Home >>Odisha LifeStyle and Others

Cancer Cause: ମଦ ପିଉଥିବା ଲୋକ ସାବଧାନ ! ଶରୀରରେ ୫ ପ୍ରକାରର କ୍ୟାନସରକୁ ଦେଉଛନ୍ତି ନିମନ୍ତ୍ରଣ

Cancer Cause: ମଦ୍ୟପାନ କରିବା ଦ୍ୱାରା ଅତି କମରେ ୫ ପ୍ରକାରର କର୍କଟ ଯାହାକି ସ୍ତନ, କୋଲୋରେକ୍ଟାଲ, ଯକୃତ ଏବଂ ମୁଖ କର୍କଟ ସମେତ ରକ୍ତ କର୍କଟ ପାଇଁ ଦାୟୀ ବୋଲି ରିପୋର୍ଟରେ କୁହାଯାଇଛି। ଡାକ୍ତର ବିବେକ ମୂର୍ତ୍ତି ବର୍ଣ୍ଣନା କରିଛନ୍ତି ଯେ ମଦ ବୋତଲରେ କ୍ୟାନସର ଆଡଭାଇଜରୀ ରହିବା ଉଚିତ, କାରଣ ଏହା କର୍କଟ ରୋଗର ମୁଖ୍ୟ କାରଣ ଅଟେ । ଆସନ୍ତୁ ଜାଣିବା ମଦପିଇବା ଦ୍ୱାରା କ୍ୟାନସର ହେବାର ଆଶଙ୍କା କିପରି ବଢି ଯାଇଥାଏ ?

Advertisement
Cancer Cause: ମଦ ପିଉଥିବା ଲୋକ ସାବଧାନ ! ଶରୀରରେ ୫ ପ୍ରକାରର କ୍ୟାନସରକୁ ଦେଉଛନ୍ତି ନିମନ୍ତ୍ରଣ
Rashmita Sahoo|Updated: Jan 05, 2025, 06:48 PM IST
Share

Cancer Cause: ଆଜିକାଲିର ଖରାପ ଜୀବନଶୈଳୀ ଯୋଗୁଁ କ୍ୟାନସର ଭଳି ଗମ୍ଭୀର ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଗୋଟିଏ ନୁହେଁ ବରଂ ଅନେକ ପ୍ରକାରର କର୍କଟ ହୋଇଥାଏ, ଯାହାର କାରଣ ମଧ୍ୟ ଅଲଗା ଅଲଗା । ଆମେରିକାର ସର୍ଜନ ଜେନେରାଲ ବିବେକ ମୂର୍ତ୍ତି ଏକ ରିପୋର୍ଟରେ କହିଛନ୍ତି ଯେ ମଦ୍ୟ ପାନ କରୁଥିବା ଲୋକଙ୍କୁ କ୍ୟାନସର ହେବାର ଆଶଙ୍କା ରହିଥାଏ । ଡାକ୍ତର ମୂର୍ତ୍ତିଙ୍କ କହିବା ଅନୁଯାୟୀ, ମଦ୍ୟପାନ ଯୋଗୁଁ ପ୍ରତିବର୍ଷ ଏକଲକ୍ଷ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି ଆଉ ସେଥିରୁ ୨୦ ହଜାର ମୃତ୍ୟୁ ଘଟୁଛି। ମଦ୍ୟପାନ କରିବା ଦ୍ୱାରା ଅତି କମରେ ୫ ପ୍ରକାରର କର୍କଟ ଯାହାକି ସ୍ତନ, କୋଲୋରେକ୍ଟାଲ, ଯକୃତ ଏବଂ ମୁଖ କର୍କଟ ସମେତ ରକ୍ତ କର୍କଟ ପାଇଁ ଦାୟୀ ବୋଲି ରିପୋର୍ଟରେ କୁହାଯାଇଛି। ଡାକ୍ତର ବିବେକ ମୂର୍ତ୍ତି ବର୍ଣ୍ଣନା କରିଛନ୍ତି ଯେ ମଦ ବୋତଲରେ କ୍ୟାନସର ଆଡଭାଇଜରୀ ରହିବା ଉଚିତ, କାରଣ ଏହା କର୍କଟ ରୋଗର ମୁଖ୍ୟ କାରଣ ଅଟେ । ଆସନ୍ତୁ ଜାଣିବା ମଦପିଇବା ଦ୍ୱାରା କ୍ୟାନସର ହେବାର ଆଶଙ୍କା କିପରି ବଢି ଯାଇଥାଏ ?

କର୍କଟ ରୋଗରେ ମୃତ୍ୟୁ
ଡାକ୍ତରଙ୍କ କହିବା ଅନୁଯାୟୀ, ମଦପିଇବା ଦ୍ୱାରା ଅନେକ ପ୍ରକାର କ୍ୟାନସର ହେବାର ଆଶଙ୍କା ବଢିଯାଇଥାଏ । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ଅନୁଯାୟୀ, କର୍କଟ ରୋଗର ନୂତନ ମାମଲା ମଧ୍ୟରୁ ପ୍ରାୟ ୫.୫ ପ୍ରତିଶତ ଏବଂ କର୍କଟ ଜନିତ ମୃତ୍ୟୁର ୫.୮ ପ୍ରତିଶତ ମଦ୍ୟପାନ କାରଣରୁ ହୋଇଥାଏ।

Acetaldehyde
ଆଲକୋହଲରେ ଇଥାନଲ ପ୍ରଚୁର ମାତ୍ରାରେ ଥାଏ ଏବଂ ଯେତେବେଳେ ଆପଣଙ୍କ ଶରୀରକୁ ଯାଏ ତାହା ରକ୍ତକୁ ଭାଙ୍ଗିଦିଏ, ଏହା ଏସିଟାଲଡିହାଇଡ୍ ରେ ପରିଣତ ହୁଏ, ଯାହା ଏକ ଜଣାଶୁଣା କାର୍ସିନୋଜେନ ଅଟେ । ଡାକ୍ତରଙ୍କ କହିବା ଅନୁଯାୟୀ, ଏହି କମ୍ପାଉଣ୍ଡ ଡିଏନଏ ଓ କୋଷକୁ କ୍ଷତି ପହଞ୍ଚାଇଥାଏ, ଯାହା ଦ୍ୱାରା କର୍କଟ କୋଷ ବଢିବାର ସୁଯୋଗ ମିଳିଥାଏ ।

ହରମୋନ ପ୍ରଭାବ
ମଦ୍ୟପାନ ଇଷ୍ଟ୍ରୋଜେନ ଭଳି ହରମୋନର ସ୍ତରକୁ ପ୍ରଭାବିତ କରିଥାଏ, ଯାହା ଶରୀରର କୋଷଗୁଡ଼ିକୁ ବଢ଼ାଇବାପାଇଁ କାମ କରେ ଏବଂ ଯେତେ ଅଧିକ କୋଷ ନଷ୍ଟ ହୁଏ, କର୍କଟ ହେବାର ଆଶଙ୍କା ସେତେ ଅଧିକ ଥାଏ ।

ପୋଷକ ତତ୍ତ୍ୱର ଅଭାବ
ମଦପିଇବା ଦ୍ୱାରା ଶରୀରକୁ କର୍କଟ ପ୍ରତିରୋଧକ ପୋଷକ ତତ୍ତ୍ୱ ଗ୍ରହଣ କରିବା ଏବଂ ବ୍ୟବହାର କରିବା କଷ୍ଟକର ହୋଇଥାଏ । ଏଥିରେ ଭିଟାମିନ୍ ଏ, ବି୧, ବି୬, ସି, ଡି, ଇ, କେ, ଫୋଲେଟ୍, ଆଇରନ୍ ଓ ସେଲେନିୟମ ରହିଛି।

ଓଜନ ବଢିବା ଦ୍ୱାରା କ୍ୟାନସର
ମଦ୍ୟପାନ କରିବା ଦ୍ୱାରା ଶରୀରରେ କ୍ୟାଲୋରୀର ମାତ୍ରା ବଢିଥାଏ, ଯାହା ଦ୍ୱାରା ଓଜନ ବଢିଥାଏ । ଅଧିକ ଓଜନ ହେଲେ ୧୨ ପ୍ରକାରରୁ ଅଧିକ କ୍ୟାନସର ହେବାର ଆଶଙ୍କା ବଢ଼ିଯାଏ ବୋଲି ଡାକ୍ତରମାନେ କହିଛନ୍ତି।

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । 

Also Read: Famous Cricketer Divorce: ବିବାହ ବିଚ୍ଛେଦ ପରେ ପତ୍ନୀଙ୍କ ଭରଣପୋଷଣ ପାଇଁ କିଏ ଦେଇଛି କେତେ ଟଙ୍କା?

Also Read: Money Lines on Palm: ହାତରେ ଅଛି କି ଏମିତି ରେଖା, ତା ହେଲେ ଜାଣନ୍ତୁ ଆପଣ କେତେ ଧନବାନ

Read More
{}{}