Home >>Odisha LifeStyle and Others

'ଯିଏ ରୁଟି ଓ ଭାତ ଖାଇବ ସେ ଶୀଘ୍ର...' ଏମିତି କାହିଁକି କହିଲେ ବାବା ରାମଦେବ ?

Baba Ramdev tips: ନିକଟରେ ବାବା ରାମଦେବ ଭାତ ଆଉ ରୁଟିକୁ ନେଇ ଏମିତି କିଛି କହିଛନ୍ତି, ଯାହା ଆପଣଙ୍କ ହୋସ୍ ଉଡ଼ାଇ ଦେବ। ତାଙ୍କ କହିବା କଥା ଭାତ ଆଉ ରୁଟି ଯେଉଁମାନେ ଖାଆନ୍ତି ସେମାନଙ୍କ ଆୟୁଷ କମି କମି ଯାଏ। 

Advertisement
'ଯିଏ ରୁଟି ଓ ଭାତ ଖାଇବ ସେ ଶୀଘ୍ର...' ଏମିତି କାହିଁକି କହିଲେ ବାବା ରାମଦେବ ?
Soubhagya Ranjan Mishra|Updated: Feb 01, 2025, 09:24 PM IST
Share

Baba Ramdev tips: ଭାତ ଏଵଂ ରୁଟି ଭାରତର ପ୍ରଧାନ ଖାଦ୍ୟ ଭାବରେ ବିବେଚନା କରାଯାଏ। ଏପରିକି ଭାରତର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବିଶ୍ୱ ପାଇଁ ଉଦାହରଣ ବୋଲି ଜାତିସଂଘରେ ବି କଥା ଉଠିଛି । ସବୁ ଭାରତୀୟ ମାନଙ୍କର ଏହି ଖାଦ୍ୟପେୟ ବେଶ୍ ପସନ୍ଦ। ତେବେ ସେମାନେ ଭାରତରେ ରୁହନ୍ତୁ ଅବା ବାହାରେ । କିନ୍ତୁ ନିକଟରେ ବାବା ରାମଦେବ ଭାତ ଆଉ ରୁଟିକୁ ନେଇ ଏମିତି କିଛି କହିଛନ୍ତି, ଯାହା ଆପଣଙ୍କ ହୋସ୍ ଉଡ଼ାଇ ଦେବ। ତାଙ୍କ କହିବା କଥା ଭାତ ଆଉ ରୁଟି ଯେଉଁମାନେ ଖାଆନ୍ତି ସେମାନଙ୍କ ଆୟୁଷ କମି କମି ଯାଏ। 

ପାଠକ ବନ୍ଧୁ ଆପଣଙ୍କୁ କହି ରଖୁଛୁ ଯେ, ବାବା ରାମଦେବ ୫୯ ବର୍ଷ ବୟସରେ ମଧ୍ୟ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି। ସେ ଏବେବି ଦ୍ରୁତ ବେଗରେ ଦୌଡ଼ନ୍ତି ଓ ତାଙ୍କ କେଶ ସମ୍ପୂର୍ଣ୍ଣ କଳା ଏବଂ ଘନ । ଏକ ପଡକାଷ୍ଟରେ ସେ ଗହମ ରୁଟି ଏବଂ ଭାତ ନ ଖାଇବାକୁ ପରାମର୍ଶ ଦେଇଛନ୍ତି। ଖାଲି ଏତିକି ନୁହେଁ, ଏହାକୁ ଖାଈବା ଦ୍ୱାରା ହେଉଥିବା ରୋଗ ବିଷୟରେ ମଧ୍ୟ ସେ କହିଛନ୍ତି ।

ଯୋଗଗୁରୁ ବାବା ରାମଦେବ ସାତ୍ତ୍ୱିକ ଖାଦ୍ୟ ଖାଆନ୍ତି, କିନ୍ତୁ ସେ ୨ଟି ଶୁଦ୍ଧ ନିରାମିଷ ଖାଦ୍ୟ ଖାଇବାକୁ ମନା କରିଛନ୍ତି। ଏକ ପଡକାଷ୍ଟରେ ସେ କହିଥିଲେ, 'ଯେଉଁ ବ୍ୟକ୍ତି ରୁଟି ଏବଂ ଭାତ ଖାଏ, ସେ ଶୀଘ୍ର ଉପରକୁ ଚାଲିଯାଏ ।' ସେ ଶିବମ୍ ମଲିକଙ୍କ ପୋଡକାଷ୍ଟରେ ଏହାର କାରଣ ମଧ୍ୟ ବ୍ୟାଖ୍ୟା କରିଥିଲେ।

ବାବା ରାମଦେବ ଦୁଇଟି ଜିନିଷ ବିଷୟରେ ମଧ୍ୟ କହିଥିଲେ ଯାହାକୁ କେହି ତାଙ୍କୁ ଦୁନିଆର ଧନ ବଦଳରେ ଦେଲେ ମଧ୍ୟ ସେ କେବେ ବି ଖାଇବେ ନାହିଁ। ସେ ଆହୁରି ମଧ୍ୟ କହିଥିଲେ ଯେ ସେ ପର୍ଯ୍ୟନ୍ତ କାମ କର, ଯେପର୍ଯ୍ୟନ୍ତ ଆପଣଙ୍କ ଶରୀରରୁ ଝାଳ ନ ବାହାରିଛି, ଏହି ସହଜ ଉପାୟ ଅବଲମ୍ବନ କରି ଆପଣ ସୁସ୍ଥ ଏବଂ ଫିଟ୍ ରହି ପାରିବେ ।

ଗହମ ଏବଂ ଭାତ ଖାଇବାରେ ସମସ୍ୟା:-
ଗହମ ଏବଂ ଭାତ ଉଭୟ ଶସ୍ୟ ଜାତୀୟ ଖାଦ୍ୟ । ଏହାକୁ ଭାରତରେ ସବୁଠାରୁ ଅଧିକ ବ୍ୟବହୃତ ହୁଏ। ତଥାପି, କିଛି ବର୍ଷ ପୂର୍ବେ ଏପରି ପରିସ୍ଥିତି ନଥିଲା। ଯୋଗଗୁରୁ କୁହନ୍ତି ଯେ, ଏହି ଶସ୍ୟ ଖାଇବା ଦ୍ୱାରା ମେଦବହୁଳତା, ବିପି ଏବଂ ସୁଗାର ସମସ୍ୟା ସୃଷ୍ଟି ହୁଏ ଏବଂ ପରେ ଅନୁତାପ ମଧ୍ୟ କରିବାକୁ ପଡ଼େ ।

ଯୋଗରେ ଅପାର ଶକ୍ତି ଅଛି ଏବଂ ଏହା ଶରୀରକୁ ରୋଗଠାରୁ ଦୂରରେ ରଖେ। ଯୋଗରେ, ଆୟୁର୍ବେଦରେ ସାତ୍ତ୍ୱିକ ଭାବରେ ବର୍ଣ୍ଣିତ ଜିନିଷଗୁଡ଼ିକୁ ଖାଇବାକୁ ପରାମର୍ଶ ଦିଆଯାଇଛି। ସାତ୍ତ୍ୱିକ ଖାଦ୍ୟ ମନ ଏବଂ ଆତ୍ମାକୁ ଶାନ୍ତ ରଖିବାରେ ସାହାଯ୍ୟ କରେ। ଏହା ଆଜିର ସମୟରେ ସମସ୍ୟା ସୃଷ୍ଟି କରୁଥିବା କୋଲେଷ୍ଟ୍ରଲ୍, ବିପି, ମଧୁମେହରୁ ରକ୍ଷା କରେ।

ତେବେ ଭାତରୁ ଆମକୁ ଶ୍ଵେତସାର ମିଳିଥାଏ । ଯେଉଁ ଶ୍ଵେତସାର ଆମକୁ ସବୁ ପ୍ରକାର କାର୍ଯ୍ୟ କରିବାକୁ ଶକ୍ତି ଯୋଗାଇଥାଏ । ତେଣୁ ଆମ ଖାଦ୍ୟରେ ଯାହା ହେଲେ ବି ଶ୍ଵେତସାରର ପରିମାଣ ରହିବା ନିହାତି ଭାବେ ଦରକାର ପଡିଥାଏ । ଅନେକ ବିଶେଷଜ୍ଞଙ୍କ ମତରେ ଆପଣ ଭାତ ରୋଟି ଖାଇ ପାରିବେ, କିନ୍ତୁ ଏହା ସହିତ ଆବଶ୍ୟକ ମୁତାବକ ସବୁଜ ପନିପରିବା ମଧ୍ଯ ଖାଇବା ଉଚିତ୍।

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। କୌଣସି କାରଣ ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

Also Read- ଗୌରୀ ଗଣନାଟ୍ୟ ଗାୟିକା ଲିଜାଙ୍କ ୧୦ଟି ଫଟୋ ଭାଇରାଲ୍

Also Read- ପ୍ରତିକ୍ରିୟା ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଲୋକାଭିମୁଖୀ ଓ ରୋଜଗାର ସୃଷ୍ଟିକାରୀ ବଜେଟ୍

Read More
{}{}