍ରଙ୍କ ମିଳନ ହେବାକୁ ଯାଉଛି। ଏହି ସଂଯୋଗ ୨୮ ପର୍ଯ୍ୟନ୍ତ ଚାଲିବ । ଜ୍ୟୋତିଷଙ୍କ ଅନୁଯାୟୀ, ଏହି ସଂଯୋଗ କେତେକ ରାଶି ପାଇଁ ଖାସ୍ ପ୍ରମାଣିତ ହେବ । ତେବେ ଆସନ୍ତୁ ଜାଣିବା ଗ୍ରହଙ୍କ ଏହି ମିଳନ କେଉଁ ରାଶି ପାଇଁ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି ।

ମେଷ ରାଶି- ମଙ୍ଗଳ ମେଷ ରାଶିର ସ୍ବାମୀ ଅଟନ୍ତି । ତେଣୁ ଶୁକ୍ର ଓ ମଙ୍ଗଳଙ୍କ ଏହି ମିଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ ଶୁଭ ସାବ୍ୟସ୍ତ ହେବ। କର୍ମକ୍ଷେତ୍ରରେ ଅଧିକାରୀଙ୍କଠାରୁ ସମର୍ଥନ ମିଳିବ । ବ୍ୟବସାୟରୁ ଲାଭବାନ ହେବେ। ପିତାଙ୍କ ସମ୍ପତ୍ତିରୁ ଆର୍ଥିକ ଲାଭ ପାଇବେ। ପରିବାର ଲୋକଙ୍କ ସହ ସମ୍ପର୍କ ମଧୁର ହେବ । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ।

ବୃଷ ରାଶି- ଶୁକ୍ର ଓ ମଙ୍ଗଳଙ୍କ ଏହି ମିଳନ ବୃଷ ରାଶି ପାଇଁ ବେଶ ଖାସ୍ ହେବାକୁ ଯାଉଛି ।ଏ ହି ଅବଧି ମଧ୍ୟରେ, ଶୁକ୍ରଙ୍କ ଅନୁଗ୍ରହରେ ଆର୍ଥିକ ଲାଭ ମିଳିବା ସହ ପୂର୍ବରୁ କରାଯାଇଥିବା ବିନିଯୋଗରୁ ମଧ୍ଯ ଲାଭ ପାଇବେ। ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ । ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ପୂରଣ ହେବ । ଛାତ୍ରଛାତ୍ରୀଙ୍କ ଲାଗି ଏହି ସମୟ ବେଶ ଲାଭଦାୟୀ ରହିବ ।

ତୁଳା ରାଶି-ଏହି ସଂଯୋଗ ତୁଳା ରାଶି ପାଇଁ ମଧ୍ଯ ଲାଭଦାୟୀ ରହିବ। କୌଣସି ସ୍ଥାନରୁ ହଠାତ୍ ଆର୍ଥିକ ଲାଭ ମିଳିବ । ମଙ୍ଗଳଙ୍କ କୃପାରୁ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବେରୋଜଗାରମାନଙ୍କୁ ନୂତନ ଚାକିରି ମିଳିବା ନେଇ ଯୋଗ ରହିଛି । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ନିବେଶରୁ ହଠାତ୍ ଲାଭ ମିଳିବ ।

ବିଛା ରାଶି- ମଙ୍ଗଳ ଓ ଶୁକ୍ରଙ୍କ ସଂଯୋଗ ଏହି ରାଶିରେ ହେଉଥିବାରୁ ବିଛା ରାଶିର ବ୍ୟକ୍ତି ବିଶେଷ ବେଶ ଉପକୃତ ହେବେ। ଏହି ଅବଧି ମଧ୍ୟରେ ଆର୍ଥିକ ଲାଭ ମିଳିବ । ଧନରେ ବୃଦ୍ଧି । ବ୍ୟବସାୟରେ ଆର୍ଥିକ ଲାଭ । ଦୂରସ୍ଥାନକୁ ଯାତ୍ରା ନେଇ ଯୋଗ ରହିଛି । ପରିବାରରେ ହସଖୁସି ଲାଗି ରହିବ ।

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)

 

 

 

Read More
{}{}