Home >>Odisha LifeStyle and Others

Baba Vanga Prediction: ୨୦୨୪ ପାଇଁ ବାବା ଭେଙ୍ଗାଙ୍କ ୫ଟି ବଡ଼ ଭବିଷ୍ୟବାଣୀ, ଜାଣିଲେ ଥରିଉଠିବେ ଆପଣ !

Baba Vanga Prediction: ଋଷ ୟୁକ୍ରେନ ଯୁଦ୍ଧ ହେତୁ ସୃଷ୍ଟି ହୋଇଥିବା ବିଭାଜନ କାହାଠାରୁ ଲୁଚିନାହିଁ। ତେଣୁ କରି ବିଶ୍ୱରେ ଏମିତି ଯୁଦ୍ଧ ପରିସ୍ଥିତି ଦେଖାଦେବ ବୋଲି ବାବା ଭେଙ୍ଗା ନିଜ ଭବିଷ୍ୟବାଣୀରେ ସୂଚାଇଥିଲେ। ତାଙ୍କର ଏହି ସୂଚନା ୨୦୨୩ରେ ତୃତୀୟ ବିଶ୍ୱଯୁଦ୍ଧର ଏକ ସମ୍ଭାବନା ଥିଲା ବୋଲି କହିଥିଲେ।   

Advertisement
Baba Vanga Prediction: ୨୦୨୪ ପାଇଁ ବାବା ଭେଙ୍ଗାଙ୍କ ୫ଟି ବଡ଼ ଭବିଷ୍ୟବାଣୀ, ଜାଣିଲେ ଥରିଉଠିବେ ଆପଣ !
Rasmita Sahoo|Updated: Dec 08, 2023, 01:16 PM IST
Share

Baba Vanga Prediction: ଆଉ କିଛିଦିନ ପରେ ଶେଷ ହୋଇଯିବ ଚଳିତ ବର୍ଷ । ଦେଶବାସୀ ସ୍ୱାଗତ କରିବେ ନୂଆବର୍ଷ ୨୦୨୪ କୁ । ନୂଆବର୍ଷକୁ ସ୍ୱାଗତ କରିବାକୁ ମନରେ ଯେତିକି ଉତ୍କଣ୍ଠା ଉନ୍ମାଦନା ଭରି ରହିଛି ସେହିପରି  ୨୦୨୪ କେମିତି କଟିବ ତାକୁ ନେଇ ଆଶଙ୍କା ଦେଖାଦେଇଛି। ଏଭଳି ପରିସ୍ଥିତିରେ ବୁଲଗେରିଆର ବାବା ଭେଙ୍ଗାଙ୍କ ନାଁ ସବୁବେଳେ ମନକୁ ଚାଲିଆସେ। ସେ ତାଙ୍କ ଜୀବନ କାଳରେ ଏପରି ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ଆଜି ଯାଏଁ ସତ୍ୟ ହୋଇଛି । ସେ ୨୦୨୪ ସମ୍ବନ୍ଧରେ ଅନେକ ଭବିଷ୍ୟବାଣୀ ମଧ୍ୟ କରିଛନ୍ତି, ସେଥିମଧ୍ୟରୁ କିଛି ଅତ୍ୟନ୍ତ ଆନନ୍ଦଦାୟକ ଏବଂ କେତେକ ଭୟାନକ ଅଟେ । ତେବେ ଏହି ରିପୋର୍ଟରେ, ଆମେ ଆପଣଙ୍କୁ ବିସ୍ତୃତ ଭାବରେ କହିବାକୁ ଯାଉଛୁ ବାବା ଭେଙ୍ଗା କିଏ ଏବଂ ସେ ୨୦୨୪ ମସିହାକୁ ନେଇ କଣ ଭବିଷ୍ୟବାଣୀ କରିଛନ୍ତି। 

ତେବେ କୁହାଯାଏ ଯେ ଏହି ଦୃଷ୍ଟିହୀନ ବାବାଙ୍କ ୯୦ ପ୍ରତିଶତ ଭବିଷ୍ୟବାଣୀ ସତ ହୋଇଛି। ତେଣୁ ସର୍ବପ୍ରଥମେ ଏହାଜାଣିବା ଯେ, ୨୦୨୩ ପାଇଁ ଏମିତି ବାବା ଭେଙ୍ଗା କେଉଁ ଭବିଷ୍ୟବାଣୀ କରିଥିଲେ ଯେ, ଯାହା ସତ ହୋଇଛି। ଦୁନିଆର ଅନେକ ସ୍ଥାନରେ ଅନେକ ଦେଶ ମଧ୍ୟରେ ଏବେ ବି ଯୁଦ୍ଧ ପରିସ୍ଥିତି ଲାଗିରହିଛି। ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧର ସାକ୍ଷୀ ରହିଛି ୨୦୨୩ । ସେହିପରି ଋଷ ୟୁକ୍ରେନ ଯୁଦ୍ଧ ହେତୁ ସୃଷ୍ଟି ହୋଇଥିବା ବିଭାଜନ କାହାଠାରୁ ଲୁଚିନାହିଁ। ତେଣୁ କରି ବିଶ୍ୱରେ ଏମିତି ଯୁଦ୍ଧ ପରିସ୍ଥିତି ଦେଖାଦେବ ବୋଲି ବାବା ଭେଙ୍ଗା ନିଜ ଭବିଷ୍ୟବାଣୀରେ ସୂଚାଇଥିଲେ। ତାଙ୍କର ଏହି ସୂଚନା ୨୦୨୩ରେ ତୃତୀୟ ବିଶ୍ୱଯୁଦ୍ଧର (Third World War in 2023) ଏକ ସମ୍ଭାବନା ଥିଲା ବୋଲି କହିଥିଲେ। 

ଏକବିଂଶ ଶତାବ୍ଦୀର ଏହି ଦଶନ୍ଧିରେ ନୋଷ୍ଟ୍ରାଡାମସ୍ ମଧ୍ୟ ତୃତୀୟ ବିଶ୍ୱଯୁଦ୍ଧର ପୂର୍ବାନୁମାନ କରିଥିଲେ। ନୋଷ୍ଟ୍ରାଡାମସ୍ ଙ୍କ ଅନେକ ଭବିଷ୍ୟବାଣୀ ଆଜି ପର୍ଯ୍ୟନ୍ତ ସଠିକ୍ ପ୍ରମାଣିତ ହୋଇଛି ।  କୁହାଯାଏ ଯେ ବାବା ଭେଙ୍ଗା (Baba Vanga Prediction) ସୋଭିଏତ୍ ୟୁନିୟନରେ ବିଚ୍ଛିନ୍ନତା, ଆମେରିକାରେ ଆତଙ୍କବାଦୀ ଆକ୍ରମଣ, ଆମେରିକାର ରାଷ୍ଟ୍ରପତିଙ୍କ ସମେତ ଅନେକ ଭବିଷ୍ୟବାଣୀ କରିଥିଲେ ଯାହା ସମ୍ପୂର୍ଣ୍ଣ ସତ୍ୟ ବୋଲି ପ୍ରମାଣିତ ହୋଇଛି। ଏହା ମଧ୍ୟ ଏକ କାରଣ ଯେଉଁଥିରେ ଲୋକମାନେ ତାଙ୍କୁ ନୋଷ୍ଟ୍ରାଡାମସ୍ ଆଖ୍ୟା ଦେଇଛନ୍ତି । 

୨୦୨୪ କୁ ନେଇ ବାବା ଭେଙ୍ଗା କରିଛନ୍ତି ଏହି ୫ଟି ବଡ଼ ଭବିଷ୍ୟବାଣୀ

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ୨୦୨୪ ରେ ଋଷର ରାଷ୍ଟ୍ରପତିଙ୍କୁ ହତ୍ୟା କରାଯାଇପାରେ। ଏହି ଷଡଯନ୍ତ୍ରରେ କେବଳ ଋଷୀୟ ଲୋକ ଜଡିତ ହୋଇପାରିବେ।

ବାବା ଭେଙ୍ଗାଙ୍କର ମଧ୍ୟ ଏକ ଭବିଷ୍ୟବାଣୀ ଅଛି ଯେ ୨୦୨୪ ରେ କର୍କଟ ବା କ୍ୟାନସର ଏବଂ ଆଲଜାଇମର ଭଳି ବିପଜ୍ଜନକ ରୋଗର ଉପଶମ ମିଳିପାରେ।

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ୨୦୨୪ ବର୍ଷ ଅର୍ଥନୈତିକ ସଙ୍କଟର (Economy Crisis) ବର୍ଷ ହେବ।  ଏହା ଏତେ ଭୟଙ୍କର ହେବ ଯେ ବିଶ୍ୱର ଅର୍ଥନୀତି ନଷ୍ଟ ହେବାର ସମ୍ଭାବନା ରହିଛି।

ବାବା ଭେଙ୍ଗା ୨୦୨୪ ମସିହାରେ ଜୈବିକ ଅସ୍ତ୍ର ପରୀକ୍ଷା କରିବାର ସମ୍ଭାବନା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ଉତ୍ତର କୋରିଆ କ୍ରମାଗତ ଭାବରେ ଆଣବିକ କ୍ଷେପଣାସ୍ତ୍ର ପରୀକ୍ଷା କରୁଛି ଏବଂ ଆକ୍ରମଣ ହେବାର ଆଶଙ୍କା ମଧ୍ୟ ରହିଛି।

ବାବା ଭେଙ୍ଗା ୨୦୨୪ ବର୍ଷକୁ ପାଣିପାଗ ସମ୍ବନ୍ଧୀୟ ସମସ୍ୟାର ବର୍ଷ ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି । ପାଣିପାଗ (Weather) ଏବଂ ପ୍ରାକୃତିକ ବିପର୍ଯ୍ୟୟ (Natural Calamity)  ସହ ଜଡିତ ଭୟଙ୍କର ଘଟଣା ବାବା ଭେଙ୍ଗା ପୂର୍ବାନୁମାନ କରିଛନ୍ତି।

ବାବା ଭେଙ୍ଗାଙ୍କ ପୂରା ନାମ ଭେଙ୍ଗୋଲିଆ ପଣ୍ଡାୱା ଗୁସ୍ତାରୋଭା । ସେ ବୁଲଗେରିଆର ଜଣେ ମହିଳା ଫକୀର ଥିଲେ । ସେ ୩୧ ଜାନୁଆରୀ ୧୯୧୧ ରେ ଉତ୍ତର ମେସିଡୋନିଆର ଷ୍ଟ୍ରୁମିକାରେ ଜନ୍ମଗ୍ରହଣ କରିଥିଲେ। ୧୨ ବର୍ଷ ବୟସରେ ଏକ ଦୁର୍ଘଟଣା କାରଣରୁ ସେ ଦୃଷ୍ଟିହୀନ ହୋଇଯାଇଥିଲା।  କୁହାଯାଏ ଯେ ଏହା ପରେ ହିଁ ବାବା ଭେଙ୍ଗା ଭବିଷ୍ୟତ ଦେଖିବାର ଶକ୍ତି ପ୍ରାପ୍ତ କରିଥିଲେ। ସେ ୧୧ ଗଷ୍ଟ ୧୯୯୬ ରେ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। 

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। )

Read More
{}{}