Home >>Odisha LifeStyle and Others

Chandra Gochar 2025: ରାହୁଙ୍କ ନକ୍ଷତ୍ରରେ ଚନ୍ଦ୍ରର ପ୍ରବେଶ!ଆଜିରାତିରୁ ଏହି ୩ ରାଶିଙ୍କ ବଦଳିଯିବ ଭାଗ୍ୟ !

Chandra Gochar 2025: ଜାନୁଆରୀ ୨୧ ତାରିଖ ରାତି ୧୧ଟା ୩୬ମିନିଟରେ ଚନ୍ଦ୍ର ରାହୁ ନକ୍ଷତ୍ରରେ ପରିକ୍ରମା କରୁଛି। ୨୭ଟି ନକ୍ଷତ୍ର ମଧ୍ୟରୁ ଚନ୍ଦ୍ର ପଞ୍ଚଦଶ ନକ୍ଷତ୍ର ଅର୍ଥାତ୍ ସ୍ୱାତୀ ନକ୍ଷତ୍ରରେ ପରିକ୍ରମା କରୁଛି, ଯେଉଁକାରଣରୁ ୩ଟି ରାଶି ର ଭାଗ୍ୟ ବଦଳିବାକୁ ଯାଉଛି। ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ ସବୁ କଣ କଣ?  

Advertisement
Chandra Gochar 2025: ରାହୁଙ୍କ ନକ୍ଷତ୍ରରେ ଚନ୍ଦ୍ରର ପ୍ରବେଶ!ଆଜିରାତିରୁ ଏହି ୩ ରାଶିଙ୍କ ବଦଳିଯିବ ଭାଗ୍ୟ !
Rashmita Sahoo|Updated: Jan 21, 2025, 06:30 PM IST
Share

Chandra Gochar 2025: ସବୁଠାରୁ ଦ୍ରୁତଗାମୀ ରାଶି ଓ ନକ୍ଷତ୍ର ପରିବର୍ତ୍ତନ କରୁଥିବା ଗ୍ରହ ହେଉଛି ଚନ୍ଦ୍ର, ଯାହାକୁ ମନ, ନାରୀ, ମସ୍ତିଷ୍କ ଏବଂ ଭାବନାର ଗ୍ରହ କୁହାଯାଏ । ରାଶି ଓ ନକ୍ଷତ୍ର ପରିବର୍ତ୍ତନ ଥିବା ଚନ୍ଦ୍ର ଗ୍ରହର ଭିନ୍ନ ଭିନ୍ନ ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ପଡିଥାଏ । ଚନ୍ଦ୍ର ଗ୍ରହ ଚଳନ ବହନ ସହିତ ଉଭୟ ନକାରାତ୍ମକ ଏବଂ ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଥାଏ । ଜାନୁଆରୀ ୨୧ ତାରିଖ ରାତି ୧୧ଟା ୩୬ମିନିଟରେ ଚନ୍ଦ୍ର ରାହୁ ନକ୍ଷତ୍ରରେ ପରିକ୍ରମା କରୁଛି। ୨୭ଟି ନକ୍ଷତ୍ର ମଧ୍ୟରୁ ଚନ୍ଦ୍ର ପଞ୍ଚଦଶ ନକ୍ଷତ୍ର ଅର୍ଥାତ୍ ସ୍ୱାତୀ ନକ୍ଷତ୍ରରେ ପରିକ୍ରମା କରୁଛି, ଯେଉଁକାରଣରୁ ୩ଟି ରାଶି ର ଭାଗ୍ୟ ବଦଳିବାକୁ ଯାଉଛି। ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ ସବୁ କଣ କଣ?

ମେଷ ରାଶି 
ମେଷ ରାଶିର ଲୋକଙ୍କ ପାଇଁ ଶୁଭ ଦିନ ଆରମ୍ଭ ହେବାକୁ ଯାଉଛି। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଚାକିରି କଲେ କଠିନ ପରିଶ୍ରମର ଫଳ ମିଳିବା ସହ ଶୁଭ ଫଳ ପାଇବେ। ସମସ୍ତ ସମସ୍ୟା ଦୂର ହୋଇଯିବ। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ନିର୍ଦ୍ଧାରିତ କାର୍ଯ୍ୟ ସମ୍ପନ୍ନ ହେବ। ମେଷ ରାଶିର ଲୋକଙ୍କ ପାଇଁ ଗ୍ରହମାନଙ୍କର ପରିବର୍ତ୍ତିତ ଗତି ଲାଭଦାୟକ ହେବ। ଆପଣ ସମସ୍ତ ଆରାମ ଉପଭୋଗ କରିବାକୁ ସକ୍ଷମ ହେବେ ।

ସିଂହ ରାଶି
ରାହୁ ନକ୍ଷତ୍ରରେ ପ୍ରବେଶ କରି ସିଂହ ରାଶିପାଇଁ ଭାଗ୍ୟ ଉଜ୍ଜ୍ୱଳ ହେବାକୁ ଯାଉଛି। ନୂଆ କାମ କରିବାକୁ ମନ ଲାଗିବ ଏବଂ ଆପଣ ସଫଳ ମଧ୍ୟ ହେବେ। ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ଯଦି ଆପଣ ଆର୍ଥିକ ଅନଟନର ସମ୍ମୁଖୀନ ହେଉଛନ୍ତି ତେବେ ଆପଣ ଖୁବଶୀଘ୍ର ଏଥିରୁ ମୁକ୍ତି ପାଇପାରିବେ । ମନରେ ଆତ୍ମବିଶ୍ୱାସ ବଢ଼ିବ ଓ ନୂଆ କାମ କରିବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସମ୍ପର୍କରେ ସୁଧାର ଆସିବ। ମନ ପ୍ରସନ୍ନ ରହିବ।

ମକର ରାଶି
ରାହୁ ନକ୍ଷତ୍ରମଣ୍ଡଳରେ ଚନ୍ଦ୍ରଙ୍କ ଚଳନ ମକର ରାଶିର ଲୋକମାନଙ୍କ ପାଇଁ ଲାଭଦାୟକ ହେବାକୁ ଯାଉଛି । ଆର୍ଥିକ ଦୃଷ୍ଟିରୁ ସୁଦୃଢ଼ ହେବେ। ଜୀବନରେ ଚାଲିଥିବା ସମସ୍ତ ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଯିବ। ସମ୍ପର୍କରେ ଚାଲିଥିବା ବିବାଦ ଏବେ ଶେଷ ହେବ ଏବଂ ନୂତନ ଆରମ୍ଭ ସହିତ ସମ୍ପର୍କ ସୁଦୃଢ଼ ହେବ। ସନ୍ତାନଙ୍କ ଠାରୁ ଶୁଭ ସମାଚାର ମିଳିପାରେ।

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

Also Read: Trikon Yog 2025: ଆସନ୍ତାକାଲି ଘଟୁଛି ତ୍ରିକୋଣ ଯୋଗ, ସବୁ କ୍ଷେତ୍ରରେ ଫିଟିବ ଏହି ୫ ରାଶିର ଭାଗ୍ୟ

Also Read: Chandra Grahan 2025: ୨୦୨୫ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ, ଏହିସବୁ ରାଶି ପାଇଁ ଆଣୁଛି ବିପଦ

Read More
{}{}